ସୂର୍ଯ୍ୟମନ୍ଦିରକୁ ବିକୃତ କରୁଥିବା ଏଲ୍‌ଇଡି ଲାଇଟ୍‌ ବନ୍ଦ

ପୁରୀ ଅଫିସ/ କୋଣାର୍କ,୧୩।୧୨(ଡି.ଏନ୍‌.ଏ.):କୋଣାର୍କ ସୂର୍ଯ୍ୟମନ୍ଦିରରେ ଧାଡ଼ି କରି ଏଲ୍‌ଇଡି ଲାଇଟ୍‌ ଲଗାଯାଇଥିବାରୁ ବିକୃତ ଭାବେ ଦୂରରୁ ଆଲୋକୀକରଣ ହେଉଥିଲା। ଏ ନେଇ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିବା ସହ ଏଏସ୍‌ଆଇ ଓ ସଂସ୍କୃତ ବିଭାଗକୁ ଟୁଇଟ୍‌ ଜରିଆରେ ଜଣାଇ ଏହି ଆଲୋକୀକରଣକୁ ବନ୍ଦ କରିବାକୁ ଦାବି ରଖିଥିଲେ। ତେବେ ଏଏସ୍‌ଆଇ ପକ୍ଷରୁ ସୋମବାର ଶିଳ୍ପୀ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ସହ ସୂର୍ଯ୍ୟମନ୍ଦିରରୁ ଆଲୋକୀକରଣ ହେଉଥିବା ଏଲ୍‌ଇଡି ଲାଇଟ୍‌କୁ ବନ୍ଦ କରି ଦିଆଯାଇଛି। ଏଥିସହ ନୂତନ ଭାବେ ଆଲୋକୀକରଣ କରିବା ଦିଗରେ କାର୍ଯ୍ୟ କରାଯିବା ନେଇ ଏଏସ୍‌ଆଇ ସୂଚନା ଦେଇଥିବା ଶିଳ୍ପୀ ପଟ୍ଟନାୟକ କହିଛନ୍ତି। ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ଏଏସ୍‌ଆଇ ପକ୍ଷରୁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଯେଉଁ ଏଲ୍‌ଇଡି ଲଗାଯାଇଥିଲା। ସେଥିରେ ରାତିରେ ଦୂରରୁ ସୂର୍ଯ୍ୟମନ୍ଦିରକୁ ଦେଖିଲେ ମନ୍ଦିର ଉପରେ ଏକ ଗାର ଦୃଶ୍ୟମାନ ହେଉଥିଲା ଯାହା ଅତ୍ୟନ୍ତ ଖରାପ ଦେଖାଯାଉଥିଲା। ଯାହାଦ୍ୱାରା କୋଣାର୍କ ଐତିହ୍ୟ, କଳା, ଭାସ୍କର୍ଯ୍ୟକୁ ବିକୃତ କରୁଥିଲା। ଏ ନେଇ ଏଏସ୍‌ଆଇକୁ ଟୁଇଟ କରିବା ସହ ଗତ ୮ ତାରିଖରେ କୋଣାର୍କ ଯାତ୍ରୀ ନିବାସରେ ଏକ ପ୍ରେସ୍‌ମିଟ୍‌ କରି ଏହି ସମ୍ପର୍କରେ ଅବଗତ କରାଇଥିଲେ। ଫଳରେ ଉକ୍ତ ଖବର ସମସ୍ତ ଗଣମାଧ୍ୟମରେ ପ୍ରକାଶ ପାଇବା ସହ ଏଏସ୍‌ଆଇ ପକ୍ଷରୁ ଏହି ଲାଇଟ୍‌ ବ୍ୟବସ୍ଥା ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଆସିବାରୁ ଏଲ୍‌ଇଡି ଲାଇଟ୍‌ଗୁଡ଼ିକୁ ବନ୍ଦ କରାଯାଇଥିବା ସଂରକ୍ଷଣ ଅଧିକାରୀ ନିରଜ ସିଂ କହିଛନ୍ତି। ଅନ୍ୟପଟେ ଘଟଣା ସମ୍ପର୍କରେ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ସୁଦର୍ଶନଙ୍କ ସହ କଥା ହୋଇ ଆହୁରି ଭଲ କରାଯାଇ ଲାଇଟିଂର ଡିଜାଇନ ପରିବର୍ତ୍ତନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଏସ୍‌ଆଇ ପକ୍ଷରୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିବାରୁ ଶିଳ୍ପୀ ପଟ୍ଟନାୟକ ଏଏସ୍‌ଆଇକୁ ଧନ୍ୟବାଦ ଜଣାଇଛନ୍ତି। ଆଲୋକୀକରଣ ଉପରେ ଆଗକୁ ଯେଉଁ ଉନ୍ନତ ତଥା ସୁନ୍ଦର କାର୍ଯ୍ୟ କରାଯିବ ତାକୁ ସେ ସ୍ବାଗତ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri