ସୂର୍ଯ୍ୟମନ୍ଦିରକୁ ବିକୃତ କରୁଥିବା ଏଲ୍‌ଇଡି ଲାଇଟ୍‌ ବନ୍ଦ

ପୁରୀ ଅଫିସ/ କୋଣାର୍କ,୧୩।୧୨(ଡି.ଏନ୍‌.ଏ.):କୋଣାର୍କ ସୂର୍ଯ୍ୟମନ୍ଦିରରେ ଧାଡ଼ି କରି ଏଲ୍‌ଇଡି ଲାଇଟ୍‌ ଲଗାଯାଇଥିବାରୁ ବିକୃତ ଭାବେ ଦୂରରୁ ଆଲୋକୀକରଣ ହେଉଥିଲା। ଏ ନେଇ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିବା ସହ ଏଏସ୍‌ଆଇ ଓ ସଂସ୍କୃତ ବିଭାଗକୁ ଟୁଇଟ୍‌ ଜରିଆରେ ଜଣାଇ ଏହି ଆଲୋକୀକରଣକୁ ବନ୍ଦ କରିବାକୁ ଦାବି ରଖିଥିଲେ। ତେବେ ଏଏସ୍‌ଆଇ ପକ୍ଷରୁ ସୋମବାର ଶିଳ୍ପୀ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ସହ ସୂର୍ଯ୍ୟମନ୍ଦିରରୁ ଆଲୋକୀକରଣ ହେଉଥିବା ଏଲ୍‌ଇଡି ଲାଇଟ୍‌କୁ ବନ୍ଦ କରି ଦିଆଯାଇଛି। ଏଥିସହ ନୂତନ ଭାବେ ଆଲୋକୀକରଣ କରିବା ଦିଗରେ କାର୍ଯ୍ୟ କରାଯିବା ନେଇ ଏଏସ୍‌ଆଇ ସୂଚନା ଦେଇଥିବା ଶିଳ୍ପୀ ପଟ୍ଟନାୟକ କହିଛନ୍ତି। ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ଏଏସ୍‌ଆଇ ପକ୍ଷରୁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଯେଉଁ ଏଲ୍‌ଇଡି ଲଗାଯାଇଥିଲା। ସେଥିରେ ରାତିରେ ଦୂରରୁ ସୂର୍ଯ୍ୟମନ୍ଦିରକୁ ଦେଖିଲେ ମନ୍ଦିର ଉପରେ ଏକ ଗାର ଦୃଶ୍ୟମାନ ହେଉଥିଲା ଯାହା ଅତ୍ୟନ୍ତ ଖରାପ ଦେଖାଯାଉଥିଲା। ଯାହାଦ୍ୱାରା କୋଣାର୍କ ଐତିହ୍ୟ, କଳା, ଭାସ୍କର୍ଯ୍ୟକୁ ବିକୃତ କରୁଥିଲା। ଏ ନେଇ ଏଏସ୍‌ଆଇକୁ ଟୁଇଟ କରିବା ସହ ଗତ ୮ ତାରିଖରେ କୋଣାର୍କ ଯାତ୍ରୀ ନିବାସରେ ଏକ ପ୍ରେସ୍‌ମିଟ୍‌ କରି ଏହି ସମ୍ପର୍କରେ ଅବଗତ କରାଇଥିଲେ। ଫଳରେ ଉକ୍ତ ଖବର ସମସ୍ତ ଗଣମାଧ୍ୟମରେ ପ୍ରକାଶ ପାଇବା ସହ ଏଏସ୍‌ଆଇ ପକ୍ଷରୁ ଏହି ଲାଇଟ୍‌ ବ୍ୟବସ୍ଥା ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଆସିବାରୁ ଏଲ୍‌ଇଡି ଲାଇଟ୍‌ଗୁଡ଼ିକୁ ବନ୍ଦ କରାଯାଇଥିବା ସଂରକ୍ଷଣ ଅଧିକାରୀ ନିରଜ ସିଂ କହିଛନ୍ତି। ଅନ୍ୟପଟେ ଘଟଣା ସମ୍ପର୍କରେ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ସୁଦର୍ଶନଙ୍କ ସହ କଥା ହୋଇ ଆହୁରି ଭଲ କରାଯାଇ ଲାଇଟିଂର ଡିଜାଇନ ପରିବର୍ତ୍ତନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଏସ୍‌ଆଇ ପକ୍ଷରୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିବାରୁ ଶିଳ୍ପୀ ପଟ୍ଟନାୟକ ଏଏସ୍‌ଆଇକୁ ଧନ୍ୟବାଦ ଜଣାଇଛନ୍ତି। ଆଲୋକୀକରଣ ଉପରେ ଆଗକୁ ଯେଉଁ ଉନ୍ନତ ତଥା ସୁନ୍ଦର କାର୍ଯ୍ୟ କରାଯିବ ତାକୁ ସେ ସ୍ବାଗତ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri