ଲେଫ୍ଟ ଫ୍ରି’ ନିୟମ କଡ଼ାକଡ଼ି ନିର୍ଦ୍ଦେଶ

ଭୁବନେଶ୍ୱର,୮।୧(ବ୍ୟୁରୋ): କଟକ-ଭୁବନେଶ୍ୱର କମିଶନରେଟ ପୋଲିସରେ ନୂଆ ଟ୍ରାଫିକ ଡିସିପି ଭାବେ ଏସ୍‌. ସୁଶ୍ରୀ ଯୋଗଦେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ସୁଶ୍ରୀ ସହରର ଟ୍ରାଫିକ୍‌ ସମସ୍ୟାର ସମାଧାନ କରିବା ପାଇଁ ନିଜେ ରାସ୍ତାକୁ ଓହ୍ଲାଇବା ସହ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ସେ ସହକର୍ମୀଙ୍କ ସହ ସହର ବୁଲି ସ୍ଥିତି ପରଖିଥିଲେ। ରାଜଧାନୀ ଭୁବନେଶ୍ୱରର ଏଜି, ମାଷ୍ଟରକ୍ୟାଣ୍ଟିନ, ରବୀନ୍ଦ୍ରମଣ୍ଡପ, କିଟ୍‌, ନାଲ୍‌କୋ ଛକକୁ ଯାଇ ଟ୍ରାଫିକ ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ। ମାଷ୍ଟରକ୍ୟାଣ୍ଟିନ ଟ୍ରାଫିକ ପୋଷ୍ଟରେ ଚଢ଼ି ଟ୍ରାଫିକ ପରିଚାଳନାକୁ ନିରୀକ୍ଷଣ କରିଥିଲେ। ଟ୍ରାଫିକ୍‌ ବ୍ୟବସ୍ଥାରେ କେଉଁଠି ଅସୁବିଧା ରହିଛି, କେଉଁ ଉପକରଣ ଆବଶ୍ୟକ, ସେନେଇ ଉପସ୍ଥିତ ଅଧିକାରୀଙ୍କ ସହ ଡିସିପି ଆଲୋଚନା କରିଥିଲେ। ଏପରି କି ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ଟ୍ରାଫିକ୍‌ ନିୟମ ମାନିବାକୁ ସେ ସଚେତନ କରାଇଥିଲେ। ରାସ୍ତାରେ ଲୋକେ କିପରି ବିପଦମୁକ୍ତ ହୋଇ ଯାତାୟାତ କରିପାରିବେ ସେ ନେଇ ସେ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ ଟ୍ରାଫିକ ଛକରେ ଲେଫ୍ଟ ଫ୍ରି’ ନିୟମକୁ କଡ଼ାକଡ଼ି କରାଯିବା ସହ ଜେବ୍ରା କ୍ରସିଂର ନବୀକରଣ କରାଯିବ। ଜନସାଧାରଣ ଏହି ନିୟମକୁ ପାଳନ କରନ୍ତୁ, ନଚେତ୍‌ ପ୍ରଥମ ପର୍ଯ୍ୟାୟରେ ୫୦୦ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ସେ କହିଛନ୍ତି।
ଟ୍ରାଫିକ ଛକରେ ରହିଥିବା ଜେବ୍ରା କ୍ରସିଂ ଚିହ୍ନ ସବୁ ଲିଭିଗଲାଣି। ଏହା ଡିସିପି ସୁଶ୍ରୀଙ୍କ ନଜରକୁ ଆସିବା ପରେ ସେଗୁଡିକ ରଙ୍ଗ ବା ନବୀକରଣ କରିବା ପାଇଁ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ସହ ଯୋଗାଯୋଗ କରାଯାଇଛି। ଏଥିସହ ଏଜି ଛକରେ କିଛି ନୂଆ ଉପକରଣ ଲଗାଇବା ପାଇଁ ମଧ୍ୟ ଯୋଜନା କରାଯାଇଛି। ସେହିପରି ଟ୍ରାଫିକ୍‌ ପୋଷ୍ଟରେ ରେଡ୍‌ ସିଗ୍‌ନାଲ ବେଳେ ରାସ୍ତାରେ ଧାଡି ଧାଡି କରି ବିଭିନ୍ନ ଯାନବାହନ ଅଟକି ରହୁଛି। ସେହି ସମୟରେ ଉକ୍ତ ରାସ୍ତା ଦେଇ ବାମ ପଟକୁ ଯିବାକୁ ଥିବା ଗାଡିଗୁଡିକ ଅନେକ ସମୟ ଧରି ଅଟକି ରହୁଛି। ବାମପଟକୁ ଯିବାକୁ ସବୁଜ ସିଗ୍‌ନାଲ୍‌ ଦିଆଯାଉଥିଲେ ମଧ୍ୟ ପ୍ରବଳ ଭିଡ଼ ଯୋଗୁ ଲୋକେ ଆଗକୁ ଯାଇପାରୁନାହାନ୍ତି। ଟ୍ରାଫିକ୍‌ ବ୍ୟବସ୍ଥାରେ ଏହା ଏକ ବଡ଼ ସମସ୍ୟା ପାଲଟିଥିବା ଡିସିପି ଦେଖିବା ପରେ ନିୟମକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସହରାଞ୍ଚଳ ପୋଲିସ ଆଇନ ଧାରା ୨୮ ଅନୁୟାୟୀ, ଏଣିକି ରାଜଧାନୀର ଟ୍ରାଫିକ ପୋଷ୍ଟ ନିକଟରେ ପାଦଚଲା ରାସ୍ତାକୁ ଲାଗିକି ଥିବା ବାମପାର୍ଶ୍ୱ ରାସ୍ତାରେ ତଥା ଫ୍ରି-ଲେଫ୍ଟରେ କୌଣସି ଗାଡ଼ି ରହିପାରିବ ନାହିଁ। ଗାଡିଗୁଡିକ କେବଳ ମଝି ରାସ୍ତାରେ ଛିଡ଼ା ହୋଇ ସିଗନାଲ୍‌କୁ ଅପେକ୍ଷା କରିବେ। ଉକ୍ତ ବାମପଟ ରାସ୍ତା ଜରୁରିକାଳୀନ ଯାନବାହନ ଯଥା ଆମ୍ବୁଲାନ୍ସ, ଫାୟାର ଓ ପୋଲିସ ଗାଡ଼ି ପାଇଁ ସବୁ ସମୟରେ ଖାଲି ରହିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri