Posted inରାଜ୍ୟ

ଭୁବନେଶ୍ୱରରୁ ବିଜେଡି ଏମ୍‌ପିଙ୍କୁ ଚିଠା ପରାମର୍ଶ: ‘ସିନ୍ଦୂର’ ଅଦ୍ୱିତୀୟ କୁହ

ଭୁବନେଶ୍ୱର,୨୯ା୭(ରବିନାରାୟଣ ଜେନା):ସଂସଦରେ ଆରମ୍ଭ ହୋଇଥିବା ‘ଅପରେଶନ ସିନ୍ଦୂର’ ବିତର୍କ ଉପରେ ବିଜୁ ଜନତା ଦଳ(ବିଜେଡି)ର ଆଭିମୁଖ୍ୟ କ’ଣ ରହିବ ସେନେଇ ଭୁବନେଶ୍ୱରରୁ ଦଳୀୟ ଏମ୍‌ପିମାନଙ୍କୁ ଚିଠା ପରାମର୍ଶ ଦିଆଯାଇଛି।
ସୋମବାର ଏ ସଂକ୍ରାନ୍ତରେ ଭୁବନେଶ୍ୱରରୁ ପ୍ରଦତ୍ତ ତଥ୍ୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ କୌଣସି ଦସ୍ତଖତ ନ ଥିବାବେଳେ ତାଙ୍କ ପକ୍ଷରୁ ୬ଟି ବିନ୍ଦୁ ଉପରେ ରାଜ୍ୟ ସଭାରେ କ’ଣ ବକ୍ତବ୍ୟ ରଖାଯିବ, ସେନେଇ ଦଳର ଏମ୍‌ପିମାନଙ୍କୁ କୁହାଯାଇଛି। ସବୁଠାରୁ ବଡ଼କଥା ହେଲା, ଏହି ପ୍ରସଙ୍ଗ ଉପରେ କେଉଁ ସଦସ୍ୟ କ’ଣ କହିବେ ଏବଂ କେଉଁମାନେ ଚୁପ୍‌ ରହିବେ ସେଥିନେଇ ଅଲିଖିତ ଫତୁଆ ଜାରି ହୋଇଥିବା ନୂଆଦିଲ୍ଲୀ ସୂତ୍ରରୁ ଜଣାପଡ଼ିଛି।
ବିଜେଡି ପକ୍ଷରୁ ଚିଠା ପରାମର୍ଶରେ କୁହାଯାଇଛି, ସେନା ପାଇଁ ‘ଅପରେଶନ ସିନ୍ଦୂର’ ଶ୍ରଦ୍ଧା ଓ ସମ୍ମାନ। ଏଥିରୁ ଭାରତୀୟ ସେନାଙ୍କ ଅଦ୍ୱିତୀୟ ସାହସ, ଶାନ୍ତି ଓ କର୍ତ୍ତବ୍ୟର ଏକ ଜ୍ୱଳନ୍ତ ଉଦାହରଣ ପ୍ରତିଷ୍ଠା ହେଉଛି। ‘ଅପରେଶନ ସିନ୍ଦୂର’ ପୁଣିଥରେ ଆମ ସେନାଙ୍କ ଆପାତ୍‌କାଳୀନ ପରିସ୍ଥିତିରେ ନିଜ ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିଥିବା ପ୍ରମାଣିତ ହେଉଛିି। ଯେତେବେଳେ ଭାରତବାସୀ ସଙ୍କଟରେ ପଡ଼ନ୍ତି, ସେତେବେଳେ ସେନା ତା’ର ଉଚିତ ଜବାବ ଦେଇଥାଏ। କୌଣସି ପାହାଡ଼ ବଡ଼ ନୁହେଁ, କୌଣସି ପରିସ୍ଥିତି ମଧ୍ୟ ଅତି ଦୁର୍ଗମ ନୁହେଁ। ମାନବିକତାର ଉତ୍ତମ ଦୃଷ୍ଟାନ୍ତ
ଅପରେଶନ ସିନ୍ଦୂରର ସଫଳତା ଭାରତୀୟ ସେନାର ଜାତୀୟ ସୁରକ୍ଷା ପାଇଁ ଅତୁୁଟ ପ୍ରତିବଦ୍ଧତା ସହ ମାନବିକ ମୂଲ୍ୟବୋଧକୁ ପ୍ରତିଫଳିତ କରିଛି।
ବିଜେଡି ପକ୍ଷରୁ କୁହାଯିବାକୁ ରହିଛିି ଯେ, ପ୍ରତିଟି ଜୀବନ ଗୁରୁତ୍ୱପୂର୍ଣ୍ଣ। ଏହାକୁ ନିଜ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସେନା ପ୍ରମାଣ କରିଛି। ଏହି ମିଶନ ପ୍ରମାଣ କରୁଛି, ଆମ ପାରମ୍ପରିକ ଯୋଦ୍ଧାମାନେ କେବଳ ଅସ୍ତ୍ରଧାରୀ ନୁହନ୍ତି, ସଙ୍କଟରେ ଜୀବନ ରକ୍ଷା ପାଇଁ ଅତୁୁଟ ଭାବେ ଅଟଳ ରହିଥାନ୍ତି। ଅପରେଶନ ସିନ୍ଦୂର ଅନ୍ୟ ମିଶନଠାରୁ ଅଧିକ ଚିରସ୍ମରଣୀୟ। ବିପଜ୍ଜନକ ପରିସ୍ଥିତି ଓ ପ୍ରାକୃତିକ ବାଧା ସତ୍ତ୍ୱେ ଏହି ଅଭିଯାନ କେତେ ଦକ୍ଷତାର ସହ ଚାଲିଥିଲା, ତାହା ବିଶ୍ୱବାସୀ ଦେଖିଛନ୍ତି। ଏହା କେବଳ ସେନାର ଦକ୍ଷତା ନୁହେଁ, ଏହା ହେଉଛି ଏକ ‘ଅସାଧାରଣ ଅପରେଶନ’। ଓଡ଼ିଶା ସର୍ବଦା ଆମ ସେନା ପ୍ରତି ଗଭୀର ସମ୍ମାନ ଓ ସମର୍ଥନ ଜଣାଇଆସୁଛି। ଅପରେଶନ ସିନ୍ଦୂର ଆମକୁ ମନେପକାଇଥାଏ ଯେ, ଜାତୀୟ ସୁରକ୍ଷା ଓ ନିରାପତ୍ତା ରାଜନୀତି ଉପରେ ପର୍ଯ୍ୟବସିତ ନୁହେଁ। ଏହା ସବୁ ରାଜନୈତିକ ଦଳରୁ ଊର୍ଦ୍ଧ୍ୱରେ ଏବଂ ଏହା ପ୍ରତ୍ୟେକ ଭାରତବାସୀଙ୍କ ଗର୍ବ। ଏସବୁ ବିଷୟ ଉପରେ କହିବାକୁ ବିଜେଡି ଏମ୍‌ପିମାନଙ୍କୁ କୁହାଯାଇଛି। ତେବେ ମଙ୍ଗଳବାର ରାଜ୍ୟ ସଭାରେ ବିଜେଡି ସଦସ୍ୟମାନେ ଏହି ପରାମର୍ଶକୁ କେତେଦୂର ପାଳନ କରୁଛନ୍ତି ତା’ଉପରେ ସମସ୍ତଙ୍କ ନଜର ରହିବ।
ଏ ସମ୍ପର୍କରେ ବିଜେଡି ନେତା ତଥା ରାଜ୍ୟ ସଭା ଏମ୍‌ପି ମୁଜିବୁଲ୍ଲା ଖଁା (ମୁନା ଖଁା) କହିଛନ୍ତି, ‘ଅପରେଶନ ସିନ୍ଦୂର’ ଉପରେ ସଂସଦରେ କହିବା ପାଇଁ ଏପର୍ଯ୍ୟନ୍ତ (ରାତି ୧୧.୩୦) ମୋତେ ଦଳ ପକ୍ଷରୁ କିଛି କୁହାଯାଇନାହିଁ। ଯଦି ମଙ୍ଗଳବାର କୁହାଯିବ, ତେବେ କହିବି।


Enter your email to get our daily news in your inbox.

All Right Reserved By Dharitri.Com

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ସମାଧାନ ଦାବି

ନନ୍ଦପୁର,୧୭ା୩(ତୁଷାର କାନ୍ତ ମହାନ୍ତି)-ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସଦର ମହକୁମା ପଞ୍ଚାୟତରେ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଦୁର୍ଗାପ୍ରସାଦ ଦୋରା, ସରପଞ୍ଚ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

ବଟେଶ୍ୱରକୁ ସଂଯୋଗ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ

ଗଞ୍ଜାମ,୧୭ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବଟେଶ୍ୱର ପୀଠରୁ ୧୬ନଂ. ଜାତୀୟ ରାଜପଥକୁ ସଂଯୋଗ ନିମନ୍ତେ ନିର୍ମାଣଧୀନ ରାସ୍ତା କାର୍ଯ୍ୟ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

ଚାଷୀ ଆଣିଲେ ବଡ଼ ଅଭିଯୋଗ

ବଞ୍ଚୋ,୧୭ା୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର କ୍ଷୁଦ୍ରଜଳସେଚନ ଅଧୀନ ପାଇକଚାଟ୍ରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନେଇ ଗୁରୁତର ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ପାଣି ପଞ୍ଚାୟତ ଗଠନରେ ଅଣଚାଷୀମାନଙ୍କୁ…

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri