ରାଷ୍ଟ୍ରପତିଙ୍କୁ ଜେଜେମା’ ସମ୍ବୋଧନ କରି ଚିଠି

ଖୋର୍ଦ୍ଧା ଅଫିସ,୨୩ା୧୧: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଓଡ଼ିଶାର ସୁଖ୍ୟାତି ବଢ଼ିଛି। ସେ ପିଲାଙ୍କୁ ଭଲ ପାଉଥିବା ତାଙ୍କ ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ପ୍ରମାଣିତ ହୋଇଛି। ଖୋର୍ଦ୍ଧା ବିଡିଏ କଲୋନୀର ବାସିନ୍ଦା ତଥା ପାନବରଜସ୍ଥିତ ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲର ଚତୁର୍ଥଶ୍ରେଣୀ ଛାତ୍ର ସମ୍ଭବ ବଳିଆରସିଂହ ସମ୍ପ୍ରତି ରାଷ୍ଟ୍ରପତିଙ୍କୁ ୫ପୃଷ୍ଠା ସମ୍ବଳିତ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ରାଷ୍ଟ୍ରପତିଙ୍କୁ ଜେଜେମା’ ବୋଲି ସମ୍ବୋଧନ କରିବା ସହ ବରୁଣେଇ ଓ ଖୋର୍ଦ୍ଧାର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିଆସିବା ପାଇଁ ଅନୁରୋଧ କରିଛନ୍ତି।
ଲେଖିଛନ୍ତି, ‘ଆପଣ ଆମର ଗର୍ବ ଓ ଗୌରବ। ବିଶ୍ୱରେ ଆପଣଙ୍କ ଯୋଗୁ ଆମର ସୁନାମ ବଢ଼ିଛି। ଆପଣ ଓଡ଼ିଶା ଗସ୍ତରେ ଥିବାବେଳେ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ଏହା ଟିଭିରୁ ଦେଖି ବହୁତ ଖୁସି ଲାଗିଥିଲା। ମୋ’ଜେଜେ ଏବଂ ଆମଘର ଲୋକେ ଆପଣଙ୍କର ବହୁତ ପ୍ରଶଂସା କରନ୍ତି। ରାଷ୍ଟ୍ରପତି ହେବା ପରେ ଆପଣ ନିଜ ଭାଷଣରେ ପ୍ରଥମ ସ୍ବାଧୀନତା ସଂଗ୍ରାମ ପାଇକ ବିଦ୍ରୋହର କଥା କହିଥିଲେ। ଲାଲ୍‌ମାଟି ଖୋର୍ଦ୍ଧାର ପିଲା ହିସାବରେ ଏଥିପାଇଁ ଆମେ ଗର୍ବ କରୁଛୁ। ଖୋର୍ଦ୍ଧାଗଡ଼ ହେଉଛି ଭାରତବର୍ଷର ଶେଷ ସ୍ବାଧୀନ ଦୁର୍ଗ। ଏଠାକାର ବୀର ପାଇକମାନେ ଇଂରେଜମାନଙ୍କୁ ପାଣି ପିଆଇଦେଇଥିଲେ। ବୀର ସେନାପତି ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକମାନେ ଗେରିଲା ଯୁଦ୍ଧ କରିଥିଲେ। ସେଥିପାଇଁ ପାଇକ ବିଦ୍ରୋହ ଭାରତ ଇତିହାସର ଏକ ବଡ଼ ଘଟଣା। ସେଇ ପାଇକ ବିଦ୍ରୋହର ସ୍ମୃତିରକ୍ଷା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇ ଆସି ପାଇକ ସ୍ମାରକୀର ଶୁଭ ଦେଇଥିଲେ। ପୁରାଣରେ ବରୁଣେଇ ପାହାଡ଼କୁ ବାରୁଣୀ ପର୍ବତ ଓ ବାରୁଣାବନ୍ତ ବୋଲି କୁହାଯାଉଥିଲା। ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର, ଲକ୍ଷ୍ମଣ ଓ ସୀତା ଏବଂ ଦ୍ୱାପର ଯୁଗରେ ପାଣ୍ଡବମାନେ ବରୁଣେଇ ପାହାଡ଼ରେ ବନବାସ କରିଥିଲେ। ସେହିପରି ରାଷ୍ଟ୍ରପତିଙ୍କୁ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ବୁଲି ଆସିବାକୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ‘ଆପଣ ମୋ’ ଜେଜେମାଙ୍କ ବୟସର। ସେଥିପାଇଁ ଆପଣଙ୍କୁ ଜେଜେମା ବୋଲି ଲେଖିଲି। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଭଲରେ ରଖନ୍ତୁ’ ବୋଲି ସେ ଲେଖିଛନ୍ତି। ଶିକ୍ଷାବିତ୍‌ ସତ୍ୟବାଦୀ ବଳିଆରସିଂହଙ୍କ ନାତି ତଥା ଖବରଦାତା ସମରେନ୍ଦ୍ର ବଳିଆରସିଂହ ଓ ଶୁଭ୍ରାଙ୍କ ପୁତ୍ର ସମ୍ଭବ ଗତ ୧୦ତାରିଖରେ ରେଜିଷ୍ଟ୍ରି ପୋଷ୍ଟ ମାଧ୍ୟମରେ ଏହି ଚିଠି ରାଷ୍ଟ୍ରପତି ଭବନକୁ ପଠାଇଛନ୍ତି। ରାଷ୍ଟ୍ରପତି ତାଙ୍କ ନିମନ୍ତ୍ରଣ ରକ୍ଷା କରିବେ ବୋଲି ସେ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri