ପାଠ ପଢାଇବେ ଅବସରପ୍ରାପ୍ତ ଶିକ୍ଷକ

ବ୍ରହ୍ମପୁର,୧୫।୧୦(ସ୍ମୃତି ରଞ୍ଜନ ମହାଲିକ): (୦୩) ଗଞ୍ଜାମ ଜିଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲିପଡି ଥିବାରୁ ପାଠ ପଢ଼ା ବ୍ୟାହତ ହୋଇଥିଲା। ଏନେଇ ଅଭିଭାବକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଫଳରେ ଶିକ୍ଷକ ପଦବୀ ପୂରଣ ପାଇଁ ଶିକ୍ଷକ ସଂଘଠାରୁ ଆରମ୍ଭ କରି ଅଭିଭାବକମାନେ ଦାବି କରିଆସୁଥିଲେ। ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଶିକ୍ଷକ ଅଭାବ ପୂରଣ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ଟିଚର ଅନ୍‌ କଲ୍‌ ଯୋଜନା ମାଧ୍ୟମରେ ଅନୁଦାନ ପ୍ରାପ୍ତ, ନୂତନ ଗ୍ରାଣ୍ଟ ଇନ୍‌ ଏଡ୍‌ ଓ ସରକାରୀ ହାଇସ୍କୁଲଗୁଡିକରେ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଯାହାକି ଶିକ୍ଷକ ଅଭାବ ପଦବୀ ପୂରଣ ସାଙ୍ଗକୁ ପାଠ ପଢାରେ ବ୍ୟାହତ ହେବ ନାହିଁ। ଏଥିସହ ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି।

ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ଗଞ୍ଜାମ ଜିଲାରେ ୧୩୧ ହାଇସ୍କୁଲରେ ବିଭିନ୍ନ ବିଷୟରେ ୧୭୦ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିମଧ୍ୟରୁ ୫୪ ସରକାରୀ ହାଇସ୍କୁଲ, ୩୨ ଅନୁଦାନ ପ୍ରାପ୍ତ ହାଇସ୍କୁଲ ଏବଂ ୪୫ ନୂତନ ଗ୍ରାଣ୍ଟ ଇନ୍‌ ଏଡ୍‌ ହାଇସ୍କୁଲରେ ନିଯୁକ୍ତି ଦିଆଯାଇଛି। ସେହିପରି ଟିଜିଟି ଆର୍ଟସ ବିଷୟରେ ୯୫ଜଣ, ପିସିଏମ୍‌ ବିଷୟରେ ୨୬ଜଣ , ହିନ୍ଦୀରେ ୨୪ଜଣ, ସିବିଜେଡ୍‌ରେ ୯ଜଣ ଏବଂ କ୍ଲାସିକାଲ ବିଷୟରେ ୧୬ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।

ଅବସରପ୍ରାପ୍ତ ଶିକ୍ଷକମାନେ ମାସକୁ ୧୨ ହଜାର ଟଙ୍କା ଦରମାରେ ପାଠ ପଢାଇବେ। ଅତିଥି ଶିକ୍ଷକଙ୍କ ମାସିକ ୨୦ ଦିନ କାର୍ଯ୍ୟ କରିବେ। ସେମାନେ କେତୋଟି ପିରିୟଡ ପାଠ ପଢାଇବେ ତାହା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କିମ୍ବା ପ୍ରଧାନ ଶିକ୍ଷକ ସ୍ଥିର କରିବେ ବୋଲି ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ କହିଛନ୍ତି।

ଗତ ସେପ୍ଟମ୍ବର ୩୦ ତାରିଖ ସୁଦ୍ଧା ଅବସର ପ୍ରାପ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ହେବା ନିମନ୍ତେ ନିର୍ଦ୍ଦେଶ ରହିଥିଲା। ଗତ ୧୩ ତାରିଖ ସୁଦ୍ଧା ଜିଲାରେ ୯୬ଜଣ ଅତିଥି ଶିକ୍ଷକ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ପାଠ ପଢା ମଧ୍ୟ ଆରମ୍ଭ ହୋଇଥିବା ଜିଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ଶିକ୍ଷକ ଅବସର ପରେ ପୁଣି ତାଙ୍କୁ ପୁଣି ନିଯୁକ୍ତି ଦିଆଯିବା ଏକ ଗ୍ରହଣୀୟ ପ୍ରସ୍ତାବ ନୁହେଁ ବୋଲି ଗଞ୍ଜାମ ଜିଲା ଶିକ୍ଷକ ମହାସଂଘ ଉପଦେଷ୍ଟା ରାଜେନ୍ଦ୍ର କୁମାର ପଣ୍ଡା କହିଛନ୍ତି।

ଅବସରପ୍ରାପ୍ତ ଶିକ୍ଷକଙ୍କ ବଦଳରେ ଜିଲାରେ ଥିବା ଓଟିଇଟି, ବିଇଡି ଶେଷ କରିଥିବା ଶିକ୍ଷିତ ଯୁବତୀ ଯୁବକଙ୍କୁ ନିଯୁକ୍ତି ଦିଆଗଲେ ଜିଲାରେ ଶିକ୍ଷାର ବିକାଶ ହେବ। ସରକାର କେବଳ ଆନ୍ଦୋଳନକୁ ରୋକିବା ପାଇଁ ଏଭଳି ପ୍ରୟାସ କରିଛନ୍ତି। ଏହାଦ୍ୱାରା ଶିକ୍ଷାର ବିକାଶରେ ବାଧା ଉପୁଜିବ ବୋଲି ସେ କହିଛନ୍ତି। ଏଣୁ ଅବସର ପ୍ରାପ୍ତ ଶିକ୍ଷକଙ୍କ ବଦଳରେ ଶିକ୍ଷକତା ନିମନ୍ତେ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ସୁଯୋଗ ଦେବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri