ଲେମନଗ୍ରାସ୍‌ ଚାଷ ଦିଗହରା

ବାରିପଦା ଅଫିସ,୨୦ା୭-ମୟୂରଭଞ୍ଜ ଜିଲା ବାରିପଦା ଉଦ୍ୟାନ ବିଭାଗର ଅବହେଳା ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ହୋଇଥିବା ଲେମନ୍‌ଗ୍ରାସ୍‌ ଚାଷ ଦିଗହରା ହୋଇ ପଡ଼ିଛି। ହିତାଧିକାରୀ ଚୟନରେ ଅନିୟମିତତା ଓ ଅନୁପଯୁକ୍ତ ସ୍ଥାନରେ ଏହି ଚାଷ କରାଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ବାରିପଦା ବ୍ଲକ ବୁଢ଼ାଖମାରୀ ଗ୍ରାମର ପ୍ରଦୀପ କୁମାର ମହାନ୍ତଙ୍କ ସମେତ ୨୨ଜଣଙ୍କ ନାମରେ ଥିବା ୨୫ ହେକ୍ଟର ଜମିରେ ଲେମନଗ୍ରାସ୍‌ ଚାଷ ପାଇଁ ୭୦ ଲକ୍ଷ ୮୫ ହଜାର ୬୧୩ ଟଙ୍କା ବ୍ୟୟ କରାଯାଇଥିଲା। ଜିଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟକାରୀ ସଂସ୍ଥା ଥିବା ବେଳେ ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ କାର୍ଯ୍ୟନିବାର୍ହୀ ସଂସ୍ଥା ଦାୟିତ୍ୱରେ ଥିଲା। ଆର୍ଥିକ ବର୍ଷ ୨୦୧୯-୨୦ ମାର୍ଚ୍ଚରେ ଏଠାରେ ଚାଷ କରାଯିବାକୁ ଥିଲା। ହେଲେ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁ ଗତ ଅକ୍ଟୋବରରେ କାର୍ଯ୍ୟ ଆରମ୍ଭ ହେଲା। ଇତି ମଧ୍ୟରେ ୯ ମାସ ବିତିଯାଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଗଛଗୁଡ଼ିକ ଠିକ୍‌ ଭାବରେ ବଢ଼ି ନାହିଁ। ସେହିଭଳି ଅଧିକାଂଶ ଗଛ ବର୍ତ୍ତମାନ ମରିଯାଇଥିବା ଦେଖିବାକୁ ମିଳୁଛି। ପ୍ରତିଦିନ ୧୮୮ ଟଙ୍କା ମଜୁରୀ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଉଥିବା ବେଳେ ସେମାନେ ଗଛର ରକ୍ଷଣାବେକ୍ଷଣ କରୁନାହାନ୍ତି। ଅନ୍ୟପକ୍ଷେ ଯେଉଁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି ସେମାନେ କାମ କରୁ ନ ଥିବାରୁ ଅଧା ପଇସା ବିଭାଗର କେତେକ କର୍ମଚାରୀମାନଙ୍କ ପକେଟକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ସୂଚନାଫଳକରେ ୨୫ ହେକ୍ଟର ଜମିରେ ଲେମନଗ୍ରାସ୍‌ ଚାଷ କରାଯାଇଥିବା ନେଇ ଦର୍ଶାଯାଇଥିବା ବେଳେ ବାସ୍ତବରେ ମାତ୍ର କିଛି ହେକ୍ଟର ଜମିରେ ଚାଷ କରାଯାଇଥିବା ଦେଖିବାକୁ ମିଳିଛି। ସେହିଭଳି ପଡ଼ିଆ ଜମିରେ ଏହି ଚାଷ କରିବା ପାଇଁ ନିୟମ ଥିବା ବେଳେ ଏହାକୁ ବଡ଼ ବଡ଼ ଗଛ ମୂଳେ କରାଯାଇଛି। ଫଳରେ ଘାସ ଗଛ କିପରି ବଢ଼ିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହି ଲେମନ୍‌ଗ୍ରାସ ଚାଷ ଯୋଜନା କରାଯାଇଛି। ଫଳରେ ଚାଷୀଟିଏ ଅନ୍ୟ ରାଜ୍ୟକୁ କାମଧନ୍ଦା ପାଇଁ ନ ଯାଇ ଘରେ ଏହି ଚାଷ କରି ନିଜର ଜୀବନଜୀବିକା ଚଳାଇ ପାରିବ। ହେଲେ ମୂଳ ଲକ୍ଷ୍ୟଠାରୁ ଦୂରେଇ ଯାଇ ଉଦ୍ୟାନ ବିଭାଗର ଅଧିକାରୀମାନେ ମନଇଛା ଚାଷ କରାଉଥିବା ଦେଖିବାକୁ ମିଳିଛି। ଏନେଇ ବାରିପଦା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଶିଶିର ଆଚାର୍ଯ୍ୟଙ୍କୁ ପଚାରିବାରୁ ମାସେ କାଳ ଲକ୍‌ଡାଉନ ଯୋଗୁ ହିତାଧିକାରୀମାନେ ଆସି ରକ୍ଷଣାବେକ୍ଷଣା କରିପାରିଲେ ନାହିଁ। ଫଳରେ ଗଛଗୁଡ଼ିକ ମରିଗଲା। ଆଗାମୀ ଦିନରେ ଆଉ ଥରେ ଗଛ ଲଗାଇ ଏହାର ଯତ୍ନ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri