Posted inଜାତୀୟ

ହିନ୍ଦୁ ବିବାହ ଚୁକ୍ତି ନୁହେଁ, ବିଚ୍ଛେଦ ପାଇଁ ବୈଧ ସହମତି ଲୋଡ଼ା

ପ୍ରୟାଗରାଜ, ୧୫।୯: ଆଲ୍ଲାହାବାଦ ହାଇକୋର୍ଟ ଶନିବାର ଏକ ମହତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏକ ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ କହିଛନ୍ତି, ହିନ୍ଦୁ ବିବାହକୁ କୌଣସି ଚୁକ୍ତି ପରି ଭଙ୍ଗାଯାଇ ପାରିବନି। କେବଳ ସୀମିତି ପରିସ୍ଥିତିରେ ଉଭୟ ପକ୍ଷଙ୍କ ସହମତି ସହ ଶାସ୍ତ୍ର ଏବଂ ରୀତିନୀତି ଆଧାରିତ ହିନ୍ଦୁ ବିବାହର ବିଚ୍ଛେଦ ହୋଇପାରିବ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି। ଏକ ବିବାହ ବିଚ୍ଛେଦ ପାଇଁ ନିମ୍ନ କୋର୍ଟ ଦେଇଥିବା ଆଦେଶଙ୍କୁ ରଦ୍ଦ କରିବା ପାଇଁ ଜଣେ ମହିଳା ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଆବେଦନ କରିଥିଲେ। ମହିଳାଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ସୌମିତ୍ର ଦୟାଲ ସିଂ ଏବଂ ଜଷ୍ଟିସ୍‌ ଡୋନାଡି ରମେଶଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଯଦି ଛାଡ଼ପତ୍ରର ଶେଷ ଆଦେଶ ଆସିବା ପୂର୍ବରୁ କୌଣସି ମଧ୍ୟ ପକ୍ଷ ସହମତିରୁ ଓହରି ଯାଆନ୍ତି, ତେବେ ପ୍ରାରମ୍ଭିକ ସହମତି ଆଧାରରେ ଛାଡ଼ପତ୍ର ଦିଆଯାଇ ପାରିବନି। ଆବେଦନକାରୀ ଛାଡ଼ପତ୍ର ପାଇଁ ତାଙ୍କ ସହମତି ପ୍ରତ୍ୟାହାର କରିବା ପରେ ନିମ୍ନ ଅଦାଲତ ତାଙ୍କୁ ମୂଳ ସହମତି ପାଳନ କରିବାକୁ ବାଧ୍ୟ କରିପାରିବେ ନାହିଁ। ଏପରି କରିବା ନ୍ୟାୟର ଉପହାସ ହେବ। ସୂଚନାଯୋଗ୍ୟ, ଆବେଦନକାରୀ ମହିଳା ୨୦୧୧ରେ ବୁଲନ୍ଦ ସହର ଜିଲା କୋର୍ଟରେ ପାରିତ ହୋଇଥିବା ଏକ ଆଦେଶ ବିରୋଧରେ ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଆବେଦନ କରିଥିଲେ। ଉକ୍ତ ମହିଳାଙ୍କ ସ୍ବାମୀ ଦାଖଲ କରିଥିବା ଛାଡ଼ପତ୍ର ଆବେଦନକୁ ଜିଲା କୋର୍ଟ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

ବିଧାୟକଙ୍କ ସ୍ବୀକାର, ସରକାର ନିର୍ବିକାର: ବିକ୍ରି ହୋଇପାରିନି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ମାସକ ପରେ ରବିଧାନ ଅମଳ ହେବ। ଫଳରେ ରବି ଧାନବିକ୍ରି ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri