ଏବେ ଭୟଙ୍କର ସ୍ଥିତିରେ ଲମ୍ଫି ଭାଇରସ୍‌

କୁତ୍ରା,୧୬ା୧୦(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅଞ୍ଚଳରେ ମାଡି ଚାଲିଛି ଲମ୍ଫି ଭାଇରସ୍‌। ଏହି ଭାଇରସ୍‌ ଅଞ୍ଚଳରେ ଗତ ୩ମାସରୁ ଊର୍ଦ୍ଧ୍ୱ ହେବ ଦେଖାଦେଇଛି। ଏଥିରେ ଏକାଧିକ ଗୋରୁ ମୃତ୍ୟୁବରଣ କରିଥିବାବେଳେ ସୋମବାର ପୁଣି ଏକ ଗୋରୁ ଦେହରେ ଏହି ଭାଇରସ୍‌ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଏହି ଭାଇରସ୍‌ ୩ ମାସ ତଳେ ପ୍ରଥମେ କୁତ୍ରା ବ୍ଲକ ରାଞ୍ଚିରୋଡ ନିକଟରେ ଏକ ବଳଦ ଦେହରେ ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ଏହା ପୁରା ଅଞ୍ଚଳକୁ ମାଡିଯିବା ସହିତ ଏକାଧିକ ଗୋରୁ ମୃତ୍ୟୁବରଣ କରିଥିଲେ।