ଭୁବନେଶ୍ୱର,୨୧ା୫: ସରକାରୀ ବିଶ୍ୱବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ କରିଛନ୍ତି ଉଚ୍ଚଶିକ୍ଷା ସଚିବ। ଏନେଇ ସମସ୍ତ କୁଳପତିଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। ବେଆଇନ ନିଯୁକ୍ତି ଓ ସେମାନଙ୍କୁ ନିୟମିତ କରିବା ପ୍ରସ୍ତାବ ନେଇ ଚେତାବନୀ ଦେଇଛନ୍ତି। ଉଚ୍ଚଶିକ୍ଷା ବିଭାଗର ବିନା ଅନୁମତିରେ ନିଯୁକ୍ତି ଦିଆଯିଆଇଥିବା ଚିଠିରେ ଉଲ୍ଲେଖ ରହିଛି। ଏହାଦ୍ବାରା ସରକାର ଓ ବିଶ୍ୱବିଦ୍ୟାଳୟ ଉପରେ ଆର୍ଥିକ ବୋଝ ପଡ଼ୁଛି। ବ୍ୟାକ୍ ଡୋର ଏଣ୍ଟ୍ରିକୁ ସରକାର ବରଦାସ୍ତ କରିବେ ନାହିଁ। ନିୟମିତ କରିବା ନେଇ ଆସିଥିବା ପ୍ରସ୍ତାବକୁ ଗ୍ରହଣ ମଧ୍ୟ କରାଯିବ ନାହିଁ। ଏପରି ନିଯୁକ୍ତିର ଆର୍ଥିକ ବୋଝ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ବହନ କରିବ। ଯେଉଁ ଅଧିକାରୀ ବେଆଇନ ନିଯୁକ୍ତି ଦେଇଥିବେ ସେମାନନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଚ୍ଚଶିକ୍ଷା ସଚିବ କହିଛନ୍ତି।