ମହାପ୍ରଭୁଙ୍କୁ ଦର୍ଶନ କଲେ ଲେଖାଶ୍ରୀ, କହିଲେ ବିଜେଡି ଜିତିବ ଏତେ ସିଟ୍‌

ପୁରୀ,୧୩।୪: ବାଲେଶ୍ୱର ଲୋକ ସଭା ଆସନରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ମିଳିଛି ଟିକେଟ୍‌। ନିକଟରେ ସେ ଭାଜପା ଛାଡି ବିଜେଡିରେ ଯୋଗ ଦେଇଥିଲେ। ତେବେ ଟିକେଟ୍‌ ମିଳିବା ପରେ ସେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ସେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସେ କହିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି । ଜଗା ଦର୍ଶନ କରିବା ପରେ ସେ ଅରୁଣ ସ୍ତମ୍ଭ ନିକଟରେ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ । ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ପୁଣି ଥରେ ସରକାର ଗଢିବ ବୋଲି କହିଛନ୍ତି ଲେଖାଶ୍ରୀ ।