ନଳକୂପରୁ ବାହାରୁଛି କମ୍‌ ପାଣି, ବାଲି ଅଧିକ

ନୟାଗଡ଼ ଅଫିସ,୧୯ା୫: ନୟାଗଡ଼ ବ୍ଲକ ନଛିପୁର ପଞ୍ଚାୟତର ଗମ୍ଭାରିଖୋଲ ଗଁାରେ ଏକମାତ୍ର ନଳକୂପ ରହିଛି। ଏହି ନଳକୂପରୁ ପାଣି କମ୍‌ ବାହାରୁଥିବାବେଳେ ଅଧିକ ବାଲି ବାହାରୁଛି। ଯେଉଁ ପାଣି ବାହାରୁଛି ତାହା ପାନୀୟ ଉପଯୋଗୀ ନୁହେଁ। ଗୀଷ୍ମଋତୁରେ ଗମ୍ଭାରିଖୋଲରେ ଜଳକଷ୍ଟ ଉତ୍କଟ ରୂପ ଧାରଣ କରିଛି। ଏଠାରେ ୩୦ ପରିବାରରେ ୨୫୦ ଲୋକ ବାସ କରନ୍ତି। ତେବେ ପାନୀୟ ଜଳ ପାଇଁ ଅନ୍ୟ କିଛି ବିକଳ୍ପ ନାହିଁ। ଏଠାରେ ଆଉ ଏକ ନଳକୂପ ଖନନ ପାଇଁ ୩ ମାସ ତଳେ ଶୁଭ ଦିଆଯାଇଥିଲା। ନୟାଗଡ଼ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ ନଳକୂପ ଖନନ ପାଇଁ। ହେଲେ ଗଁା ଲୋକଙ୍କ ପାନୀୟ ଜଳ ସମସ୍ୟାର ସମାଧାନ କରାଯାଉନି। ଏଣୁ ଗମ୍ଭାରିଖୋଲ ଗଁାରେ ପାଣି ପାଇଁ ବିବାଦ, ପାଟିତୁଣ୍ଡ ବିଭିନ୍ନ ସମୟରେ ହେଉଛି। ବୁଧବାର ଗଁାରେ ଏକ ଭୋଜି ହେଉଛି। ଗଁା ନଳକୂପରୁ ପାଣି ବାହାରୁ ନ ଥିବାରୁ ପାଣି କିଣିଆଣି ଭୋଜି କରାଯାଇଥିବା ଜଣାପଡ଼ିଛି।