Posted inଜାତୀୟ

ଆତଙ୍କର ମାଷ୍ଟରମାଇଣ୍ଡଙ୍କୁ ଉତ୍ତରଦାୟୀ କରାଯାଉ

ନୂଆଦିଲ୍ଲୀ,୧୬ା୨: ଆତଙ୍କବାଦୀ କାର୍ଯ୍ୟକଳାପର ମାଷ୍ଟରମାଇଣ୍ଡଙ୍କୁ ସେମାନଙ୍କ କାର୍ଯ୍ୟ ଲାଗି ବିଶ୍ୱ ଉତ୍ତରଦାୟୀ କରିବା ଆବଶ୍ୟକ ବୋଲି ଜାତିସଂଘରେ ଭାରତ ଦାବି କରିଛି। ସେମାନେ ନିଜକୁ ଆତଙ୍କବାଦର ଶିକାର ବୋଲି ଚିତ୍ରଣ କରି ଅନ୍ତର୍ଜାତୀୟ ସମୁଦାୟଙ୍କୁ ବିଭ୍ରାନ୍ତ କରିବାକୁ ଦିଆ ନ ଯିବା ମଧ୍ୟ ଅନୁରୂପ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତ କହିଛି।
୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ, ୨୦୧୬ର ପଠାନକୋଟ ଆକ୍ରମଣ ଏବଂ ୨୦୧୯ର ପୁଲ୍‌ଓ୍ବାମା ଆକ୍ରମଣକୁ ସାରା ବିଶ୍ୱ ଦେଖିଛି। ଏହି ଅପରାଧୀମାନେ କେଉଁଠୁ ଆସିଥିଲେ, ତାହା ମଧ୍ୟ ସମସ୍ତେ ଜାଣନ୍ତି ବୋଲି ଜାତିସଂଘରେ ପାକିସ୍ତାନକୁ ଟାର୍ଗେଟ କରି ଭାରତର ସ୍ଥାୟୀ ମିଶନର କାଉସେଲର ରାଜେଶ ପରିହାର କହିଛନ୍ତି। ଅତ୍ୟନ୍ତ ପରିତାପର ବିଷୟ ଯେ, ଯେଉଁମାନେ ଏହିସବୁ ଆକ୍ରମଣ ଘଟାଇଥିଲେ, ସେମାନେ ଉକ୍ତ ରାଷ୍ଟ୍ରର ସମର୍ଥନ ଓ ଆତିଥେୟତା ପାଇଆସୁଛନ୍ତି। ଠିକ୍‌ ୩ ବର୍ଷ ପୂର୍ବେ ୨୦୧୯ ଫେବୃୟାରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ସୋମବାର ଜାତିସଂଘର ଆତଙ୍କବାଦ ନିରୋଧୀ କମିଟିର ଖୋଲା ଆଲୋଚନାରେ ରାଜେଶ ଉପରୋକ୍ତ ମନ୍ତବ୍ୟ ରଖିଥିଲେ। ଆକ୍ରମଣରେ ମୃତକମାନଙ୍କ ପରିବାରକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିଲା ନାହିଁ। ଅନ୍ୟ ପକ୍ଷରେ ଅପରାଧୀ, ସେମାନଙ୍କୁ ପ୍ରେରଣ କରିଥିବା ଏବଂ ଅର୍ଥ ଯୋଗାଇଥିବା ବ୍ୟକ୍ତିମାନେ ମୁକ୍ତ ଭାବରେ ବୁଲୁଛନ୍ତି ଏବଂ ରାଷ୍ଟ୍ର ସମର୍ଥନ ଓ ଆତିଥେୟତା ଉପଭୋଗ କରୁଛନ୍ତି ବୋଲି ପାକିସ୍ତାନର ନଁା ନ ନେଇ ରାଜେଶ କହିଛନ୍ତି। ଜାତିସଂଘ ୧୫୦ରୁ ଊର୍ଦ୍ଧ୍ୱ ସଂଗଠନ ଓ ଏହାର ନେତାଙ୍କୁ ଆତଙ୍କବାଦୀ ତାଲିକାରେ ସାମିଲ କରିଛି। ଏହି କୁଖ୍ୟାତ ଆତଙ୍କବାଦୀ ନେତାଙ୍କୁ ଶହୀଦ ଆଖ୍ୟା ଦିଆଯାଉଛି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅଲ୍‌-କାଏଦାର ନିହତ ନେତା ଓସାମା ବିନ୍‌ ଲାଡେନଙ୍କୁ ଶହୀଦ ବୋଲି କହିଥିଲେ। ଆତଙ୍କବାଦ ସୃଷ୍ଟିର କେନ୍ଦ୍ରସ୍ଥଳ ବିରୋଧରେ ଅବିଳମ୍ବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ଭାରତ ଅନ୍ତର୍ଜାତୀୟ ସମୁଦାୟଙ୍କୁ ଆହ୍ବାନ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri