Posted inଜାତୀୟ

ବାହୁବଳୀ ବିଧାୟକ: ଜେଲ୍‌ରେ ରହି ବି ଜିତୁଛନ୍ତି ନିର୍ବାଚନ

ଲକ୍ଷ୍ନୌ, ୯।୭: ଉତ୍ତରପ୍ରଦେଶରେ ସର୍ବାଧିକ ଆପରାଧୀକ ମାମଲା ଘଟିଥାଏ। ଏଠାରେ ଏଭଳି ୫ ବାହୁବଳୀ ବିଧାୟକ ରହିଛନ୍ତି, ଯେଉଁମାନେ ଜେଲ୍‌ରେ ରହି ବି ନିର୍ବାଚନ ସହଜରେ ଜିତୁଛନ୍ତି। ସେମାନଙ୍କ ମଧ୍ୟରେ ମୁଖତାର ଅନ୍‌ସାରୀ, ବିଜୟ କୁମାର, ଅଶୋକ ସିଂ ଚନ୍ଦେଲ, ଇନ୍ଦ୍ରପ୍ରତାପ ତିଓ୍ବାରୀ ଏବଂ ସୁରେଶ୍ୱର ସିଂ ଆଦି ବିଧାୟକ ରହିଛନ୍ତି। ଏସବୁ ବିଧାୟକଙ୍କ ନାମରେ ହତ୍ୟା ମାମଲା ରହିଛି। ମୁଖତାର୍‌ ଅନ୍‌ସାରୀ ରାଜ୍ୟରେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏବେ ସେ ୧୫ ବର୍ଷ ହେଲା ଜେଲ୍‌ରେ ରହିଛନ୍ତି। ତାଙ୍କ ନାମରେ ୪୦ରୁ ଅଧିକ ଆପରାଧୀକ ମାମଲା ରୁଜୁ ହୋଇଛି। ତାଙ୍କ ଦୁଇ ପୁଅ କୋଟିପତି ଥିବାବେଳେ ଭାଇ ଅଫଜଲ ଅନସାରୀ ଗାଜିପୁର ଏମ୍‌ପି ରହିଛନ୍ତି। ସେହିପରି ବିଜୟ କୁମାରଙ୍କ ନାମରେ ୬୦ରୁ ଅଧିକ ଆପରାଧୀକ ମାମଲା ରହିଛି। କିନ୍ତୁ ଏସବୁ ମାମଲା ତାଙ୍କ ରାଜନୈତିକ ଜୀବନକୁ ପ୍ରଭାବିତ କରୁ ନାହିଁ। ୨୦୧୭ରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ତାଙ୍କୁ ଟିକଟ ଦେଇ ନ ଥିଲେ। ବିଜୟ ନିଷାଦ ପାର୍ଟି ଟିକଟରେ ଲଢ଼ି ଜିତାପଟ ହାସଲ କରିଥିଲେ। ଅଶୋକ ସିଂ ଚନ୍ଦେଲଙ୍କ ନାମରେ ବହୁ ମାମଲା ରହିଛି। ୨୩ ବର୍ଷ ତଳେ ୧୯୯୭ ଜାନୁୟାରୀ ୨୬ରେ ସେ ବଜାରରେ ୫ ଜଣଙ୍କୁ ଗୁଳି ହତ୍ୟା କରିଥିଲେ। ମାତ୍ର ସେ ବାହୁବଳୀ ବିଧାୟକ ଭାବେ ଜେଲ୍‌ରେ ରହି ମଧ୍ୟ ନିର୍ବାଚନରେ ବିଜୟ ଲାଭ କରୁଛନ୍ତି। ଇନ୍ଦ୍ରପ୍ରତାପ ତିଓ୍ବାରୀ ଏବେ ଅଯୋଧ୍ୟାର ଗୋସାଇଗଞ୍ଜ ବିଧାନସଭା ଆସନରୁ ଭାଜପା ବିଧାୟକ ହୋଇଛନ୍ତି। ତାଙ୍କ ନାମରେ ହତ୍ୟା, ଅପହରଣ ଆଦି ଏକାଧିକ ଆପରାଧୀକ ମାମଲା ରହିଛି। ସୁରେଶ୍ୱର ସିଂଙ୍କ ନାମରେ ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ହତ୍ୟା କରିବା ମାମଲା ରହିଛି। ସେ ୨୦୧୭ରେ ଭାଜପା ଟିକଟରୁ ବହରାଇଚ୍‌ ବିଧାନସଭା ଆସନରୁ ବିଜୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri