ଇସ୍ରାଏଲ ଉପରେ ୧୫୦ରୁ ଅଧିକ ରକେଟ୍‌ ମାଡ଼ କଲା ଲେବାନନ

ଜେରୁଜେଲମ୍‌,୨୫ା୮: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଯୁଦ୍ଧ ବୃଦ୍ଧି ପାଉଛି। ଇସ୍ରାଏଲ ଆକ୍ରମଣରେ କ୍ରୋଧିତ ଲେବାନନ ଉତ୍ତର ଇସ୍ରାଏଲ ଆଡ଼କୁ ଅତି କମ୍‌ରେ ୧୫୦ରୁ ଅଧିକ ରକେଟ୍‌ ମାଡ଼ କରିଛି। ତେବେ ଆଇରନ ଡୋମ ଉତ୍ତର ଇସ୍ରାଏଲରେ ଲେବାନନ ରକେଟ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲା। ବର୍ତ୍ତମାନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହିଜ୍‌ବୁଲ୍‌କୁ ଏକ ଶିକ୍ଷା ଦେବା ପାଇଁ ସୁରକ୍ଷା କ୍ୟାବିନେଟ ବୈଠକ ଡାକିଛନ୍ତି। ରିପୋର୍ଟ ଅନୁଯାୟୀ, ଲେବାନନ ଉତ୍ତର ଇସ୍ରାଏଲ ଆଡ଼କୁ ଗତି କରି ଅତି କମ୍‌ରେ ୧୫୦ ରକେଟ୍‌ ମାଡ଼ କରିଛି। ଏହା ୬୦୦୦ ରକେଟ୍‌ ମାଡ଼ କରିବାର ଯୋଜନା କରିଥିଲା।

ହିଜବୁଲ୍‌ରୁ ଆସିଥିବା ବିପଦକୁ ଦୃଷ୍ଟିରେ ରଖି ଇସ୍ରାଏଲ ସେନା ରବିବାର ଲେବାନନରେ ଆଗୁଆ ଆକ୍ରମଣ ଘୋଷଣା କରିଛି। ଇସ୍ରାଏଲ କହିଛି, ହିଜବୁଲ୍‌ର ଆକ୍ରମଣ ପାଇଁ ପ୍ରସ୍ତୁତି ଜାଣିବା ପରେ ଏହି ଆକ୍ରମଣ କରାଯାଇଥିଲା। ଇସ୍ରାଏଲ ଅଞ୍ଚଳ ଆଡ଼କୁ କ୍ଷେପଣାସ୍ତ୍ର ଏବଂ ରକେଟ୍‌ ମାଡ଼ କରିବାକୁ ପ୍ରସ୍ତୁତ ହେଉଥିବା ହିଜବୁଲ୍‌ ଆତଙ୍କବାଦୀ ସଂଗଠନକୁ ଆଇଡିଏଫ୍‌ ଚିହ୍ନଟ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଏକ ବିବୃତ୍ତିରେ କହିଛି, ଏହି ଧମକକୁ ଦୃଷ୍ଟିରେ ରଖି ଆଇଡିଏଫ୍‌ ଲେବାନନରେ ଆତଙ୍କବାଦୀ ଟାର୍ଗେଟ ଉପରେ ଆକ୍ରମଣ କରୁଛି। ଇସ୍ରାଏଲ ମିଡିଆ ରିପୋର୍ଟ ଅନୁଯାୟୀ, ତେଲ ଅଭିଭ୍‌ର ବେନ୍‌ ଗୁରିଅନ ବିମାନବନ୍ଦରରୁ ବିମାନ ଉଡ଼ାଣ ସ୍ଥଗିତ ରହିଛି। ଆଇଡିଏଫ୍‌ କହିଛି, ହିଜବୁଲ୍‌ ଲେବାନନରୁ ଇସ୍ରାଏଲ ଅଞ୍ଚଳ ଆଡ଼କୁ ୧୫୦ରୁ ଅଧିକ ରକେଟ୍‌ ମାଡ଼ କରିଥିଲା। ଯାହାକୁ ରୋକିବା ପାଇଁ ଉଦ୍ୟମ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri