ଆନ୍ଦୋଳନକୁ ଓହ୍ଲାଇଲେ କୁଷ୍ଠ ପୀଡ଼ିତ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ୧୦ ଦଫା ଦାବି ନେଇ ଶୁକ୍ରବାର ରାଜ୍ୟର କୁଷ୍ଠ ରୋଗୀ ସଂଗଠନ ସମୂହ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମାଗଣା ଘର, ପାନୀୟ ଜଳ ଓ ବିଜୁଳି ଯୋଗାଣ ପାଇଁ କୁଷ୍ଠ ପୀଡିତ ଆନ୍ଦୋଳନକାରୀମାନେ ଅଡ଼ିବସିଛନ୍ତି। ରାଜ୍ୟରେ ଖାଲିଥିତ୍ବା ୩୫୯ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ମଞ୍ଜୁରପ୍ରାପ୍ତ ୧୮୪ କୁଷ୍ଠ କର୍ମୀ ପଦବୀ ପୂରଣ ନିମନ୍ତେ ୨୦୧୪ରେ ତତ୍‌କାଳୀନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପ୍ରମୁଖ ଦାବି ରହିଛି। ପ୍ରତ୍ୟେକ କୁଷ୍ଠ ପୀଡ଼ିତଙ୍କୁ ୪୦ ପ୍ରତିଶତ ବିକଳାଙ୍ଗ ପ୍ରମାଣପତ୍ର, ଆର୍‌ଏଫ୍‌ଟି ଏବଂ କୁଷ୍ଠମୁକ୍ତ ପ୍ରମାଣପତ୍ର ପ୍ରଦାନ ଅନ୍ୟ ଏକ ଦାବି ରହିଛି। ରାଜ୍ୟରେ ଥିବା ମୋଟ୍‌ ୮୬ଟି କଲୋନିରେ କେବେ ଘର ତିଆରି ହେବ ବୋଲି କମିଟି ପକ୍ଷରୁ ପ୍ରଶ୍ନ କରାଯାଇଛି। ୮୪ଟି କୁଷ୍ଠ କଲୋନି, ୧୪ଟି କୁଷ୍ଠ ଚିକିତ୍ସାଳୟ, ୪ଟି କୁଷ୍ଠାଶ୍ରମ ଏବଂ ଜାତୀୟସ୍ତରାୟ ହିନ୍ଦ କୁଷ୍ଠ ନିବାରଣ ସଂଘକୁ ଭାଙ୍ଗିଦେବା ପାଇଁ ଚକ୍ରାନ୍ତ ଚାଲିଥିତ୍ବା କମିଟିର ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ସାହୁ କହିଛନ୍ତି। ସେହିପରି ମାଗଣା ଶିକ୍ଷା, ନିଯୁକ୍ତି, ଆମତ୍ନିଯୁକ୍ତି, ତାଲିମ୍‌ ସହ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ଋଣ ବ୍ୟବସ୍ଥା ପାଇଁ ଆନ୍ଦୋଳନକାରୀମାନେ କହିଛନ୍ତି। ଅପରାହ୍ନରେ ଆନ୍ଦୋଳନକାରୀମାନେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲେ। ତେବେ ମନ୍ତ୍ରୀ ପ୍ରତ୍ୟେକ କୁଷ୍ଠ କଲୋନି ଅନ୍ତେବାସୀଙ୍କୁ ଜାଗା ମିଶନ ଜରିଆରେ ଜମି ଅଧିକାର ପ୍ରଦାନ କରିବା ସହ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତ୍ୟେକ ପରିବାରକୁ ୩୫ କେଜି ଚାଉଳ ପ୍ରଦାନ ଆଦି ନେଇ ଆଶ୍ୱାସନା ଦେଇଛନ୍ତି। କୁଷ୍ଠ ପୀଡ଼ିତଙ୍କୁ ମାସିକ ୫ହଜାର ଟଙ୍କା ଭତ୍ତା ପ୍ରଦାନ ପାଇଁ ହୋଇଥିବା ଦାବି ପୂରଣ ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଝିଅ ବାହାଘର ପାଇଁ ସହାୟତା ରାଶି ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହ ଦିବ୍ୟାଙ୍ଗଙ୍କୁ ବିବାହ କରୁଥିବା କନ୍ୟାଙ୍କୁ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରୋସତ୍ାହନ ରାଶି ପ୍ରଦାନ ନିମନ୍ତେ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏଥିରେ ଆନ୍ଦୋଳନକାରୀମାନେ ସନ୍ତୁଷ୍ଟ ନ ଥିବା କହିଛନ୍ତି। ଅନ୍ୟ ଦାବିଗୁଡ଼ିକ ପୂରଣ ନିମନ୍ତେ କମିଟି ପକ୍ଷରୁ ବୈଠକ କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ପ୍ରୟାସ କରାଯିବ ବୋଲି ଆନ୍ଦୋଳନରେ ଯୋଗଦେଇଥିବା ବିପିନ ପ୍ରଧାନ, ଆରତୀ ମହଲା, ପ୍ରଭାକର ସାହୁ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri