ଶାହିଦଙ୍କୁ ପ୍ରଥମ ଦେଖାରେ ହୃଦୟ ଦେଇ ବସିଥିଲେ ଏହି ଅଭିନେତ୍ରୀ, ଦୁଇ ମାସ ଯାଏ ପଛରେ ପଡ଼ି କରିଥିଲେ ପ୍ରପୋଜ୍‌

ବମ୍ବେ: ଦିଲ୍ଲୀରେ ଜନ୍ମ ହୋଇଥିଲେ ହେଁ ମୁମ୍ବାଇ ପାଲଟିଛି ନୂଆ ଠିକଣା। ମା’ବାପା ଅଲଗା ହେବା ପରେ ବାପାଙ୍କସହ ସ୍ବପ୍ନର ସହରକୁ ଚାଲିଆସିଥିଲେ ଅଭିନେତା ଶାହିଦ କପୁର। ୨୦୦୩ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ସେ। ୨୦୧୮ରେ ରିଲିଜ୍‌ ହୋଇଥିବା ‘ପଦ୍ମାବତ୍‌’ ଏବଂ ‘କବିର ସିଂହ’ ବେଶ୍‌ ଚର୍ଚ୍ଚିତ ହେବା ସହ ନୂଆ କିର୍ତ୍ତିମାନ ସ୍ଥାପନ କରିଥିଲା। ଆଜି ଏହି ଅଭିନେତାଙ୍କ ଜନ୍ମଦିନ ହୋଇଥିବା ବେଳେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ସ୍ବତନ୍ତ୍ର ଦିନରେ ଆସନ୍ତୁ ଜାଣିବା ଶାହିଦଙ୍କ ପ୍ରେମ ଜୀବନ ସହ ଜଡ଼ିତ କିଛି ଜଣାଅଜଣା କଥା।

ଶାହିଦ ଏବଂ ପୂର୍ବ ପ୍ରେମିକା କରିନା କପୁର ଖାନ୍‌ ୨୦୦୪ରେ ଫିଲ୍ମ ‘ଫିଦା’ରେ କାମ କରିଥିଲେ। ଏହାର ଶୁଟିଂ ସମୟରେ ସତସତିକା ଶାହିଦଙ୍କ ଉପରେ ଫିଦା ହୋଇଯାଇଥିଲେ ବେବୋ। ଧିରେ ଧିରେ ଏହା ପ୍ରେମରେ ପରିଣତ ହୋଇଥିଲା। ଶାହିଦଙ୍କୁ ପାଇବା ପାଇଁ ପାଗଳପ୍ରାୟ ହୋଇଯାଇଥିଲେ କରିନା। ଦୁଇମାସ ଯାଏ ତାଙ୍କ ପଛରେ ପଡ଼ିଯାଇଥିଲେ। ମେସେଜ୍‌ କରିବା ସହ ବାରମ୍ବାର ଫୋନ୍‌ କରୁଥିଲେ। ଶାହିଦଙ୍କୁ ଭେଟିବାକୁ ଅନୁରୋଧ କରୁଥିଲେ। ତାଙ୍କୁ ନିଜଆଡୁ ପ୍ରପୋଜ୍‌ ମଧ୍ୟ କରିଥିଲେ। ହେଲେ ଅଭିନେତ୍ରୀଙ୍କୁ ଭାଉ ଦେଉ ନ ଥିଲେ ଅଭିନେତା। ଏପରି କିଛି ମାସ ଚାଲିବା ପରେ ବେବୋଙ୍କୁ ହଁ କହିଥିଲେ ଶାହିଦ।

୨୦୦୭ରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଥିଲା। ଏହାପରେ କରିନା ସୈଫଙ୍କ ପ୍ରେମରେ ପଡ଼ି ବିବାହ କରିନେଇଥିଲେ। ଏହା ଖୁବ୍‌ ଆଘାତ ଦେଇଥିଲା ଶାହିଦଙ୍କୁ। ସେମାନଙ୍କୁ ଏକାଠି ଦେଖି ସେ ଦୁଃଖି ହୋଇଯାଉଥିଲେ। ହେଲେ ଯାହା ସତ ତାହାକୁ ସ୍ବିକାର କରିବାର ସମୟ ଆସିଛି ବୋଲି ସେ ଭାବିଥିଲେ। ଉଭୟଙ୍କ ଖଟାମିଠା ସ୍ମୃତିକୁ ହୃଦୟରେ ରଖି ସେ ଆଗକୁ ବଢ଼ିବାକୁ ଚାହାନ୍ତି ବୋଲି କହିଥିଲେ। ଏବେ ସେ ମୀରା ରାଜପୁତଙ୍କୁ ବିବାହ କରି ବେଶ୍‌ ଖୁସିରେ ଅଛନ୍ତି। ଅପରପକ୍ଷେ କରିନା ଏବେ ଦ୍ୱିତୀୟ ଥର ପାଇଁ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri