କାର୍ତ୍ତିକେଶ୍ୱର ପୂଜାରେ କମ୍ପିବ ବଇଣ୍ଡା

ବଇଣ୍ଡା, ୧।୧୧(ଡି.ଏନ୍‌.ଏ.): ବଇଣ୍ଡାର ଐତିହ୍ୟସମ୍ପନ୍ନ କାର୍ତ୍ତିକେଶ୍ୱର ପୂଜା କେବଳ ଅନୁଗୋଳ ନୁହେଁ, ରାଜ୍ୟରେ ସୃଷ୍ଟି କରିଛି ସ୍ବତନ୍ତ୍ର ସ୍ଥାନ। ପୂଜାକୁ ମଝିରେ ମାତ୍ର ତିନିଦିନ ଥିବାବେଳେ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଲୋଡ଼ି, ପ୍ରସାଦ ସେବନ ଚଳିତବର୍ଷର ମୁଖ୍ୟ ଆକର୍ଷଣ ସାଜିବାକୁ ଥିବାବେଳେ ଏହାକୁ ନେଇ ଚଳଚଳଞ୍ଚଳ ହୋଇଉଠିଛି ପରିବେଶ।
ପୂଜା କମିଟିର ସୂଚନା ଅନୁଯାୟୀ, ଆସନ୍ତା ୪ ତାରିଖଠାରୁ କାର୍ତ୍ତିକେଶ୍ୱରଙ୍କ ପୂଜା ଆରମ୍ଭ ହେବ। ଏଥିପୂର୍ବରୁ ୩ ତାରିଖରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ସମ୍ବଲପୁର ଅଞ୍ଚଳରୁ ମେଲୋଡି ଗ୍ରୁପ୍‌କୁ ଆମନ୍ତ୍ରଣ କରାଯାଇଛି। ସେହିପରି ଅଞ୍ଚଳର କୁନି କଳାକାରଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯିବ। ଏହାକୁ ବାଦ୍‌ଦେଲେ ଦୈନିକ ୩୦୦ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯିବ। ପୂଜା ମଧ୍ୟରେ ଗୋଟିଏ ଦିନ ୩୦୦୦ ଲୋକଙ୍କ ପଇଁ ରାଜଭୋଗ କରାଯିବ। ୯ ତାରିଖରେ ଆକର୍ଷଣୀୟ ଶୋଭାଯାତ୍ରାରେ ଠାକୁରଙ୍କୁ ମେଲାଣି ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ୧୯୫୯ରେ ବଇଣ୍ଡାର ପୂର୍ବତନ ସରପଞ୍ଚ ତ୍ରିଲୋଚନ ସାହୁଙ୍କ ନେତୃତ୍ୱ ଏବଂ ସଙ୍ଗଠକ ପ୍ରଭୁଦୟାଲ ଅଗ୍ରୱାଲ, ଭାବଗ୍ରାହୀ ସାହୁ, ସୁଧାକର ଶଙ୍ଖାରୀ, ସନାତନ ସାହୁ, ଅନୁକୁଳିଆ ସାହୁ, ଅନିରୁଦ୍ଧ ବେହେରା, ଗୋବିନ୍ଦ ବେହେରା, ଆନନ୍ଦମୁଣ୍ଡା ଗ୍ରାମର ନାରାୟଣ ପ୍ରଧାନ, ଧନେଶ୍ୱର ପ୍ରଧାନ, ରସାନନ୍ଦ ପ୍ରଧାନ, ପଦ୍ମନାଭ ପ୍ରଧାନ, କଦଳୀମୁଣ୍ଡା ଗ୍ରାମର ଇନ୍ଦ୍ରମଣି ପ୍ରଧାନ, ଡେବେରାପାଲି ଗ୍ରାମର ଭିକାରୀ ମିଶ୍ରଙ୍କ ସହଯୋଗରେ ଆରମ୍ଭ ହୋଇଥିଲା ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ପୂଜା। ଉକ୍ତ ସମୟରେ ଗ୍ରାମର ବହୁ କଳାକାରଙ୍କୁ ନେଇ ଡ୍ରାମାର ଆୟୋଜନ କରାଯାଉଥିବାବେଳେ ଏଭଳି ଏକ ପୂଜା କରିବାକୁ ଚିନ୍ତା କରିଥିଲେ ତ୍ରିଲୋଚନ। ମାତ୍ର ୧୦ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ୩ ଲକ୍ଷ ଟଙ୍କାରେ ପହଞ୍ଚତ୍ଛି। ସ୍ଥାନୀୟ କାରିଗର କାଳିଆ ସାହୁ, ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୭ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଉଛି। ଏଥିସହ ୧୫ ଫୁଟ ଉଚ୍ଚତାର ସିନେରି ସହ ମେଢ଼ ଶୋଭା ପାଇବ। ପୂଜାକୁ ସଫଳ କରିବାକୁ ବଇଣ୍ଡା ଗ୍ରାମବାସୀ, ବଇଣ୍ଡା ବିକାଶ ପରିଷଦର କର୍ମକର୍ତ୍ତା ଏକ୍‌ଜୁଟ ହୋଇ ଲାଗିପଡ଼ିଛନ୍ତି।

 

ସଫଳ କରିବାକୁ ଉଦ୍ୟମ ଚାଲିଛି
ଆରମ୍ଭରୁ କାର୍ତ୍ତିକେଶ୍ୱର ପୂଜା ବିଛା ସଂକ୍ରାନ୍ତିରେ ଅନୁଷ୍ଠିତ ହେଉଥିଲା। ଏବେ ପଞ୍ଚୁକରୁ ପୂଜା ଆରମ୍ଭ ହେଉଛି। ସମସ୍ତଙ୍କ ସହଯୋଗରେ ଏହାକୁ ସଫଳ କରିବା ପାଇଁ ଉଦ୍ୟମ ଚାଲିଛି।
-ତ୍ରିଲୋଚନ ସାହୁ, ପୂଜାର ପୁରୋଧା

ଚଳିତବର୍ଷ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ
ଦୀର୍ଘବର୍ଷ ହେଲା ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ପୂଜା ଆୟୋଜନ କରାଯାଉଛି। ଚଳିତବର୍ଷ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କରାଯିବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
-ବିନୀତ ଶାହା, କୋଷାଧ୍ୟକ୍ଷ

ଚଳିତବର୍ଷ ୩ ଲକ୍ଷ ଟଙ୍କାର ବଜେଟ
୧୦ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ପୂଜା ଚଳିତବର୍ଷ ୩ ଲକ୍ଷ ଟଙ୍କାରେ ପହଞ୍ଚତ୍ଛି। ପୂଜାକୁ କିଭଳି ଧୁମ୍‌ଧାମ୍‌ରେ କରାଯିବ ସେ ନେଇ ବ୍ୟାପକ ପ୍ରସ୍ତୁତି କରାଯାଉଛି।
-ରଞ୍ଜନ ବେହେରା, ସମ୍ପାଦକ

କୁନି କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ
କାର୍ତ୍ତିକେଶ୍ୱରଙ୍କ ପୂଜାରେ ମେଲୋଡି ସହ ସ୍ଥାନୀୟ ଅଞ୍ଚଳର କୁନି କୁନି କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଶାନ୍ତିଶୃଙ୍ଖଳା ପ୍ରତି ଗୁରୁତ୍ୱ ଦିଆଯାଉଛି।
-ଜିତେନ୍ଦ୍ର ବେହେରା, ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri