କେନ୍ଦ୍ରୀୟ ବାହିନୀ ଖର୍ଚ୍ଚ ଛାଡ଼ ହେଉ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଓଡ଼ିଶାରେ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାହିନୀ (ସିଏପିଏଫ୍‌) ମୁତୟନ ବାବଦ ୪୫୬୧.୨୩ କୋଟି ଟଙ୍କାର ଖର୍ଚ୍ଚ ପଇଠ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦାବି କରିଛି। ହେଲେ ଏହି ଖର୍ଚ୍ଚ ଛାଡ଼ କରିବାକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସିଏପିଏଫ୍‌ ଯବାନ ମୁତୟନ ବାବଦକୁ ମନ୍ତ୍ରଣାଳୟ ୨୦୨୦ ଅକ୍ଟୋବର ୧ ତାରିଖ ଯାଏ ୪୫୬୧.୨୩ କୋଟି ଖର୍ଚ୍ଚ ଦାବି କରିଛି। ଏହି ଖର୍ଚ୍ଚକୁ ପୁନର୍ବିଚାର କରିବାକୁ ୨୦୧୫ରେ ରାଜ୍ୟ ସରକାର ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ତେବେ କେବଳ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ଯଥା ଉତ୍ତର ପୂର୍ବ ରାଜ୍ୟ, ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶ ବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକୁ ଖର୍ଚ୍ଚ ଛାଡ଼ କରିବା ନେଇ କୌଣସି ବ୍ୟବସ୍ଥା ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜଣାଇ ଦିଆଯାଇଥିଲା। ସମ୍ବଳର ଅଭାବ ହେତୁ କେନ୍ଦ୍ରୀୟ ବାହିନୀ ମୁତୟନ ବାବଦ ଖର୍ଚ୍ଚ ବହନ କରିବା ରାଜ୍ୟ ପକ୍ଷେ ସମ୍ଭବ ହେଉନାହିଁ। ସମଗ୍ର ଦେଶ ପାଇଁ ମାଓବାଦୀ କାର୍ଯ୍ୟକଳାପ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହା ଜାତୀୟ ସଂହତି ପ୍ରତି ବଡ଼ ବିପଦ ହୋଇଛି। ଏହା ଏକ ଜାତୀୟ ସମସ୍ୟା। ଏହାକୁ ମିଳିତ ଭାବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୁକାବିଲା କରୁଛନ୍ତି। ସୀମିତ ସମ୍ବଳ ସତ୍ତ୍ୱେ ଓଡ଼ିଶା ସରକାର ମାଓବାଦୀ ଦମନ ପାଇଁ ସୁରକ୍ଷା କର୍ମୀମାନଙ୍କୁ ନିୟୋଜିତ କରିଆସୁଛନ୍ତି।
ମାଓବାଦୀ କାର୍ଯ୍ୟକଳାପ ରୋକିବାକୁ ରାଜ୍ୟ ସରକାର ୧୫ଟି ବାଟାଲିୟନ ପ୍ରତିଷ୍ଠା କରିଛନ୍ତି। ପୋଲିସ କ୍ୟାଡ୍‌ରରେ ୩୦ ହଜାର ପଦବୀ ସୃଷ୍ଟି କରାଯାଇଛି। ମାଓବାଦୀ ମୁକାବିଲା ପାଇଁ ସୁରକ୍ଷା ବଳକୁ ସ୍ବତନ୍ତ୍ର ତାଲିମ ଦିଆଯାଉଛି। କେନ୍ଦ୍ରୀୟ ବାହିନୀ ମୁତୟନରେ ଓଡ଼ିଶା ସମସ୍ୟାକୁ ଅନୁଭବ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦାବି ଅର୍ଥ ଛାଡ଼ ବିଷୟରେ ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଲିକେଶ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

LPG ଏବଂ PNG ର ଏକ୍ସପାଏରୀ ଡେଟ୍‌ ଅଛି କି? ଜାଣନ୍ତୁ କେମିତି କରିବେ ଚେକ୍‌…

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇନ୍ଧନ ଯୋଗାଣ ନେଇ ଚିନ୍ତା ମଧ୍ୟରେ, ଭାରତର ଅନେକ ପରିବାର LPG ସିଲିଣ୍ଡର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏହା PNG…

ମୋଦିଙ୍କ ପାଇଁ ବଡ଼ କଥା କହିଦେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୮।୩: ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଶନିବାର ଦିନ କହିଛନ୍ତି ଯେ ସେ ‘ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ ଅଛନ୍ତି।’ ତାଙ୍କ…

ଥକି ପଡିଲେଣି ଇସ୍ରାଏଲୀ ସେନା? ଫସିଗଲେ କି ନେତାନ୍ୟାହୁ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଜେରୁଜେଲମ,୨୮।୩: ଇସ୍ରାଏଲୀ ସାମରିକ ବାହିନୀ ସମ୍ପର୍କରେ ଏକ ବଡ଼ ଚେତାବନୀ ସାମ୍ନାକୁ ଆସିଛି। ଦେଶର ମୁଖ୍ୟ କର୍ମଚାରୀ ଇୟାଲ ଜମିର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ଯେ…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri