ଇସ୍ରାଏଲ ଉପରେ ଲେବାନନର ରକେଟ ମାଡ: ୭ ସୈନ୍ୟ ଆହତ…

ଜେରୁଜେଲମ,୧୩।୧୧ : ଇସ୍ରାଏଲ ଉପରେ ଲେବାନନର ରକେଟ ଦୁଇଥର ରକେଟ ମାଡ କରିଛି। ଏଥିରେ୧୦ ଜଣ ଇସ୍ରାଏଲ ନାଗରିକ ଏବଂ ୭ଜଣ ସୈନିକ ଆହତ ହୋଇଛନ୍ତି। ଅନ୍ୟ ଏକ ଆକ୍ରମଣକୁ ବାୟୁ ପ୍ରତିରକ୍ଷା ପ୍ରଣାଳୀରେ ପଣ୍ଡ କରାଯାଇଛି।

ପ୍ରଥମ ଆକ୍ରମଣରେ, ଇସ୍ରାଏଲ ଇଲେକ୍ଟ୍ରିକ କର୍ପୋରେଶନରେ ନିୟୋଜିତ ୧୦ଜଣ ଇସ୍ରାଏଲ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଗୁରୁତର ଆହତ ହୋଇଛନ୍ତି। ସେମାନେ ପୂର୍ବ ରକେଟ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ ଲାଇନ ମରାମତି କରୁଥିଲେ। ମୋଶାଭ ଡୋଭେଭ ନିକଟରେ ଏହି ଘଟଣା ଘଟିଥିଲା।

ହିଜବୁଲ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ଦ୍ୱିତୀୟ ଆକ୍ରମଣରେ କିବବୁଟ ମାନାରା ଅଞ୍ଚଳରେ ଏକ ମୋଟାର୍ର୍‌ ବ୍ୟାରେଜରେ ଥିବା ୭ଜଣ ଇସ୍ରାଏଲ ସୈନିକ ଆହତ ହୋଇଥିଲେ ବୋଲି ଇସ୍ରାଏଲ ପ୍ରତିରକ୍ଷା ବାହିନୀ ନିଶ୍ଚିତ କରିଛି।

ପରେ ରବିବାର ଏକ ଘଣ୍ଟା ମଧ୍ୟରେ ୧୫ ଟି ରକେଟ ମାଡ କରାଯାଇଥିବା ଚିହ୍ନଟ ହୋଇଥିଲା। ୪ଟିକୁ ବାୟୁ ପ୍ରତିରକ୍ଷା ପ୍ରଣାଳିୀ ଦ୍ୱାରା ବାଧା ଦିଆଯାଇଥିବା ବେଳେ ଅନ୍ୟ ରକେଟ ଖୋଲା ପଡ଼ିଆରେ ପଡିଥିଲା। ହମାସ ଦାବି କରିଛି ଲେବାନନରେ ଏହାର ସଦସ୍ୟମାନେ ହାଫା ଏବଂ ନାହରିଆ ସହର ତଥା ଲେବାନନ ସୀମାରେ ଥିବା ଛୋଟ ସହର ଉପରେ ରକେଟ ମାଡ କରିଥିଲେ।

ହିଜବୁଲ ମୁଖ୍ୟ ହାସନ ନାସରାଲ୍ଲା ଇସ୍ରାଏଲ ଏବଂ ଆମେରିକା ଉପରେ ଚାପ ପ୍ରୟୋଗ କରିବାକୁ ଅନ୍ତର୍ଜାତୀୟ ପ୍ରଦର୍ଶନ କରିବାକୁ ଆହ୍ବାନ କରିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି। ସେ କହିଛନ୍ତି ସିରିଆ ଏବଂ ଇରାକରେ ନିୟୋଜିତ ଆମେରିକୀୟ ସୈନ୍ୟଙ୍କ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ ଗାଜାରେ ଯୁଦ୍ଧ ଶେଷ ନ ହେବା ପର୍ଯ୍ୟନ୍ତ ଜାରି ରହିବ।

ଏହାର ଉତ୍ତରରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଉତ୍ତର ସୀମା ଗସ୍ତ ସମୟରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ହିଜବୁଲ ଏଭଳି ଭୁଲ କରେ ତେବେ ଲେବାନନର ନାଗରିକମାନେ ପ୍ରଥମେ ଏହାର ଜବାବ ଦେବେ। ଆମେ ଗାଜାରେ ଯାହା କରୁଛୁ, ଆମେ ବେରୁଟରେ ମଧ୍ୟ ତାହା କରିପାରିବୁ ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବୋଝେଇ ଟ୍ରକ ସମ୍ମୁଖକୁ ଆସିଗଲା ଗାଈ, ତାପରେ ଚାଷଜମିକୁ…

ଦିଗପହଣ୍ଡି, ୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନଂ ମୁଖ୍ୟରାସ୍ତାର ଚାଞ୍ଚଡାପଲ୍ଲୀ ଗାଁ ଛକ ନିକଟରେ ଏକ ଧାନ ବୋଝେଇ ଟ୍ରକ ଚାଷଜମିକୁ ଓଲଟି…

ଭାଜପା ଜ଼ିଲା ଉପସଭାପତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ତାଲା ଭାଙ୍ଗି ୭୦ ଭରି ସୁନା,୨ ଲକ୍ଷ ଟଙ୍କା ଲୁଟ

ଗୁଣପୁର,୨୭/୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି। ଘର ବନ୍ଦ ଥିବାର ସୁଯୋଗ ନେଇ କଳା କନା…

ଧରିତ୍ରୀ ପ୍ରଭାବ…କାଇଁଚପୁର ପଞ୍ଚାୟତକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓଙ୍କୁ କୃତଜ୍ଞତା

ଗଞ୍ଜାମ,୨୭।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତକୁ ଗଡୁନଥିଲା ମୁଖ୍ୟମନ୍ତ୍ରୀ ବସ୍ । ଏନେଇ ଶନିବାର ଧରିତ୍ରୀରେ ଖବର ପ୍ରସାରଣ ହୋଇଥିଲା । ଯାହାକୁ…

ବିଦ୍ୟୁତ ଖୁଣ୍ଟକୁ ପିଟିଲା ସ୍କୁଲ ଭ୍ୟାନ୍‌: ଆଉ ତା’ପରେ ଘଟିଲା…

ଗୁଣପୁର,୨୭।୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ସହରରେ ଥିବା ଲଣ୍ଡନ କିଡ୍ସ ନାମକ ଏକ ଘରୋଇ ସ୍କୁଲରୁ ପିଲାଙ୍କୁ ସ୍କୁଲ ଭ୍ୟାନ୍‌ଟି ନେଇ ଯାଉଥିବାବେଳେ କୌଣସି କାରଣବଶତଃ ବିକ୍ରମପୁର…

ଦୀର୍ଘ ୧୫ ବର୍ଷ ଧରି ମରାମତି ହେଉନାହିଁ ରାସ୍ତା, ରାଜରାସ୍ତାକୁ ଓହ୍ଲାଇବା ଚେତାବନୀ ଦେଲେ ଅଞ୍ଚଳବାସୀ

ଧାମନଗର,୨୭।୭( ସନ୍ତୋଷ କୁମାର ମହାପାତ୍ର): ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ସ୍ଥିତ ବାଇଦିପୁର ଗ୍ରାମ ( ୱାର୍ଡ ନଂ ୩) ମୁଖ୍ୟ ରାସ୍ତା ଦୀର୍ଘ ବର୍ଷ ହେବ…

ସରକାରଙ୍କୁ CJPର ଚେତାବନୀ: ଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ବନ୍ଦ କର, ନଚେତ୍ ପୁଣି…

ନୂଆଦିଲ୍ଲୀ, ୨୭।୭: ଜନ୍ତର ମନ୍ତରରେ ସିଜେପିର ଧାରଣା ଶେଷ ହୋଇଥିଲେ ମଧ୍ୟ ପୁଣିଥରେ ଆନ୍ଦୋଳନକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛି । CJP ମୁଖପାତ୍ର ଆଶୁତୋଷ ରାଙ୍କା…

ଇସ୍ତଫା ଦିଅନ୍ତୁ ଗଣଶିକ୍ଷା ମନ୍ତ୍ରୀ: ଗର୍ଜିଲା ସିପିଆଇ

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲା କମିଟି ପକ୍ଷରୁ ଦିଲ୍ଲୀସ୍ଥିତ ଜନ୍ତରମନ୍ତରଠାରେ ହୋଇଥିବା ଯୁବଛାତ୍ର ଆନ୍ଦୋଳନର ସଫଳତା ପରିପ୍ରେକ୍ଷୀରେ ଦେଶର ଅଗଣିତ ଛାତ୍ରୀଛାତ୍ର ଓ…

ପୁଣି ଚର୍ଚ୍ଚାରେ ଦାନ ମାଝୀ, ଏହି କାରଣକୁ ନେଇ ଫିଲ୍ମ ‘ଲାଶ୍’ର ପ୍ରଯୋଜକଙ୍କ ନାଁରେ ଦେଲେ ଏତଲା

ଭବାନୀପାଟଣା,୨୭।୭(ଉତ୍ତମ କୁମାର ଦାଶ): କାନ୍ଧରେ ପତ୍ନୀଙ୍କ ମୃତ ଦେହ ବୋହି ସାରା ବିଶ୍ୱରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri