ଚାଲ ସାଇକେଲ ଚଢ଼ିବା

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

ପରିବେଶ ଓ ସ୍ବାସ୍ଥ୍ୟ ଉପରେ ସାଇକେଲ ଚଢ଼ାର ଅନୁକୂଳ ପ୍ରଭାବ ବିଚାରକୁ ନେଇ କିଛି ମାସ ତଳେ ଜନସାଧାରଣଙ୍କୁ ସେଥି ପ୍ରତି ଆକୃଷ୍ଟ କରିବା ଲାଗି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଏବଂ ଭୁବନେଶ୍ୱର ନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ‘ସାଇକେଲ ଗିରି’ ପରିକଳ୍ପନା। ଗମନାଗମନ ପାଇଁ ଯଥାସମ୍ଭବ ସାଇକେଲର ଅଧିକ ବ୍ୟବହାର କରିବା ଲାଗି ଏଥିରେ ଆହ୍ବାନ ଦିଆଯାଇଛି। ଏଥି ପୂର୍ବରୁ ଏଠାରେ ଆରମ୍ଭ ହୋଇଥିଲା ‘ମୋ ସାଇକେଲ’ କାର୍ଯ୍ୟକ୍ରମ। ତେବେ ଜନସାଧାରଣଙ୍କ ସହଯୋଗ ଅଭାବରୁ ଏବଂ ପରିଚାଳନାଗତ ତ୍ରୁଟି ଯୋଗୁ ତାହା ସଫଳ ହୋଇପାରିନାହିଁ । ଏପରିସ୍ଥଳେ ଏହି ନୂତନ କାର୍ଯ୍ୟକ୍ରମ ତାହାକୁ ପୁନଃଜୀବନ୍ୟାସ ଦେବ ବୋଲି ଆଶା କରାଯାଏ। ଏହା ଯାନବାହନ ଯୋଗୁ ଘଟୁଥିବା ବାୟୁ ପ୍ରଦୂଷଣକୁ ଅନେକାଂଶରେ ପ୍ରତିହତ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ହେବ। ଅତଏବ ଏହାକୁ ସମଗ୍ର ଦେଶର ସମସ୍ତ ସହର ଓ ନଗରଗୁଡ଼ିକରେ କାର୍ଯ୍ୟକାରୀ କରାଯିବା ଉଚିତ।
ଏବେ ସାରା ପୃଥିବୀରେ ପେଟ୍ରୋଲ ଏବଂ ଡିଜେଲ ଚାଳିତ ଯାନବାହନ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ପ୍ରାୟ ପ୍ରତି ୫ ବର୍ଷରେ ଏହା ପ୍ରାୟ ଦ୍ୱିଗୁଣିତ ହେଉଛି। ଆମ ଦେଶରେ ଏହି ଦୃଶ୍ୟପଟ ଆଦୌ ଭିନ୍ନ ନୁହଁ। ଖଣିଜ ତୈଳର ବାରମ୍ବାର ମୂଲ୍ୟବୃଦ୍ଧି ଏହାକୁ ନିରୁତ୍ସାହିତ କରିବାର ଆଦୌ ମନେ ହେଉନାହିଁ। ଏହାର ପରିଣାମ ପ୍ରତିଫଳିତ ହେଉଛି ପରିବେଶ, ଜନସ୍ବାସ୍ଥ୍ୟ ଏବଂ ରାସ୍ତା ଦୁର୍ଘଟଣା ଉପରେ। ଏଣେ ଖଣିଜ ତୈଳର ଉତ୍ସ ମଧ୍ୟ ଦ୍ରୁତ ନିଃଶେଷ ହେବାରେ ଲାଗିଛି। ଆଗାମୀ ଗୋଟିଏ ଦୁଇଟି ଦଶକ ମଧ୍ୟରେ ଏହା ହୁଏତ ଦୁଷ୍ପ୍ରାପ୍ୟ ହୋଇପଡ଼ିବ। ବିଦ୍ୟୁତ୍‌ଚାଳିତ ଯାନ ଏହାର ସମାଧାନ ନୁହେଁ। କାରଣ ସେଥିପାଇଁ ମଧ୍ୟ ଆବଶ୍ୟକ ଶକ୍ତିର ଉପଯୋଗ। ଏପରିସ୍ଥଳେ ଏହି ଯାନଗୁଡ଼ିକର ବ୍ୟବହାର ଯଥାସମ୍ଭବ ହ୍ରାସ କରି, ଆଗରୁ ଆମ ଗମନାଗମନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସାଇକେଲକୁ ଅଧିକରୁ ଅଧିକ ଉପଯୋଗ କରିବାରେ ମତ ଦେଲେଣି ବହୁ ପରିବେଶବିତ୍‌ ଏବଂ ସ୍ବାସ୍ଥ୍ୟବିଜ୍ଞାନୀ। ବିଶେଷ କରି ବିଗତ କିଛି ମାସ ଧରି କୋଭିଡ୍‌-୧୯ ମହାମାରୀ ଯୋଗୁ ବନ୍ଦ ରହୁଛି ଅଧିକାଂଶ ଜିମ୍‌ ଓ ଯୋଗ କେନ୍ଦ୍ର। ସାଧାରଣ ଲୋକେ ବି ଅଧିକ ସମୟ ଘର ଭିତରେ ରହିବାକୁ ପସନ୍ଦ କରୁଛନ୍ତି। ସର୍ବସାଧାରଣ ଯାନବାହନରେ ଯାତାୟାତ ଏ ସଂକ୍ରମଣକୁ ବଢ଼ାଇବାର ସମ୍ଭାବନା ରହୁଛି।
ଏ ପରିପ୍ରେକ୍ଷୀରେ ସାଇକେଲର ବ୍ୟବହାର ଅଧିକ ପରିବେଶ ସହାୟକ, ସ୍ବାସ୍ଥ୍ୟକର ଓ ନିରାପଦ ମନେ ହେଉଛି। ଏହାକୁ ଦୃଷ୍ଟିରେ ରଖି ଚାଇନା, ଫ୍ରାନ୍ସ, ଇଟାଲୀ, ଇଂଲଣ୍ଡ, ସ୍ପେନ, ଆମେରିକା ଆଦି ଦେଶ ଏହି ମାଂସପେଶୀଚାଳିତ ଯାନର ବ୍ୟବହାରକୁ ପ୍ରୋତ୍ସାହନ ଦେଲେଣି। ସେସବୁ ଦେଶରେ ଏହାର ପ୍ରସାର ବଢ଼ିବାରେ ଲାଗିଛି। ଆମ ଦେଶରେ ମଧ୍ୟ ନଗର ଉନ୍ନୟନ ମନ୍ତ୍ରଣାଳୟ ପ୍ରଥମ ପର୍ଯ୍ୟାୟରେ ୧୦ଟି ନଗରୀରେ ଏହାକୁ ଉତ୍ସାହିତ କରିବା ଲାଗି ସର୍ବସାଧାରଣ ସାଇକେଲ କାର୍ଯ୍ୟକ୍ରମ ଆରମ୍ଭ କଲେଣି। ସଚେତନ ନାଗରିକ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନମାନେ ଏ ଦିଗରେ ଯନତ୍ବାନ ହେଲେ ତୈଳଚାଳିତ ଯାନବାହନର ସଂଖ୍ୟା ବୃଦ୍ଧି ହେତୁ ଉପୁଜିଥିବା ସମସ୍ୟାଗୁଡ଼ିକ ଅନେକାଂଶରେ ଲାଘବ ହୁଅନ୍ତା।
ଏହାର ପ୍ରଥମ ପ୍ରଭାବ ପରିଲକ୍ଷିତ ହୁଅନ୍ତା ପରିବେଶ ଉପରେ। ବ୍ରାସିଲୋନା ନଗରୀରେ ହୋଇଥିବା ଏକ ଆକଳନ ଅନୁସାରେ ସେଠାରେ ୧୫ ମିନିଟ୍‌ ସାଇକେଲ ଚାଳନା କରି ପହଞ୍ଚତ୍ ହେଲା ଭଳି କର୍ମକ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରୁ ଯଦିି ଏକ ଚତୁର୍ଥାଂଶ ଏହାକୁ ଆପଣାଇପାରନ୍ତେ ତା’ ହେଲେ ବାର୍ଷିକ ୯୦୦୦ ଟନ୍‌ ଜାଗତିକ ଉଷ୍ମତା ବୃଦ୍ଧିକାରୀ ବାଷ୍ପ ଅଙ୍ଗାରକାମ୍ଳର ନିର୍ଗମନ ହ୍ରାସ ପାଆନ୍ତା। ତତ୍‌ ସଙ୍ଗେ ସଙ୍ଗେ ବାୟୁ ପ୍ରଦୂଷକ ରୂପେ କୁଖ୍ୟାତି ଅର୍ଜନ କରିଥିବା ଗନ୍ଧକ ଓ ଯବକ୍ଷାରଜାନ ଅକ୍ସାଇଡ ସମୂହ, କାର୍ବନ ମନୋକ୍ସାଇଡ, ଆଲ୍‌ ଡିହାଇଡ ସମୂହ ବିବିଧ ହାଇଡ୍ରୋକାର୍ବନ ଇତ୍ୟାଦି ମଧ୍ୟ କମ୍‌ ନିର୍ଗତ ହୁଅନ୍ତା। ପରିବେଶ, କୃଷି ଓ ଜନସ୍ବାସ୍ଥ୍ୟ ଉପରେ ଏହାର କୁପ୍ରଭାବର ମୂଲ୍ୟ କୋଟି କୋଟି ଟଙ୍କା ହେବ। ପୁନଶ୍ଚ ଏଥି ସହିତ ଯୋଗକରିବାକୁ ପଡ଼ିବ ଯାନବାହନଗୁଡ଼ିକ ଦ୍ୱାରା ଘଟୁଥିବା ଧ୍ୱନି ପ୍ରଦୂଷଣର ଦାମ୍‌; ଯାହା କି ସାଇକେଲ ଚଢ଼ିବା ଦ୍ୱାରା ଏଡ଼ାଇ ଦିଆଯାଇପାରନ୍ତା।
ବେଗବାନ ତୈଳଚାଳିତ ଯାନ ସାଧାରଣତଃ ଦୁର୍ଘଟଣା ବଢ଼ାଇଥାନ୍ତି। ଏହା ବଦଳରେ ସାଇକେଲର ବ୍ୟବହାର ଏ ସମ୍ଭାବନାକୁ ୨୫ରୁ ୩୦ ପ୍ରତିଶତ ହ୍ରାସ କରିପାରିବ ବୋଲି ଆକଳନ କରାଯାଇଛି। ଦୁର୍ଘଟଣାଜନିତ ମୃତ୍ୟୁ ଓ ଅକର୍ମଣ୍ୟତା କଥା ବିଚାରକୁ ନେଇ ତାହାର ମୂଲ୍ୟାୟନ କରି ବସିଲେ ତାହା ଅନେକ କୋଟି ଟଙ୍କାରେ ପହଞ୍ଚତ୍ବ।
ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଗଣନାନୁସାରେ ୨୦୧୮ ଦୁନିଆରେ ୮୫ ପ୍ରତିଶତ ଲୋକ ପ୍ରାୟତଃ ଶ୍ରମବିହୀନ ଜୀବନ ବିତାଇଥାନ୍ତି। ଆମ ଦେଶରେ ଏହା ପ୍ରାୟ ୬୩ ପ୍ରତିଶତ। ବର୍ତ୍ତମାନ କୋଭିଡ୍‌-୧୯ ମହାମାରୀ କାଳରେ ତାହା ଆହୁରି ଅଧିକ ହୋଇସାରିଲାଣି। ପରିଣାମରେ ପୃଥୁଳତା ସମସ୍ୟା ଦିନକୁ ଦିନ କାୟାବିସ୍ତାର କରି ଚାଲିଛି। ଏହି ଧାରା ଅବ୍ୟାହତ ରହିଲେ ଆଗାମୀ ୨୦୩୦ ମସିହା ବେଳକୁ ୟୁରୋପୀୟ ଦେଶ ସମୂହ, ଅଷ୍ଟ୍ରେଲିଆ ଏବଂ ଆମେରିକାର ଅର୍ଦ୍ଧାଧିକ ଲୋକଙ୍କ ‘ବଡିମାସ୍‌ ଇଣ୍ଡେକ୍ସ’ ୩୦ରୁ ଅଧିକ ହେବ, ଅର୍ଥାତ୍‌ ସେମାନେ ପୃଥୁଳକାୟ ହୋଇଯିବେ ବୋଲି ଆଶଙ୍କା କରାଯାଏ। ଆମ ଦେଶରେ ଏହା ପ୍ରାୟ ୪୦ଶତାଂଶ ପାର ହୋଇଯାଇପାରେ। ଅତଏବ ହୃଦ୍‌ରୋଗ, କର୍କଟରୋଗ, ଅସ୍ଥି ପୋରିହା, ମଧୁମେହ ଭଳି ଅଣ ସଂକ୍ରମଣ ରୋଗଠାରୁ ଆରମ୍ଭ କରି ଅସୁସ୍ଥତାଜନିତ ସମସ୍ୟା ଗୁରୁତର ହେବାକୁ ଲାଗିବ। ଏପରି କି ଖାଦ୍ୟ ଗ୍ରହଣ କମ୍‌ କରିବା ମାଧ୍ୟମରେ କ୍ୟାଲୋରି ହ୍ରାସ ଏହା ଦୂର କରିପାରିବ ନାହିଁ। ବରଂ ଉପଯୁକ୍ତ ପରିମାଣରେ ସୁଷମଖାଦ୍ୟ ଖାଇ ଆବଶ୍ୟକ ଶ୍ରମ କରିବା ଏହାର ଉଚିତ ସମାଧାନ ହୋଇପାରିବ। ଗଣନାରୁ ଜଣାପଡ଼ିଛି ଯେ, ଏକଘଣ୍ଟା ଧରି ସାଇକେଲ ଚଳାଇଲେ ପ୍ରାୟ ୩୦୦ କ୍ୟାଲୋରି ଖର୍ଚ୍ଚ ହୋଇଥାଏ। ଅନ୍ୟପକ୍ଷରେ ଦିନକୁ ଅନ୍ତତଃ ୩୦ ମିନିଟ୍‌ ଶରୀର ଚାଳନା ଏହାର ସ୍ବାସ୍ଥ୍ୟ ପାଇଁ ଏକାନ୍ତ ପ୍ରୟୋଜନ ବୋଲି ମତ ଦେଇଛି ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା। ଏପରିସ୍ଥଳେ, ଖଣିଜ ତୈଳ ଚାଳିତଯାନ ବଦଳରେ ସାଇକେଲର ବ୍ୟବହାର ଏ ଦିଗରେ ବେଶ୍‌ ସହାୟକ ହୋଇପାରନ୍ତା। ଅତଏବ ଅଣସଂକ୍ରମଣ ରୋଗ ଏବଂ ଶାରୀରିକ ଅସୁସ୍ଥତା ହେତୁ ନଷ୍ଟ ହେଉଥିବା କୋଟି କୋଟି ଟଙ୍କାର ମାନବସମ୍ବଳ ବଞ୍ଚାଇବା ସମ୍ଭବ ହୁଅନ୍ତା। ଏଥି ସଙ୍ଗେ ସଙ୍ଗେ ପ୍ରତିବର୍ଷ ସରକାର ପେଟ୍ରୋଲିୟମ ସାମଗ୍ରୀ ଉପରେ ହେଉଥିବା ସବ୍‌ସିଡି ମଧ୍ୟ ହ୍ରାସ ପାଆନ୍ତା।
ଏହି ସତ୍ୟ ଉପଲବ୍ଧି କରି ବହୁ ୟୁରୋପୀୟ ଦେଶ, ଚାଇନା ଏବଂ ଆମେରିକାରେ ସାଇକେଲର ପ୍ରଚଳନ ବ୍ୟାପକ କରିବା ପାଇଁ ଯୋଜନାମାନ ପ୍ରସ୍ତୁତ କରାଗଲାଣି। ଉଦାହରଣ ସ୍ବରୂପ, ବ୍ରାସିଲୋନାରେ ଆରମ୍ଭ ହୋଇଥିବା ‘ବାଇସିଂ’ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ଲକ୍ଷ ଲୋକ ଏହି ଯାନକୁ ଆଦରି ନେଇଛନ୍ତି। ସେହିପରି ଲଣ୍ଡନରେ ଚାଲିଛି ”ବୋରିଶ ବାଇକସ“ କାର୍ଯ୍ୟକ୍ରମ। ଆମ ଦେଶରେ ଜାତୀୟ ନଗର ଗମନାଗମନ ନୀତିରେ ପାଦଚଲା ଲୋକ ଏବଂ ସାଇକେଲ ଆରୋହୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଲାଗି ସର୍ତ୍ତ ରଖାଯାଇଛି। ଏଣୁ ବିଭିନ୍ନ ରାଜ୍ୟ ସରକାରମାନେ ସେଥିପାଇଁ ରାସ୍ତା ତଥା ଟ୍ରାଫିକ ବ୍ୟବସ୍ଥାର ଆବଶ୍ୟକ ନବୀକରଣ ଦିଗରେ ଧ୍ୟାନ ଦେବାକୁ ଆରମ୍ଭ କଲେଣି। ଇତି ମଧ୍ୟରେ ଉଚ୍ଚତମ ନ୍ୟାୟାଳୟର ବାୟୁପ୍ରଦୂଷଣ ବିରୋଧରେ ସଂଗ୍ରାମର ଏକ ଅସ୍ତ୍ରରୂପେ ସାଇକେଲ ଉପରେ ଅଧିକ ନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଛନ୍ତି। ପୁନଶ୍ଚ ଭୁବନେଶ୍ୱର ସମେତ ଦେଶର ୯୫ଟି ସହର ଓ ନଗର ଆରମ୍ଭ କରିଛନ୍ତି ”ଇଣ୍ଡିଆ ସାଇକେଲ ଫର ଚେଞ୍ଜ“ କାର୍ଯ୍ୟକ୍ରମ। ଅତଏବ ଚାଲନ୍ତୁ ଆମେ ସାଇକେଲ ଚଢ଼ିବା ଏବଂ ଏସବୁରେ ସହଯୋଗ କରିବା। ନିଜର ଏବଂ ସମାଜର ହିତଦୃଷ୍ଟିରୁ ଏହା ଏକାନ୍ତ କରଣୀୟ।
ଉଷାନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ-୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri