ପରମ୍ପରା ଛାଡ଼ି ଆଧୁନିକ ଆଡ଼କୁ ସିମନବାଡ଼ି ରଥଯାତ୍ରା: ଜନଅସନ୍ତୋଷ ବୃଦ୍ଧି

ଦାରିଙ୍ଗବାଡ଼ି,୨୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ବାହୁଡ଼ା ଯାତ୍ରା ପାଇଁ ଉତ୍ସବ ମୁଖର ବ୍ଲକ ଅଞ୍ଚଳର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ, ଗଦାପୁର ଏବଂ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ସୁଗାନକେତା, ସିମନବାଡ଼ି, ଗବାଟବାଡ଼ି ଓ ପ୍ରଥମଥର ପାଇଁ କିରିକୁଟି ଅଞ୍ଚଳରେ ଏହି ଯାତ୍ରା ବଡ଼ ଧୂମଧାମ୍‌ରେ ପାଳିତ ହେଉଛି। ସବୁଠି ଜଗନ୍ନାଥଙ୍କ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା, ଛେରାପହଁରା ସହ ଜଗନ୍ନାଥଙ୍କ ପହଣ୍ଡି ବିଜେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସବୁଠି ଘଣ୍ଟ, ମୃଦଙ୍ଗରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ସିମନବାଡ଼ିଠାରେ ପାରମ୍ପରିକ ମୃଦଙ୍ଗ ଓ ଘଣ୍ଟ ଶବ୍ଦ ବଦଳରେ ଢୋଲ, ଓ ବ୍ୟାଣ୍ଡ୍‌ ପାର୍ଟି ଦ୍ୱାରା ବିଭିନ୍ନ ମ୍ୟୁଜିକ୍‌କୁ ନେଇ ଅଞ୍ଚଳରେ ଜନଅସନ୍ତୋଷ ପ୍ରକାଶ ପାଇଛି। ରଥଯାତ୍ରା ଦିନ ଏହାର କିଛି ଶ୍ରଦ୍ଧାଳୁ ପ୍ରତିବାଦ ଜଣାଇଥଲେ ସୁଦ୍ଧା ବାହୁଡ଼ାରେ ମୃଦଙ୍ଗ ବାଦ୍ୟ ଯୋଗାଡ଼ କରାଯାଇଥିଲା କିନ୍ତୁ ବ୍ୟାଣ୍ଡ ପାର୍ଟି ଯାହାକି ଆଧୁନିକ ସଂଗୀତରେ ଆଧୁନିକ ଡ୍ୟାନ୍ସ ସହ ରଥଟଣା ପାଇଁ ପ୍ରସ୍ତୁତିକୁ ନେଇ ଅସନ୍ତୋଷ ବଢୁଛି।

Dharitri – Odisha’s No.1 Odia Daily