ପଶ୍ଚିମବଙ୍ଗରୁ ଶିକ୍ଷା

କୌଶିକ ବସୁ

 

ବିଶ୍ୱ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତିତ ସ୍ଥିତିରେ ପହଞ୍ଚିଛି। ପାରମ୍ପରିକ ଶ୍ରମର ସ୍ଥାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିିମ ବୁଦ୍ଧିମତ୍ତା) ନେଉଛି। ଏଥିପାଇଁ ଭବିଷ୍ୟତରେ ଦେଶଗୁଡ଼ିକ କାର୍ଯ୍ୟର ପରିବର୍ତ୍ତିତ ଧାରାକୁ ଗ୍ରହଣ କରିବା ସମ୍ଭାବନା ପ୍ରକାଶ ପାଇଛି। କିନ୍ତୁ ଏହାର ଗ୍ରହଣୀୟତା ଲାଗି ସୃଜନାମତ୍କତାକୁ ପ୍ରୋତ୍ସାହିତ କରୁଥିବା ଏକ ଶିକ୍ଷା ବ୍ୟବସ୍ଥା ଆବଶ୍ୟକ। ବିଶେଷକରି ଭାରତ ଭଳି ଦେଶ ପାଇଁ ଏହା ପ୍ରଯୁଜ୍ୟ। କାରଣ ଏଠାରେ ଡିଜିଟାଲ ବିଭେଦ ଅଧିକ ଏବଂ ଏହା ବୃଦ୍ଧି ପାଉଥିବା ଅସମାନତା ପ୍ରତି ବିପଦ। ମାସେ ହେଲା ମୁଁ ଭାରତର ବିଭିିନ୍ନ ସ୍ଥାନ ଗସ୍ତ କରୁଛି। ରାସ୍ତାରେ ଯିବା ସମୟରେ ଶିକ୍ଷା ଓ ଗବେଷଣା ସହ ଜଡ଼ିତ ବହୁ ବ୍ୟକ୍ତିଙ୍କ ସହ ଆଲୋଚନା କରୁଛି। ଏହିି କ୍ରମରେ ସଂଯୋଗବଶତଃ ମୁଁ ଦିଲ୍ଲୀରେ ପହଞ୍ଚିଲିି। ସେତେବେଳେ ଆନୁଆଲ ଷ୍ଟାଟସ ଅଫ୍‌ ଏଡୁକେଶନ ରିପୋର୍ଟ(ଏଏସ୍‌ଇଆର୍‌) ପ୍ରକାଶ ପାଇଥିଲା। ଏଏସ୍‌ଇଆର୍‌ ଗ୍ରାମୀଣ ଭାରତର ସ୍କୁଲ ଓ ପ୍ରଚଳିତ ଶିକ୍ଷା ସମ୍ପର୍କିତ ତଥ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଚଳିତ ବର୍ଷ ସ୍ବେଚ୍ଛାସେବୀମାନେ ଦେଶ ସାରା ୧୭,୦୦୦ରୁ ଅଧିକ ସ୍କୁଲ ଗସ୍ତ କରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। କୋଭିଡ୍‌-୧୯ ଦେଖାଦେବାର ୪ ବର୍ଷ ପରେ ଉକ୍ତ ରିପୋର୍ଟ ଭାରତର ପିଲାମାନଙ୍କ ଶିକ୍ଷା ଉପରେ ମହାମାରୀର ବିଧ୍ୱସଂକ ପରିଣାମର ମହତ୍ତ୍ୱପୂର୍ଣ୍ଣ ଝଲକ ପ୍ରଥମେ ସାମ୍ନାକୁ ଆଣିଛି। ଏହା ମଧ୍ୟ ଅନ୍ୟ ବିକାଶଶୀଳ ଏବଂ ବିକଶିତ ଦେଶଗୁଡ଼ିକରେ ଅନେକ ଲକ୍ଷ ଛାତ୍ରଙ୍କ ଜଟିଳ ଅନୁଭବକୁ ଉପସ୍ଥାପନ କରିଛି।
ଉକ୍ତ ରିପୋର୍ଟ ଦର୍ଶାଇଛି ଯେ,ଭାରତର ସବୁ ବୟସ ବର୍ଗର ପିଲାମାନଙ୍କ ପ୍ରାରମ୍ଭିକ ପଢ଼ା ଦକ୍ଷତା ହ୍ରାସ ପାଇ ୨୦୧୨ ପୂର୍ବ ସ୍ତରରେ ପହଞ୍ଚିଛି ଏବଂ କୋଭିଡ୍‌ ମହାମାରୀ ପୂର୍ବରୁ ପିଲାମାନଙ୍କ ଦକ୍ଷତାରେ ଯାହା କିଛି ବିକାଶ ହୋଇଥିଲା ତାହା ସବୁ ଓଲଟପାଲଟ ହୋଇଯାଇଛି। ଉଦାହରଣ ସ୍ବରୂପ, ୨୦୧୮ରେ ୨୭.୩% ତୃତୀୟ ଶ୍ରେଣୀ ପିଲା ଦ୍ୱିତୀୟ ଶ୍ରେଣୀ ବହି ପଢିପାରୁଥିଲେ। କିନ୍ତୁ ତାହା ହ୍ରାସ ପାଇ ୨୦୨୨ରେ ଏହା ପହଞ୍ଚିଛି ୨୦.୫%ରେ। କେବଳ ସରକାରୀ ସ୍କୁଲରେ ନାମ ଲେଖାରେ ପ୍ରଗତି ହୋଇଛି। ସରକାରୀ ସ୍କୁଲଗୁଡ଼ିକରେ ୬-୧୪ ବର୍ଷ ବୟସର ପିଲାମାନଙ୍କ ସଂଖ୍ୟା ୨୦୦୬ରୁ ୨୦୧୪ ମଧ୍ୟରେ ହ୍ରାସ ପାଇବାରେ ଲାଗିଥିଲା। ହେଲେ ଏଥିରେ ପରିବର୍ତ୍ତନ ଆସିଛି। ୨୦୧୮ରେ ଏହି ବୟସ ବର୍ଗର ପିଲାଙ୍କ ମଧ୍ୟରୁ ୬୫.୬% ସରକାରୀ ସ୍କୁଲରେ ନାମ ଲେଖାଇଥିଲେ ଓ ୨୦୨୨ରେ ଏହି ସଂଖ୍ୟା ୭୨.୯%କୁ ବୃଦ୍ଧିପାଇଛି। ଯଦି ଭାରତରେ ଶିକ୍ଷାରେ ସୁଧାର ଆଣିବା ସକାଶେ ଏବେ ଅନୁସୃତ ଯୋଜନାଗୁଡ଼ିକୁ ଗ୍ରହଣ କରି ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯାଏ ତେବେ ଆହୁରି ଉତ୍ତମ ସ୍ଥିତି ଆଶା କରାଯାଇପାରିବ।
ମୋ ଯାତ୍ରା ସମୟରେ ପଶ୍ଚିମବଙ୍ଗ ପୁରୁଲିଆ ଜିଲାର ଆଦିବାସୀ ଅଧ୍ୟୁଷିତ ତଥା ଆର୍ଥିକ ଦୃଷ୍ଟିକୋଣରୁ ଏକ ପଛୁଆ ଅଞ୍ଚଳରେ ଶିକ୍ଷାର ପ୍ରଗତି ମୋତେ ଅଧିକ ଉତ୍ସାହିତ କରିଥିଲା। ଆଜକୁ ପ୍ରାୟ ୧୦,୦୦୦ ବର୍ଷ ପୂର୍ବେ ଦକ୍ଷିଣପୂର୍ବ ଏସିଆରୁ ଆସିଥିବା ସାନ୍ତାଳ ସମ୍ପ୍ରଦାୟର ଆଦିବାସୀମାନେ ଏହି ଅଞ୍ଚଳରେ ଅଧିକ ସଂଖ୍ୟାରେ ବସବାସ କରୁଛନ୍ତି। ଉକ୍ତ ପଛୁଆ ଗ୍ରାମୀଣ ଅଞ୍ଚଳର ମଧ୍ୟଭାଗରେ ଥିବା ଫିଲିକ୍ସ ସ୍କୁଲର ଦଶମ ଶ୍ରେଣୀ ପିଲାଙ୍କୁ ଗାଣିତିକ ମଡେଲର ଗେମ୍‌ ଥିଓରି ବିଷୟରେ ପଢାଇବା ଲାଗି ସେଠାରେ ପହଞ୍ଚିଥିଲି। ଫିଲିକ୍ସ ସ୍କୁଲର ଲକ୍ଷ୍ୟ ଅତ୍ୟନ୍ତ ମହତ୍ତ୍ୱାକାଂକ୍ଷୀ। ଏହା ଆଧୁନିକ ଇଂରାଜୀ ମାଧ୍ୟମରେ ଗଣିତ, ବିଜ୍ଞାନ ଏବଂ ମାନବ ବିଜ୍ଞାନ ଆଦି ବିଷୟରେ ଶିକ୍ଷା ପ୍ରଦାନ କରୁଛି। ପିଲାମାନଙ୍କୁ ଏଭଳି ସ୍ତରରେ ଶିକ୍ଷା ଦିଆଯାଉଛି ଯେ, ସେମାନେ ନ୍ୟୁୟର୍କ କିମ୍ବା ଦିଲ୍ଲୀର ଏକ ଶ୍ରେଷ୍ଠ ସ୍କୁଲରେ ବି ପଢ଼ିପାରିବେ। ଏହି ସ୍କୁଲ ୨୦୧୪ରେ ପ୍ରତିଷ୍ଠା କରାଯାଇଥିଲା। ଏଥିରେ ଏବେ ୫୦୦ ପିଲା ପଢ଼ୁଛନ୍ତି ଓ ଏମାନଙ୍କ ମଧ୍ୟରେ ପ୍ରାୟ ଅଧା ହେଉଛନ୍ତି ଛାତ୍ରୀ। ଅଧିକାଂଶ ଛାତ୍ର ଗରିବ ସୀମାରେଖା ତଳେ ଥିବା ପରିବାରରୁ ଆସିଛନ୍ତି ଓ ଏମାନଙ୍କ ମଧ୍ୟରୁ ସଂଖ୍ୟାଧିକ ହେଉଛନ୍ତି ସାନ୍ତାଳୀ ଆଦିବାସୀ।
ପୁରୁଲିଆ ଏକ ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା। ସେଠାରେ ପହଞ୍ଚିବା ପାଇଁ ମୁଁ ବେଙ୍ଗାଲୁରୁରୁ ବିମାନ ଯୋଗେ ଦୁର୍ଗାପୁରସ୍ଥିତ କାଜି ନଜରୁଲ ଇସଲାମ ଏୟାରପୋର୍ଟରେ ପହଞ୍ଚିଥିଲି। ସେଠାରୁ ରାଜପଥରେ ଦାମୋଦର ନଦୀ ପାର ହୋଇ ଅବହେଳିତ ଗ୍ରାମ ଓ କ୍ଷେତ ଦେଇ ଯାଇଥିବା ଅଣଓସାରିଆ ଗ୍ରାମୀଣ ରାସ୍ତାରେ ଯାଇଥିଲି। ଏଭଳି ୨ ଘଣ୍ଟାର ଯାତ୍ରା ପରେ ଫିଲିକ୍ସ ସ୍କୁଲରେ ପହଞ୍ଚତ୍ଥିଲି। ସେଠାରେ ପଢ଼ାଇବା ସମୟରେ କିଛି ଆଶ୍ଚର୍ଯ୍ୟଜନକ ବିଷୟ ସାମ୍‌ନାକୁ ଆସିଥିଲା। ଓଜସ୍ବୀ ଛାତ୍ରମାନଙ୍କ ଗେମ୍‌ ଥିଓରିର ପ୍ରିଜିନର୍ସ ଡାଇଲେମାକୁ ସହଜରେ ବୁଝି ଗ୍ରହଣ କରିଥିଲେ। କଳାପଟାରେ ହେକ୍ସର ଆନିମେଟେଡ ଗେମ୍‌ ଖେଳିବା ପୂର୍ବରୁ ଏହା ଉପରେ ମୋର କ’ଣ ବିଚାର ରହିଛି ତାହାକୁ ନେଇ ସେମାନେ ତର୍କ କରିଥିଲେ। ଅନ୍ୟ ସ୍କୁଲରେ ପଢୁଥିବା ଏମାନଙ୍କ ବୟସର ଛାତ୍ରମାନଙ୍କ ତୁଳନାରେ ଏମାନେ ବହୁ ଆଗରେ ଥିବା ମୁଁ ଅନୁଭବ କରିଥିଲି। କୋଲକାତାର ସେଣ୍ଟର ଫର୍‌ ଡେଭଲପ୍‌ମେଣ୍ଟ ରିସର୍ଚ୍ଚ ସଷ୍ଟେନବିଲିଟି ଆଣ୍ଡ୍‌ ଟେକ୍‌ନିକାଲ ଆଡ୍‌ଭାନ୍ସମେଣ୍ଟ (ସି-ଡିଆର୍‌ଏଏସ୍‌ଟିଏ) ଦ୍ୱାରା କରାଯାଇଥିବା ଏକ ପରିସଂଖ୍ୟାନଭିତ୍ତିକ ଅନୁଧ୍ୟାନ ମୋ ଅନୁଭବକୁ ସିଦ୍ଧ କରିଥିବା ମନେହେଉଛି। ସି-ଡିଆର୍‌ଏଏସ୍‌ଟିଏ ଦର୍ଶାଇଛି ଯେ,ଫିଲିକ୍ସ ସ୍କୁଲର ସଫଳତାକୁ ସୁନ୍ଦରବନ ଜଙ୍ଗଲରେ ଏବଂ ହିମାଳୟ ପାଦଦେଶରେ ରହୁଥିବା ଗରିବ ପିଲାମାନଙ୍କ ପାଇଁ ସେଠାକାର ସ୍କୁଲଗୁଡ଼ିକରେ ଚାଲିଥିବା ସର୍ବଶିକ୍ଷା ଯୋଜନାରେ ଅନୁକରଣ କରାଯାଉଛି ।
ଏହା ସତ୍ୟ ଯେ, ଉକ୍ତ ସ୍କୁଲ ବିଶେଷ କରି ଫିନ୍‌ଲାଣ୍ଡର ଶିକ୍ଷାକୈନ୍ଦ୍ରିକ ବିଚାରଗୁଡ଼ିକୁ ନିଜର ପୁଞ୍ଜି କରିଛି। କିନ୍ତୁ ଏବେ ଭାରତରେ ସରକାରୀ ସ୍କୁଲଗୁଡ଼ିକ ଶିକ୍ଷକଙ୍କ ଉଦାସୀନତା ଏବଂ ଅନୁପସ୍ଥିତିକୁ ନେଇ ସଂଗ୍ରାମ କରୁଥିବାବେଳେ ସେ କ୍ଷେତ୍ରରେ କ’ଣ କରାଯାଇପାରିବ ତାହା ଉପରେ ପୁନର୍ବାର ବିଚାର କରିବା ଦରକାର। ସେମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଆଥିର୍ର୍କ ଜରିମାନା କିମ୍ବା ପ୍ରୋତ୍ସାହନ ଭଳି ପଦକ୍ଷେପ ଉପରେ ଅର୍ଥନୀତିଜ୍ଞମାନେ ଗୁରୁତ୍ୱ ଦେଇଥାନ୍ତି। ଏହିସବୁ ପଦକ୍ଷେପ କିଛିଟା ସାହାଯ୍ୟ କରୁଥିବାବେଳେ ପୁରୁଲିଆରେ ମୋର ୪ ଦିନିଆ ରହଣିରୁ ମୁଁ ଅବଗତ ହେଲି ଯେ, ଶିକ୍ଷକମାନଙ୍କ ମଧ୍ୟରେ ଯଥାସମ୍ଭବ ବୃତ୍ତିଗତ ସ୍ବାଭିମାନ ପ୍ରତିଷ୍ଠାର ମହତ୍ତ୍ୱ ରହିଛି। ଅର୍ଥନୀତିଜ୍ଞ ଭାବେ ଆମେ ଶିକ୍ଷକମାନଙ୍କ ସ୍ବ-ସଞ୍ଚାଳନର ଶକ୍ତିକୁ କମ୍‌ ଗୁରୁତ୍ୱ ଦେଇଥାଉ। ହେଲେ ବାସ୍ତବତା ହେଉଛି, ଫିିଲିକ୍ସ ସ୍କୁଲରେ ଶିକ୍ଷକମାନଙ୍କର କାର୍ଯ୍ୟ ପ୍ରତି ଆମତ୍ ସ୍ବାଭିମାନ ଓ ତ୍ୟାଗ ଅଧିକ ଶକ୍ତିଶାଳୀ ପ୍ରେରକ ହୋଇପାରିଛି।
ଫିଲିକ୍ସ ସ୍କୁଲ ଶିକ୍ଷା କ୍ଷେତ୍ରରେ ଏକ ଉଦାହରଣ। ସ୍କୁଲର ସଫଳତାକୁ ଏକ ମଡେଲ ଭାବେ ଅନ୍ୟ ଅଞ୍ଚଳକୁ ପ୍ରସାରିତ କରିବାରେ ସ୍କୁଲ ଶିକ୍ଷକମାନଙ୍କ ସମ୍ମିଳିତ ଉଦ୍ୟମ ପ୍ରଶଂସନୀୟ। ଏଥିପାଇଁ ସେମାନେ ସ୍ଥାନୀୟ ସମୁଦାୟ ସହ ଯୋଗାଯୋଗ କରୁଛନ୍ତି ଓ ସ୍ଥାନୀୟ ପୋଲିସର ସାହାଯ୍ୟ ଲୋଡିଛନ୍ତି। ଏପରିକି ୨୦୧୨ରେ ଆରମ୍ଭ କରାଯାଇଥିବା ସିଭିକ୍‌ ପୋଲିସ ଭଲ୍ୟୁଣ୍ଟିୟର ଫୋର୍ସର ସହଯୋଗ ନେଉଛନ୍ତି। ପଶ୍ଚିମବଙ୍ଗର ଉତ୍ତର ଭାଗରେ ଦୁର୍ଗମ ଅଞ୍ଚଳରେ ଥିବା ଚା’ବଗିଚାଗୁଡ଼ିକରେ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପୋଲିସ ଅଧିକାରୀମାନେ ଶିକ୍ଷକମାନଙ୍କୁ ସାହାଯ୍ୟ କରୁଛନ୍ତି। ଏହା ସେବା ଲକ୍ଷ୍ୟ ପୂରଣ କରିବା ଭାବନା ଓ ଉତ୍ସାହ ଦୃଷ୍ଟିକୋଣରୁ ଅନୁକରଣୀୟ। ମୋ ନିଜସ୍ବ ଅନୁଧ୍ୟାନ ଆଧାରିତ ଏହି ପ୍ରକାର ପ୍ରମାଣ ଦର୍ଶାଏ ଯେ, କାର୍ଯ୍ୟରେ କର୍ମଚାରୀଙ୍କ ଆମତ୍ ସ୍ବାଭିମାନ, ତ୍ୟାଗ ଏବଂ ଲକ୍ଷ୍ୟକୁ ନେଇ ରହିଥିବା ବ୍ୟକ୍ତିଗତ ସମ୍ପୃକ୍ତି ହିଁ ଗୁଣବତ୍ତା ନିର୍ଯାସର ଗୁରୁତ୍ୱପୂର୍ଣ୍ଣ ଉତ୍ସ।
ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ, ବିଶ୍ୱ ବ୍ୟାଙ୍କ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri