ରାଷ୍ଟ୍ରପତିଙ୍କୁ ଜେଜେମା’ ସମ୍ବୋଧନ କରି ଚିଠି

ଖୋର୍ଦ୍ଧା ଅଫିସ,୨୩ା୧୧: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଓଡ଼ିଶାର ସୁଖ୍ୟାତି ବଢ଼ିଛି। ସେ ପିଲାଙ୍କୁ ଭଲ ପାଉଥିବା ତାଙ୍କ ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ପ୍ରମାଣିତ ହୋଇଛି। ଖୋର୍ଦ୍ଧା ବିଡିଏ କଲୋନୀର ବାସିନ୍ଦା ତଥା ପାନବରଜସ୍ଥିତ ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲର ଚତୁର୍ଥଶ୍ରେଣୀ ଛାତ୍ର ସମ୍ଭବ ବଳିଆରସିଂହ ସମ୍ପ୍ରତି ରାଷ୍ଟ୍ରପତିଙ୍କୁ ୫ପୃଷ୍ଠା ସମ୍ବଳିତ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ରାଷ୍ଟ୍ରପତିଙ୍କୁ ଜେଜେମା’ ବୋଲି ସମ୍ବୋଧନ କରିବା ସହ ବରୁଣେଇ ଓ ଖୋର୍ଦ୍ଧାର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିଆସିବା ପାଇଁ ଅନୁରୋଧ କରିଛନ୍ତି।
ଲେଖିଛନ୍ତି, ‘ଆପଣ ଆମର ଗର୍ବ ଓ ଗୌରବ। ବିଶ୍ୱରେ ଆପଣଙ୍କ ଯୋଗୁ ଆମର ସୁନାମ ବଢ଼ିଛି। ଆପଣ ଓଡ଼ିଶା ଗସ୍ତରେ ଥିବାବେଳେ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ଏହା ଟିଭିରୁ ଦେଖି ବହୁତ ଖୁସି ଲାଗିଥିଲା। ମୋ’ଜେଜେ ଏବଂ ଆମଘର ଲୋକେ ଆପଣଙ୍କର ବହୁତ ପ୍ରଶଂସା କରନ୍ତି। ରାଷ୍ଟ୍ରପତି ହେବା ପରେ ଆପଣ ନିଜ ଭାଷଣରେ ପ୍ରଥମ ସ୍ବାଧୀନତା ସଂଗ୍ରାମ ପାଇକ ବିଦ୍ରୋହର କଥା କହିଥିଲେ। ଲାଲ୍‌ମାଟି ଖୋର୍ଦ୍ଧାର ପିଲା ହିସାବରେ ଏଥିପାଇଁ ଆମେ ଗର୍ବ କରୁଛୁ। ଖୋର୍ଦ୍ଧାଗଡ଼ ହେଉଛି ଭାରତବର୍ଷର ଶେଷ ସ୍ବାଧୀନ ଦୁର୍ଗ। ଏଠାକାର ବୀର ପାଇକମାନେ ଇଂରେଜମାନଙ୍କୁ ପାଣି ପିଆଇଦେଇଥିଲେ। ବୀର ସେନାପତି ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକମାନେ ଗେରିଲା ଯୁଦ୍ଧ କରିଥିଲେ। ସେଥିପାଇଁ ପାଇକ ବିଦ୍ରୋହ ଭାରତ ଇତିହାସର ଏକ ବଡ଼ ଘଟଣା। ସେଇ ପାଇକ ବିଦ୍ରୋହର ସ୍ମୃତିରକ୍ଷା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇ ଆସି ପାଇକ ସ୍ମାରକୀର ଶୁଭ ଦେଇଥିଲେ। ପୁରାଣରେ ବରୁଣେଇ ପାହାଡ଼କୁ ବାରୁଣୀ ପର୍ବତ ଓ ବାରୁଣାବନ୍ତ ବୋଲି କୁହାଯାଉଥିଲା। ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର, ଲକ୍ଷ୍ମଣ ଓ ସୀତା ଏବଂ ଦ୍ୱାପର ଯୁଗରେ ପାଣ୍ଡବମାନେ ବରୁଣେଇ ପାହାଡ଼ରେ ବନବାସ କରିଥିଲେ। ସେହିପରି ରାଷ୍ଟ୍ରପତିଙ୍କୁ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ବୁଲି ଆସିବାକୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ‘ଆପଣ ମୋ’ ଜେଜେମାଙ୍କ ବୟସର। ସେଥିପାଇଁ ଆପଣଙ୍କୁ ଜେଜେମା ବୋଲି ଲେଖିଲି। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଭଲରେ ରଖନ୍ତୁ’ ବୋଲି ସେ ଲେଖିଛନ୍ତି। ଶିକ୍ଷାବିତ୍‌ ସତ୍ୟବାଦୀ ବଳିଆରସିଂହଙ୍କ ନାତି ତଥା ଖବରଦାତା ସମରେନ୍ଦ୍ର ବଳିଆରସିଂହ ଓ ଶୁଭ୍ରାଙ୍କ ପୁତ୍ର ସମ୍ଭବ ଗତ ୧୦ତାରିଖରେ ରେଜିଷ୍ଟ୍ରି ପୋଷ୍ଟ ମାଧ୍ୟମରେ ଏହି ଚିଠି ରାଷ୍ଟ୍ରପତି ଭବନକୁ ପଠାଇଛନ୍ତି। ରାଷ୍ଟ୍ରପତି ତାଙ୍କ ନିମନ୍ତ୍ରଣ ରକ୍ଷା କରିବେ ବୋଲି ସେ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri