ପାଠ ପଢାଇବେ ଅବସରପ୍ରାପ୍ତ ଶିକ୍ଷକ

ବ୍ରହ୍ମପୁର,୧୫।୧୦(ସ୍ମୃତି ରଞ୍ଜନ ମହାଲିକ): (୦୩) ଗଞ୍ଜାମ ଜିଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲିପଡି ଥିବାରୁ ପାଠ ପଢ଼ା ବ୍ୟାହତ ହୋଇଥିଲା। ଏନେଇ ଅଭିଭାବକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଫଳରେ ଶିକ୍ଷକ ପଦବୀ ପୂରଣ ପାଇଁ ଶିକ୍ଷକ ସଂଘଠାରୁ ଆରମ୍ଭ କରି ଅଭିଭାବକମାନେ ଦାବି କରିଆସୁଥିଲେ। ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଶିକ୍ଷକ ଅଭାବ ପୂରଣ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ଟିଚର ଅନ୍‌ କଲ୍‌ ଯୋଜନା ମାଧ୍ୟମରେ ଅନୁଦାନ ପ୍ରାପ୍ତ, ନୂତନ ଗ୍ରାଣ୍ଟ ଇନ୍‌ ଏଡ୍‌ ଓ ସରକାରୀ ହାଇସ୍କୁଲଗୁଡିକରେ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଯାହାକି ଶିକ୍ଷକ ଅଭାବ ପଦବୀ ପୂରଣ ସାଙ୍ଗକୁ ପାଠ ପଢାରେ ବ୍ୟାହତ ହେବ ନାହିଁ। ଏଥିସହ ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି।

ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ଗଞ୍ଜାମ ଜିଲାରେ ୧୩୧ ହାଇସ୍କୁଲରେ ବିଭିନ୍ନ ବିଷୟରେ ୧୭୦ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିମଧ୍ୟରୁ ୫୪ ସରକାରୀ ହାଇସ୍କୁଲ, ୩୨ ଅନୁଦାନ ପ୍ରାପ୍ତ ହାଇସ୍କୁଲ ଏବଂ ୪୫ ନୂତନ ଗ୍ରାଣ୍ଟ ଇନ୍‌ ଏଡ୍‌ ହାଇସ୍କୁଲରେ ନିଯୁକ୍ତି ଦିଆଯାଇଛି। ସେହିପରି ଟିଜିଟି ଆର୍ଟସ ବିଷୟରେ ୯୫ଜଣ, ପିସିଏମ୍‌ ବିଷୟରେ ୨୬ଜଣ , ହିନ୍ଦୀରେ ୨୪ଜଣ, ସିବିଜେଡ୍‌ରେ ୯ଜଣ ଏବଂ କ୍ଲାସିକାଲ ବିଷୟରେ ୧୬ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।

ଅବସରପ୍ରାପ୍ତ ଶିକ୍ଷକମାନେ ମାସକୁ ୧୨ ହଜାର ଟଙ୍କା ଦରମାରେ ପାଠ ପଢାଇବେ। ଅତିଥି ଶିକ୍ଷକଙ୍କ ମାସିକ ୨୦ ଦିନ କାର୍ଯ୍ୟ କରିବେ। ସେମାନେ କେତୋଟି ପିରିୟଡ ପାଠ ପଢାଇବେ ତାହା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କିମ୍ବା ପ୍ରଧାନ ଶିକ୍ଷକ ସ୍ଥିର କରିବେ ବୋଲି ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ କହିଛନ୍ତି।

ଗତ ସେପ୍ଟମ୍ବର ୩୦ ତାରିଖ ସୁଦ୍ଧା ଅବସର ପ୍ରାପ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ହେବା ନିମନ୍ତେ ନିର୍ଦ୍ଦେଶ ରହିଥିଲା। ଗତ ୧୩ ତାରିଖ ସୁଦ୍ଧା ଜିଲାରେ ୯୬ଜଣ ଅତିଥି ଶିକ୍ଷକ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ପାଠ ପଢା ମଧ୍ୟ ଆରମ୍ଭ ହୋଇଥିବା ଜିଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ଶିକ୍ଷକ ଅବସର ପରେ ପୁଣି ତାଙ୍କୁ ପୁଣି ନିଯୁକ୍ତି ଦିଆଯିବା ଏକ ଗ୍ରହଣୀୟ ପ୍ରସ୍ତାବ ନୁହେଁ ବୋଲି ଗଞ୍ଜାମ ଜିଲା ଶିକ୍ଷକ ମହାସଂଘ ଉପଦେଷ୍ଟା ରାଜେନ୍ଦ୍ର କୁମାର ପଣ୍ଡା କହିଛନ୍ତି।

ଅବସରପ୍ରାପ୍ତ ଶିକ୍ଷକଙ୍କ ବଦଳରେ ଜିଲାରେ ଥିବା ଓଟିଇଟି, ବିଇଡି ଶେଷ କରିଥିବା ଶିକ୍ଷିତ ଯୁବତୀ ଯୁବକଙ୍କୁ ନିଯୁକ୍ତି ଦିଆଗଲେ ଜିଲାରେ ଶିକ୍ଷାର ବିକାଶ ହେବ। ସରକାର କେବଳ ଆନ୍ଦୋଳନକୁ ରୋକିବା ପାଇଁ ଏଭଳି ପ୍ରୟାସ କରିଛନ୍ତି। ଏହାଦ୍ୱାରା ଶିକ୍ଷାର ବିକାଶରେ ବାଧା ଉପୁଜିବ ବୋଲି ସେ କହିଛନ୍ତି। ଏଣୁ ଅବସର ପ୍ରାପ୍ତ ଶିକ୍ଷକଙ୍କ ବଦଳରେ ଶିକ୍ଷକତା ନିମନ୍ତେ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ସୁଯୋଗ ଦେବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri