ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ

ସୁନ୍ଦରଗଡ,୧୫। ୩(ଡି.ଏନ.ଏ.): ୧୧ ଦଫା ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘ ସୁନ୍ଦରଗଡ ଜିଲା ଶାଖା ପକ୍ଷରୁ ବିଭିନ୍ନ ସ୍ଥାନରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଚାଲିଛି। ଏଥି ଯୋଗୁ ଗାଡି ଚଳାଚଳ ବ୍ୟାହତ ହୋଇଛି। ବନ୍ଦ ଡାକରା ଯୋଗୁ ଯାତ୍ରାବାହୀ ବସ୍‌ ସମେତ ଅନ୍ୟାନ୍ୟ ପରିବହନ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଦୁଇ ଚକିଆ ଗାଡି ବ୍ୟତୀତ କିଛି ଅଟୋ ଓ କାରକୁ ଛାଡି ଦେଲେ ଅନ୍ୟ କୌଣସି ଯାନବାହନ ଚଳାଚଳ କରୁନାହିଁ। ସୁନ୍ଦରଗଡ ଦେଇ ଯାଇଥିବା ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ ଓ୍ବେର କିରେଇ ଛକରେ ଓଡିଶା ଡ୍ରାଇଭର ମହାସଂଘ ସୁନ୍ଦର ଗଡ ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲା ସଭାପତି ସନ୍ତୋଷ ଜୁରା, ସୁନ୍ଦରଗଡ ଟାଉନ ସଭାପତି ସରୋଜ ଡୁଙ୍ଗ ଡୁଙ୍ଗ, ସଦର ବ୍ଲକ ସଭାପତି ସୁସ୍ମନ୍ତ କୁମାର ସାହୁ, ଉପସଭାପତି ଲୋଚନ ସେଠ, ସମ୍ପାଦକ ରଞିତ ନାଗ,କର୍ମକର୍ତ୍ତାରୋହିତ ମହାନନ୍ଦ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଜିଲାର ବଡ ଗାଁ, ସବଡଗା, ହେମଗିରି, ତଳସରା ଛକ, ବାଲିଶଙ୍କରା ସମେତ ବିଭିନ୍ନ ସ୍ଥାନରେ ଡ୍ରାଇଭର ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁ ଏମସିଏଲ, ଜାମକାନି, ଡୁଲଙ୍ଗା ଆଦି ଖଣିରୁ କୋଇଲା ପରିବହନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ରାସ୍ତା ପାର୍ଶରେ ବହୁ ସଖ୍ୟାରେ କୋଇଲା ଟ୍ରକ ସମେତ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରୁଥିବା ଗାଡି ଅଟକି ରହିଛି। ଡ୍ରାଇଭରଙ୍କ ଏହିପରି ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁ ଯାତ୍ରାମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏପରିକି ବୁଧବାର ସାପ୍ତାହିକ ହାଟ ମଧ୍ୟ ବସି ପାରି ନାହିଁ। ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ରୁ ଫେରିଲେ ଡାକ୍ତରୀ ଛାତ୍ର ବିକାଶ

ଆଳି,୪ା୩(ଡି.ଏନ.ଏ.): ଯୁଦ୍ଧଭୂମି ୟୁକ୍ରେନ୍‌ରୁ ଓଡ଼ିଶା ଫେରିଛନ୍ତି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ତେଲିପାଟଣା ଗଁାର ଡାକ୍ତରୀ ଛାତ୍ର ବିକାଶ ବେହେରା। ବିକାଶ ବୁଧବାର ଭୁବନେଶ୍ୱର ବିମାନବନ୍ଦରରେ...

ବେଆଇନ ପଥର, ବାଲି ଚାଲାଣ ବେଳେ ଚଢ଼ାଉ: ୧ଲକ୍ଷ ୪୪ ହଜାର ଆଦାୟ

ପୁରୁଷୋତ୍ତମପୁର, ୧୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଓ ପଥର ଚାଲାଣ ହେଉଥିଲା। ସୋମବାର ତହସିଲଦାର ଅରୁଣ କୁମାର ନାୟକ,...

୮ ଦିନ ହେଲାଣି ଶିରୋଲ ଗ୍ରାମରେ ବ୍ୟାପିଛି ଝାଡ଼ାବାନ୍ତି: ସ୍ଥିତି ସମୀକ୍ଷା କଲେ ବିଡିଓ, ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା

କେସିଙ୍ଗା ,୨୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଲ ଗ୍ରାମରେ ୮ଦିନ ହେଲା ଝାଡ଼ାବାନ୍ତି ବ୍ୟାପିଛି। ଦୂଷିତ ଜଳ ପିଇବା ଯୋଗୁ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ...

ଅପମୃତ୍ୟୁ ହେଲା ହତ୍ୟା ମାମଲା

ଖୁଣ୍ଟା, ୬ା୬(ଡି.ଏନ୍‌.ଏ)- ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧିନ ଗୋଡିସାହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ଏକ ଅପମତ୍ୟୁ ମାମଲା ରୁଜୁ ହୋଇଥିବା...

ନିଲାମ ଘାଟରୁ ବେଆଇନ ବାଲି ଚାଲାଣ

ରସୁଲପୁର,୧୧।୧୦(ଡି.ଏନ୍‌.ଏ.): ରସୁଲପୁର ତହସିଲ ଅଧିନରେ ଥିବା ବ୍ରାହ୍ମଣୀ ନଦୀର ଅଧିକାଂଶ ନିଲାମ ବାଲି ଘାଟରେ ପାଣି ପଶିି ଯାଇଛି। ତେଣୁ ବାଲି ଉତ୍ତୋଳନ ଓ ପରିବହନ...

ମାନବିକତା ଦେଖାଇଲେ ଡିଆଇଜିଙ୍କ ସ୍ତ୍ରୀ : ଦୁର୍ଘଟଣାଗ୍ରସ୍ତଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ପଠାଇଲେ

ଅନୁଗୋଳ ଅଫିସ, ୧୬।୧୧- ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ପଡ଼ିଥିବା ଦୁଇ ଯୁବକଙ୍କୁ ନିଜ ଗାଡ଼ିରେ ମେଡିକାଲ ପଠାଇ ଉଚ୍ଚ ପ୍ରଶଂସା ସାଉଣ୍ଟିଛନ୍ତି ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ...

ଆଶାକର୍ମୀଙ୍କୁ ମିଳୁନାହିଁ ମାସ୍କ ଓ ସାନିଟାଇଜର

ବିନିକା,୨୫।୩(ଡି.ଏନ୍‌.ଏ.): ଦେଶର ବିଭିନ୍ନ ରାଜ୍ୟରେ କରୋନା ଭାଇରସ୍‌ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ଏହାର ଭୟାବହତା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ...

ଭୋଟ୍‌ ବର୍ଜନ କରିବେ ଚିଟ୍‌ଫଣ୍ଡ ଜମାକରୀ

ବରଗଡ଼ ଅଫିସ୍‌,୧୭।୧: ଚିଟଫଣ୍ଡ୍‌ ସଂସ୍ଥାରେ କ୍ଷତିଗ୍ରସ୍ତ ଜମାକାରୀମାନେ ଏପର୍ଯ୍ୟନ୍ତ ସେମାନଙ୍କ ଜମାଟଙ୍କା ଫେରି ପାଇନାହାନ୍ତି। ଏହାକୁ ନେଇ ସମ୍ପୃକ୍ତ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।...

Advertisement
Archives

Model This Week