ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ପୁରୀ ଅଫିସ,୧୪।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଆଇଏନ୍‌ଟିଏସିଏଚ୍‌। ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ କାମ ସ୍ଥଗିତ ରହୁ ବୋଲି ଦାବି କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଭକ୍ତଙ୍କ ମଧ୍ୟରେ ଉଦ୍‌ବେଗ ରହିଛି । ତେବେ ସେହି ଚିଠିରେ ଦର୍ଶାଯାଇଛି କି, ରାୟ ଆସିବା ପର୍ଯ୍ୟନ୍ତ ନିର୍ମାଣ ସ୍ଥଗିତ ରହିଲେ ପ୍ରକଳ୍ପ ପାଇଁ ଅସୁବିଧା ନାହିଁ।
ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପରେ ବେଆଇନ ର୍ନିମାଣ ଓ ଖନନକୁ ନେଇ ଦାଏର ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ପୁରୀ ସିଭିଲ ଜଜ । । ଏଥିସହ କେନ୍ଦ୍ର ସଂସ୍କୃତି ବିଭାଗ,ଏନ୍‌ଏମ୍‌ଏ, ଏଏସ୍‌ଆଇ, ଟାଟା ପ୍ରେଜେକ୍ଟସ୍‌, ଓବିସିିସି,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲାପାଳ ଏବଂ ପୁରୀ ପୌର କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ସମସ୍ତ ପକ୍ଷଙ୍କୁ ଜବାବ ଦେବାକୁ ନିର୍ଦ୍ଦେଶ ରହିଥିବା ବେଳେ ଜୁନ୍‌ ୨୮ରେ ପରବତ୍ତୀ ଶୁଣାଣି ହେବ।