ଐତିହ୍ୟ ସଂରକ୍ଷଣ ପାଇଁ ମ୍ୟୁଜିୟମ ହେଉ

କେନ୍ଦ୍ରାପଡ଼ା ଅଫିସ, ୨୪ା୫:କେନ୍ଦ୍ରାପଡ଼ା ଜିଲାର ଆରାଧ୍ୟ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ଚାପଖେଳ ରୀତିନୀତି ଜାରି ରହିଛି। ଏହି ଅବସରରେ ଶାମଗୁଡ଼ିଆ ଗଁାର ଫକୀର ଚରଣ ବେହେରା ଏକ ଅଷ୍ଟଧାତୁ ନିର୍ମିତ ୧୦ ଇଞ୍ଚ ଉଚ୍ଚତା ବିଶିଷ୍ଟ ନାରାୟଣ ମୂର୍ତ୍ତିକୁ ଇଚ୍ଛାପୁରସ୍ଥ ଚନ୍ଦନ ପୋଖରୀରୁ ରବିବାର ଉଦ୍ଧାର କରିଛନ୍ତି। ଏହି ମୂର୍ତ୍ତିକୁ ଏବେ ଏକ ବଣିଆ ଦୋକାନରେ ରଖାଯାଇଛି। ଉକ୍ତ ମୂର୍ତ୍ତିର ୪ ହାତରେ ଶଙ୍ଖ, ପଦ୍ମ, ଗଦା ରହିଛି। ହେଲେ ଚକ୍ର ଆୟୁଧଟି ଭାଙ୍ଗି ଯାଇଥିବାରୁ ତାହାକୁ ନୂଆ କରି ତିଆରି କରାଯାଉଥିବା ଜଣାପଡିଛି। ଚକ୍ରର ନିର୍ମାଣ ଶେଷ ହେବା ପରେ ମୂର୍ତ୍ତିଟିକୁ ଫକୀର ଶ୍ରୀବଳଦେବଜୀଉ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର କରିବେ ବୋଲି କହିଛନ୍ତି। ଅତୀତରେ ମଧ୍ୟ ସାନବାରଙ୍ଗଠାରେ ପୂଜା ପାଉଥିବା ମୁଣ୍ଡକଟା ଗୋପୀନାଥ ମୂର୍ତ୍ତି ଗୋଟିଏ କୂଅରୁ ଉଦ୍ଧାର କରାଯାଇଥିଲା। ଲୋକଶ୍ରୁତି ଅନୁଯାୟୀ ସହରର ପୁରୁଣା ବସ୍‌ଷ୍ଟାଣ୍ଡରେ ଶ୍ରୀବଳଦେବଜୀଉ ମନ୍ଦିରର ଗରୁଡ଼ ମୂର୍ତ୍ତିି ଏବେ ମହାକାଳପଡ଼ା ବ୍ଲକ ବବକରପୁର ଗ୍ରାମ କାଳିଦାସ ମନ୍ଦିରରେ ରହିଛି। କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁର ନିକଟ ହବେଳି ଗଁାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ଚକାସନ ଏବେବି ପ୍ରାଚୀନତାର ସ୍ବାକ୍ଷର ବହନ କରୁଛି। ତେବେ ଏହାର ସଂରକ୍ଷଣ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଦ୍ଧାର କରାଯାଉଥିବା ପ୍ରାଚୀନ ମୂର୍ତ୍ତିର ସଂରକ୍ଷଣ ପାଇଁ ଜିଲାରେ ଏକ ମ୍ୟୁଜିୟମର ଆବଶ୍ୟକତା ରହିଥିବା ବିଭିନ୍ନ ମହଲରୁ ଦାବି କରାଯାଉଛି।
ଏ ସମ୍ପର୍କରେ ଶିକ୍ଷାବିତ୍‌ ତଥା ଗବେଷକ ଡ. ସର୍ବେଶ୍ୱର ସେଣ, ବୁଦ୍ଧଜୀବୀ ପ୍ରଭାକର ସାମଲ, ତ୍ରିଲୋଚନ ଦାସ, ଦୋଳଗୋବିନ୍ଦ ଜେନା, ଅଶୋକ ସ୍ବାଇଁ ପ୍ରମୁଖ କୁହନ୍ତି, କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ସ୍ଥାନରେ ଐତିହ୍ୟ ଚିହ୍ନ ରହିଛି। ଏହାର ପ୍ରଚାର ପ୍ରସାର ସହିତ ସଂରକ୍ଷଣ ପାଇଁ ଏକ ମ୍ୟୁଜିୟମ ଆବଶ୍ୟକ। ଇଚ୍ଛାପୁରର ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟ ନିକଟ ଏକ ଯାତ୍ରୀ ନିବାସ ୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲେ ମଧ୍ୟ ଦିନେ ହେଲେ ବ୍ୟବହାର ଉପଯୋଗୀ ହୋଇନାହିଁ। ଏଠାରେ ମ୍ୟୁଜିୟମ ହେଲେ ଶ୍ରୀଜୀଉଙ୍କ ଦର୍ଶନ ସହ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇପାରିବ। ଜିଲାର ବିଭିନ୍ନ ସ୍ଥାନରେ ଥିବା ମତ୍ସେନ୍ଦ୍ରନାଥ, ଶୈଳନାଥ ସମାଧି, ଇଚ୍ଛାନାଥ ସମାଧି ସହ ବୌଦ୍ଧ ଧର୍ମର ପ୍ରତୀକ ଚକ୍ରପାଣି, ସ୍ଥିରଚକ୍ର ମଞ୍ଜୁଶ୍ରୀ, ଅବଲୋକିତିଶ୍ୱର, ତାରା ଆଦି ମୂର୍ତ୍ତିର ରକ୍ଷଣାବେକ୍ଷଣ କରାଯାଉ ନାହିଁ। ପ୍ରତି ଗଁାରେ ଏହି ଐତିହ୍ୟକୁ କେଉଁଠାରେ ଗ୍ରାମଦେବତୀ ଭାବେ ପୂଜା କରାଯାଉଛି ତ କେତେକ ଅବହେଳାର ଶିକାର ହେଉଛି। ଅଲେକ ନାହାକାଣୀ, ନାୟକ ବାବୁ ମନ୍ଦିର, ଚନ୍ଦ୍ରମଉଳି, ଦରିଆ ରାମଚଣ୍ଡୀ, ନିମ୍ବଦାରୁ ଠାକୁରାଣୀ, ଲଙ୍କେଶ୍ୱରୀ ଆଦି କେନ୍ଦ୍ରାପଡ଼ାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଥାଏ। ସେହିପରି ଡେରାବିଶର ଆଳି ନଅର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ଏହି ଜିଲାରୁ ଇଚ୍ଛାପୁରର ଶ୍ରୀବଳଦେବଜୀଉ, ସହରର ଗୋବିନ୍ଦଜୀଉ, ତମାଳଶାସନର ଦଧିବାମନଜୀଉ, ସନ୍ଥପୁରାର ଶିବ ମନ୍ଦିର, ଆଳିର ଲକ୍ଷୀବରାହଜୀଉ ମନ୍ଦିର, କୁଦାନଗରୀ, ସଖୀବଟ, ଗଦାଧର ପୀଠ, କର୍ତ୍ତେଶ୍ୱର ମନ୍ଦିର, ଅନ୍ଧବର, ଗୋଠେଶ୍ୱର ପୀଠ, ହୁକିଟୋଲା ବତିଘର ଆଦି ରାଜ୍ୟ ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳିଛି। ଏସବୁ କ୍ଷେତ୍ର ଜିଲାରେ ପର୍ଯ୍ୟଟନସ୍ଥଳୀ ବୋଲି ଅଧିକାଂଶ ଜିଲାବାସୀଙ୍କୁ ଅଜଣା ଅଛି। ପ୍ରଚାର ପ୍ରସାର ସହ ପର୍ଯ୍ୟଟନସ୍ଥଳୀକୁ ଭଲ ରାସ୍ତାଟିଏ ନାହିଁ। ରାଜନଗର ବ୍ଲକ ରିଘାଗଡର ବଳଦେବଜୀଉ ମନ୍ଦିର, ରାଜକନିକାର ଗୋକର୍ଣ୍ଣେଶ୍ୱର ମନ୍ଦିର, ସିକୋର ଅଷ୍ଟଶମ୍ଭୁ, ଡେରାବିଶର ଦଧିବାମନଜୀଉ, ପଟ୍ଟାମୁଣ୍ଡାଇର ଛୁଆଳିଆ ଆଦି ରାଜ୍ୟ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଅପେକ୍ଷାରେ ଅଛି। ଏହା ବ୍ୟତୀତ ପୁରୁଣା ବସଷ୍ଟାଣ୍ଡରେ ଥିବା ଡାଇମଣ୍ଡ ଜୁବୁଲି ପାଠାଗାର, ସୂର୍ଯ୍ୟଘଡ଼ି, ନୋଳ ସାହି ରାଜନଅର, ଜମ୍ବୁଦ୍ୱୀପ ନଅର ଆଦି ଏହି ଜିଲାରେ ଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଅବହେଳାର ଶିକାର ହୋଇଛି। ଐତିହ୍ୟ ସାମଗ୍ରୀ ଓ ଚିହ୍ନକୁ ସଂରକ୍ଷଣ ପାଇଁ କୌଣସି ମ୍ୟୁଜିୟମ ପ୍ରତିଷ୍ଠା କରିବାକୁ ପ୍ରଶାସକ ଓ ରାଜନେତା ସମ୍ବେଦନଶୀଳ ନ ଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ପର୍ଯ୍ୟଟନସ୍ଥଳୀଗୁଡିକର ଉନ୍ନତୀକରଣ ହେଉଛି। ସ୍ବଦେଶୀ ଦର୍ଶନରେ ଏହି ଜିଲାକୁ ସାମିଲ ପାଇଁ ପ୍ରୟାସ ହୋଇଛି। ଏହାବ୍ୟତୀତ ପ୍ରଚାର ପ୍ରସାର ପାଇଁ ବ୍ୟବସ୍ଥା କରାଯାଉଥିବା ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri