ହ୍ବାଟ୍ସଆପ୍‌ ୱେବ୍‌ ଲଗ୍‌-ଇନ୍‌ କରି ଛାଡ଼ିଦେଲେ ଆକାଉଣ୍ଟ ହାଇଜାକ ହୋଇପାରେ

ନୂଆଦିଲ୍ଲୀ, ୨୪ା୧୧ (ପି.ଟି): ସର୍ବସାଧାରଣ କମ୍ପ୍ୟୁଟର କିମ୍ବା ଶେୟାର କରାଯାଉଥିବା ଡିଭାଇସରେ ହ୍ବାଟ୍ସଆପ୍‌ ୱେବ୍‌ ସେସନ୍‌ ଲଗ୍‌-ଇନ୍‌ ଅବସ୍ଥାରେ ଛାଡ଼ିଦେଲେ, ଏହା ସାଇବର ଅପରାଧୀଙ୍କ ପାଇଁ ଆକାଉଣ୍ଟ ହାଇଜାକ କରିବା, ବ୍ୟକ୍ତିଗତ ବାର୍ତ୍ତାଳାପ ପଢ଼ିବା ଏବଂ ଠକେଇ କରିବାର ମାଧ୍ୟମ ପାଲଟିପାରେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସାଇବର ଅପରାଧ ନିରୋଧୀ ଶାଖା ‘ଆଇ୪ସି’ ସୋମବାର କହିଛିି। ଲଗ୍‌-ଇନ୍‌ ଥିବା ହ୍ବାଟ୍ସଆପ ୱେବ୍‌ ସେସନ ମାଧ୍ୟମରେ ଅପରାଧୀମାନେ ଅନଧିକୃତ ପ୍ରବେଶ କରିପାରିବେ। ଏହାଦ୍ୱାରା ସେମାନେ ଅନ୍ୟମାନଙ୍କୁ ମେସେଜ ପଠାଇବା, କଣ୍ଟାକ୍ଟ ଲିଷ୍ଟ ଏବଂ ଗ୍ରୁପ ଚାଟ୍‌ ଦେଖିବା ସହ ବ୍ୟବହାରକାରୀଙ୍କ ବିଶ୍ୱସ୍ତ ପରିଚୟର ଅପବ୍ୟବହାର କରି ଠକେଇ, ଫିସିଂ ଏବଂ ସୋସିଆଲ-ଇଞ୍ଜିନିୟରିଂ ଆକ୍ରମଣ କରିପାରିବେ। କେବଳ ବ୍ରାଉଜର ୱିଣ୍ଡୋ କିମ୍ବା ଟ୍ୟାବ୍‌ ବନ୍ଦ କରିଦେଲେ ଲଗ୍‌-ଇନ୍‌ ସେସନ ଶେଷ ହୁଏ ନାହିଁ, ତେଣୁ ସେମାନଙ୍କୁ ମାନୁଆଲି ଲଗ୍‌ ଆଉଟ କରିବାକୁ ପଡ଼ିବ।

Dharitri – Odisha’s No.1 Odia Daily

Share