ଏମ୍‌ଏସ୍‌ପି ଚାଷୀଙ୍କ ଆଇନଗତ ଅଧିକାର: ନରସିଂହ

ଭୁବନେଶ୍ୱର,୬।୧୦(ବ୍ୟୁରୋ): କୃଷି ଆଇନକୁ ନେଇ ଭାଜପା ଓ ବିଜେଡିକୁ ସମାନଭାବେ ସମାଲୋଚନା କରିଛି କଂଗ୍ରେସ। ବିଧାନସଭାରେ କୃଷି ଆଇନକୁ ଦୃଢ଼ ବିରୋଧ କରି ଭାଜପା ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। କୃଷି ଓ କୃଷକଙ୍କ ସମସ୍ୟା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଣି ମିଶ୍ର କହିଛନ୍ତି, କେନ୍ଦ୍ର ସରକାର ଚାଷୀ ବିରୋଧୀ ଆଇନ ଆଣିଛନ୍ତି। ଏଭଳି ଆଇନ ପାସ୍‌ କରିବାର ଅଧିକାର ପାର୍ଲାମେଣ୍ଟର ନ ଥିଲେ ବି ଯବରଦସ୍ତ ପାସ୍‌ କରାଯାଇଛି। ଏହି ଆଇନକୁ ପାସ୍‌ କରିବାର ଅଧିକାର କେବଳ ରାଜ୍ୟ ସରକାରଙ୍କର ରହିଥିବା ସେ କହିଥିଲେ।
ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀ ଭୁଲ୍‌ ଓ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି। ମୋଦି ୨୦୧୪ରେ ସ୍ବାମୀନାଥନ୍‌ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବେ ବୋଲି କହିଥିଲେ। ଚାଷୀ ଯେତେ ଖର୍ଚ୍ଚ କରୁଛି ତା’ର ଦେଢ଼ଗୁଣା ଏମ୍‌ଏସ୍‌ପି ପାଇବ ବୋଲି କହିଥିଲେ। ଏବେ ସୁପ୍ରିମକୋର୍ଟରେ ମାମଲା ହେବାପରେ କେନ୍ଦ୍ର ସରକାର ସ୍ବାମୀନାଥନ୍‌ କମିଟି ରିପୋର୍ଟକୁ ମାନିବେ ନାହିଁ ବୋଲି ସିଧା ସିଧା କହିଲେ। ଦେଶବାସୀଙ୍କୁ ଧୋକା ଦେଇ କେଉଁ ମୁହଁରେ ଚାଷୀଙ୍କ ବନ୍ଧୁ ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି ବୋଲି ମିଶ୍ର କହିଛନ୍ତି। ନୂଆ ଆଇନ୍‌ କରି ଚାଷୀମାନଙ୍କୁ ମୁକ୍ତି ଦେଇଦେଲୁ ବୋଲି କେନ୍ଦ୍ର ସରକାର କହୁଛନ୍ତି। ମାତ୍ର ଏମ୍‌ଏସ୍‌ପି ଚାଷୀମାନଙ୍କର ଆଇନଗତ ଅଧିକାର। ଚାଷୀମାନେ ଯେକୌଣସି ସ୍ଥାନରେ ଧାନ ବିକ୍ରି କରିପାରିବେ ବୋଲି ଆଇନ କହୁଛି। କେନ୍ଦ୍ର କ’ଣ ସେମାନଙ୍କୁ ମୁକ୍ତି ଦେଲା ବୋଲି ସେ ପ୍ରଶ୍ନ କରିଥିଲେ। ନୂଆ ଆଇନ କରି କେନ୍ଦ୍ର ସରକାର ଚାଷୀମାନଙ୍କୁ ବାଘ ମୁହଁକୁ ଠେଲିଦେଇଛନ୍ତି। ଅମ୍ବାନୀ, ଆଦାନୀଙ୍କ ଭଳି ପୁଞ୍ଜିପତି, କର୍ପୋରେଟ୍‌ ସଂସ୍ଥାକୁ ଚାଷୀଙ୍କୁ ଖାଇଦେବାକୁ ଛାଡ଼ିିଦେଇଛନ୍ତି। ଚାଷୀଙ୍କୁ ସର୍ବନିମ୍ନ ମୂଲ୍ୟ ନ ଦେଇ ସରକାର କଣ୍ଟ୍ରାକ୍ଟ ଫାର୍ମିଂ କଥା କହୁଛନ୍ତି। ଯଦି କଣ୍ଟ୍ରାକ୍ଟ ଫାର୍ମିଂରେ ବିଚ୍ୟୁତି ହୁଏ, ତାହେଲେ କେଉଁ ଗରିବ ଚାଷୀ ମାମଲା ଲଢ଼ିବାକୁ ସୁପ୍ରିମକୋର୍ଟ ଯିବ। ଦିଲ୍ଲୀ ଯିବାପାଇଁ ଚାଷୀକୁ ତା’ର ଦୁଇ ଏକର ଜମି ବିକ୍ରି କରିବାକୁ ପଡ଼ିବ। ମୋଦି ଥିବା ପର୍ଯ୍ୟନ୍ତ ଏମ୍‌ଏସ୍‌ପି କାର୍ଯ୍ୟକାରୀ ହେବ ବୋଲି ପ୍ରେସ୍‌ ମିଟ୍‌ କରି କେନ୍ଦ୍ରମନ୍ତ୍ରୀ କହୁଛନ୍ତି। କିନ୍ତୁ ଏମ୍‌ଏସ୍‌ପିରେ ଧାନ କିଣିବାକୁ ସମସ୍ତେ ବାଧ୍ୟ ବୋଲି ଆଇନ୍‌ କରିବାକୁ ଡରୁଛନ୍ତି। ସ୍ବାମୀନାଥନ କମିଟି ରିପୋର୍ଟ ମାନିବୁ କହି ଯେମିତି ଠକିଥିଲେ ଆଜି ସେମିତି ଚାଷୀ ଆନ୍ଦୋଳନକୁ ବନ୍ଦ କରିବାକୁ ମିଛ ପ୍ରତିଶ୍ରୁତି ଦେଇ କେନ୍ଦ୍ରମନ୍ତ୍ରୀ ଠକୁଛନ୍ତି ବୋଲି ମିଶ୍ର କହିଥିଲେ। ସେହିଭଳି ବିଜେଡି ଲୋକସଭା ଓ ରାଜ୍ୟସଭାରେ ଉଭୟ ବିଲ୍‌କୁ କ୍ଷୀଣ ସ୍ବରରେ ବିରୋଧ କରିଥିବା କହିଥିଲେ। ଉଭୟ ଲୋକସଭା ଓ ରାଜ୍ୟସଭାରେ ଷ୍ଟାଣ୍ଡିଂ କମିଟିକୁ ବିଲ୍‌କୁ ପଠାଇବାକୁ ବିଜେଡି କହିଥିଲା। ଏହା କେନ୍ଦ୍ରର ଅଧିକାର ନୁହେଁ ବୋଲି ବିଜେଡ଼ି ସେତେବେଳେ କାହିଁକି କହି ନ ଥିଲା ବୋଲି ସେ ପ୍ରଶ୍ନ କରିଥିଲେ। ତେବେ ଓଡ଼ିଶାରେ କଣ୍ଟ୍ରାକ୍ଟ ଫାର୍ମିଂ ଭିତରକୁ ନ ପଶିବାକୁ ନରସିଂହ ରାଜ୍ୟ ସରକାରଙ୍କୁ ସତର୍କ କରିଥିଲେ।
ଅନ୍ୟପକ୍ଷରେ କୃଷିମନ୍ତ୍ରୀ ଅରୁଣ ସାହୁ ରାଜ୍ୟର କୃଷି ଓ କୃଷକ ସମସ୍ୟା ପ୍ରତି ରାଜ୍ୟ ସରକାର ସର୍ବଦା ସଚେତନ ଓ ପ୍ରତିଶ୍ରୁତିବଦ୍ଧ ବୋଲି ମତ ରଖିଥିଲେ। କୃଷି କ୍ଷେତ୍ରରେ ସାମଗ୍ରୀକ ଉନ୍ନତି ନିମନ୍ତେ ରାଜ୍ୟ ସରକାର ନୂତନ କୃଷି ନୀତି ୨୦୨୦ ପ୍ରଣୟନ କରିଛନ୍ତି। କୃଷକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବାକୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ଫଳରେ ଜାତୀୟସ୍ତରରେ ‘ଭୋକର ଭୁଗୋଳ’ଭାବେ ପରିଚିତ ଓଡ଼ିଶା ଆଜି ‘ବିକାଶର ଭୂଖଣ୍ଡ’ରେ ପରିଣତ ହୋଇଥିବା ସେ କହିଥିଲେ। ବିଜେଡ଼ି ବିଧାୟକ ପ୍ରତାପ ଦେବ, ପ୍ରଶାନ୍ତ ମୁଦୁଲି, ଧୃବଚରଣ ସାହୁ ପ୍ରମୁଖ ମନ୍ତ୍ରୀଙ୍କୁ ସମର୍ଥନ କରି ଦୃଷ୍ଟି ଆକର୍ଷଣ ନୋଟିସ୍‌ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri