Posted inଫୁରସତ

ସ୍ତ୍ରୀ ଅନ୍ୟ ଜଣଙ୍କୁ ବାହା ହେଉଥିବା ସୋସିଆଲ ମିଡିଆରେ ଦେଖିଲେ ସ୍ବାମୀ, ଆଉ ତା’ ପରେ…

ଚାଇନାର ଜଣେ ମହିଳା ୧୯ ଜଣଙ୍କୁ ବାହା ହୋଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ଖାଲି ଏତିକି ନୁହେଁ, ବିବାହ ନାଁରେ ଲୋକଙ୍କୁ ୨ କୋଟିରୁ ଅଧିକ ଟଙ୍କା ଠକିଛନ୍ତି ମଧ୍ୟ। ଯାହା ପରେ ତାଙ୍କୁ ମହଙ୍ଗା ପଡ଼ିଛି।

ଏହି ମାମଲା ଉନ୍ମୋଚନ ହେଲା ଯେତେବେଳେ ତାଙ୍କ ସ୍ବାମୀ ଲାଇଭ୍‌ ଷ୍ଟ୍ରିମିଂ ଆପ୍ଲିକେଶନରେ ଏକ ଭିଡିଓ ଦେଖୁଥିଲେ। ଯେଉଁଥିରେ ତାଙ୍କ ନବବିବାହିତା ସ୍ତ୍ରୀ ଆଉ ଜଣଙ୍କୁ ବିବାହ କରୁଥିବା ଦେଖିବାକୁ ପାଇଥିଲେ।

ଅରଦ ଗାଁରେ ରହୁଥିବା ୩୫ ବର୍ଷୀୟ ଏହି ବ୍ୟକ୍ତି ଜଣକ ନିଜ ପରିବାର ସହିତ ମିଶି ଅନ୍ୟ ଜଣେ ବ୍ୟକ୍ତିଙ୍କ ପରିବାରକୁ ସୋସିଆଲ ମିଡିଆରେ ସର୍ଚ୍ଚ କରୁଥିଲେ। ହଠାତ୍‌ ତାଙ୍କ ସ୍ତ୍ରୀ ଆଉ କାହାକୁ ବାହା ହେଉଥିବା ଦେଖିବାକୁ ପାଇଥିଲେ। ଏହା ପରେ ସେ ପୋଲିସକୁ ଡାକିବାରୁ ଘଟଣା ସମ୍ପର୍କରେ ସତ୍ୟାସତ୍ୟ ଜଣାପଡ଼ିଥିଲା। ଏହି ଘଟଣାରେ ଆଉ ଜଣେ ମହିଳା ସଂପୃକ୍ତ ଥିବା ଜାଣିବାକୁ ମିଳିଥିଲା।

ପୋଲିସ ସୂଚନାନୁଯାୟୀ, ଏହି ମହିଳା ଗାଁସୁ ଜିଲାର। ଉଭୟଙ୍କ ଦେଖାସାକ୍ଷାତ ଏକ ମ୍ୟାଚମେକର ସାହାରାରେ ହୋଇଥିଲା। ମହିଳା ବିବାହ ପାଇଁ କିଛି ବାହାନା କରି ଘରଠାରୁ ବାହାରେ ରହୁଥିଲେ। ତେଣୁ ସ୍ବାମୀ କିଛି ଜାଣି ପାରୁ ନ ଥିଲେ। ଏହା ଭିତରେ ସେ ୧୯ ଜଣଙ୍କୁ ବାହା ହୋଇସାରିଥିଲେ।

କ୍ୟାଶ ଗିଫ୍ଟ ଏବଂ ଜୁଏଲାରୀ ପାଇଁ ଏହି ବ୍ୟକ୍ତିଙ୍କୁ ମହିଳା ୧ ଲକ୍ଷ ୪୮ ହଜାର ୟୁଆନ ଠକିଛନ୍ତି। ସେହିପରି ଦ୍ୱିତୀୟ ବ୍ୟକ୍ତିଙ୍କୁ ୧ ଲକ୍ଷ ୩୦ ହଜାର ୟୁଆନ ମଧ୍ୟ ଠକିଛନ୍ତି। ସମସ୍ତ ଘଟଣା ଜାଣିବା ପରେ ଏହି ମହିଳା ଏବଂ ତାଙ୍କର ୩ ସାଥୀଙ୍କୁ ପୋଲିସ ଗିରଫ କରିଛି।

ପୋଲିସ କହିଛି, ବିବାହ କରିବାର ୨ ମାସ ମଧ୍ୟରେ ମହିଳା ଜଣଙ୍କ ଶାଶୁଘରେ ମାତ୍ର ୧୦ ଦିନ ରହିଛନ୍ତି। ବାକି ସମୟ ସେ ତାଙ୍କ ବାପଘରେ ଏବଂ ସାଙ୍ଗସାଥୀଙ୍କ ସହ ରହୁଥିଲେ। ଏହି ସମୟରେ ସେ ସ୍ବାମୀଙ୍କୁ ଛାଡ଼ି ଅନ୍ୟ ଜଣଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri