ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନ ହିଁ ହେବ ବିଜୁଳି ବିଲ୍‌ ଛାଡ଼

ସୋର,୩୦ା୫: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ଜିଲାର ସୋରକୁ ନିର୍ବାଚନୀ ପ୍ରଚାରରେ ଆସିଛନ୍ତି ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, ବାହାନଗାର ଯୁବକ ଓ ସ୍ଥାନୀୟ ଲୋକମାନେ ମାନବିକତା ଓ ମଣିଷପଣିଆର ନୂଆ ପରିଚୟ ଦେଇଛନ୍ତି। ସୋରରେ ଜଳସେଚନର ଉନ୍ନତି ପାଇଁ  ଦୁଇ ଶହ କୋଟି ଖର୍ଚ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଗକୁ ମଧ୍ୟ ସୋରର ବିକାଶ ପାଇଁ ଯାହା ଆବଶ୍ୟକ ତାହା କରାଯିବ। ନିର୍ବାଚନ ସମୟରେ ବିରୋଧୀ ଦଳ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ୨୦୧୪ରେ ମଧ୍ୟ ପେଟ୍ରୋଲ, ଡିଜେଲ ଦର ଓ ଦରଦାମ କମାଇବାକୁ ଘୋଷଣା କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ଦର୍‌ଦାମ ନିୟନ୍ତ୍ରଣ ହୋଇପାରିନାହିଁ। ନବୀନ ପଟ୍ଟନାୟକ ସାରା ରାଜ୍ୟର ବିକାଶ ପାଇଁ ଦିନରାତି କାମ କରୁଛନ୍ତି। ଜୁନ୍‌ ୯ରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି। ଶପଥ ନେବା ଦିନ ହିଁ ବିଦ୍ୟୁତ୍‌ ବିଲ୍‌ ଛାଡ଼ ହେବା ସହ ରାଜ୍ୟର ୯୫ ପ୍ରତିଶତ ଲୋକଙ୍କୁ ମିଳିବ ବିଏସ୍‌କେଓ୍ବାଇ କାର୍ଡ ଏବଂ ମିଶନ ଶକ୍ତି ମହିଳାଙ୍କୁ ପେନ୍‌ସନ୍‌ ମିଳିବ ବୋଲି ପାଣ୍ଡିଆନ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ପାଇଁ ସରପ୍ରାଇଜ୍‌’: ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ହେବା ପରେ ଏମିତି କହିଲେ ସୁଜିତ କୁମାର

ଭୁବନେଶ୍ୱର,୩।୩: ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କଲା ଭାଜପା। ମନମୋହନ ସାମଲ ପ୍ରଥମ ଆସନ ପାଇଁ ଏବଂ ସୁଜିତ କୁମାର ଦ୍ବିତୀୟ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି।…

ଦିଲୀପଙ୍କୁ ବାଛିବା ପଛରେ ଭାଜପାର ଭିତିରି ପ୍ଲାନ, ୪ର୍ଥ ସିଟ୍‌ରେ ବଡ଼ ଗେମ୍‌!

ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ୱାଚନ ନେଇ ବିଜେଡି ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

କୁଲାଡରେ ରାଜ୍ୟସ୍ତରୀୟ ଭଞ୍ଜଜୟନ୍ତୀ ପାଳିତ: ଏମାନଙ୍କୁ ମିଳିଲା ଭଞ୍ଜଶ୍ରୀ ଉପାଧି

ଭଞ୍ଜନଗର,୩।୩(ବାବୁଲା ପ୍ରଧାନ): କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମପୀଠ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡଠାରେ ଦୁଇଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ୩୬ ତମ ଭଞ୍ଜ ଜୟନ୍ତୀ…

ସ୍ୱାଧୀନ ଲଢିବେ ଦିଲୀପ, ଭାଜପା କରିବ ଭିତିରି ପ୍ଲାନ!

ଭୁବନେଶ୍ୱର,୩।୩: ରାଜ୍ୟସଭା ନିର୍ୱାଚନ ନେଇ ବିଜେଡି ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା କରିଛି…

ଚମକାଇଲା ଭାଜପା, ରାଜ୍ୟ ସଭା ଯିବେ…

ଭୁବନେଶ୍ୱର,୩।୩: ମନମୋହନ ସାମଲ ଓ ସୁଜିତ କୁମାର ଭାଜପା ପ୍ରାର୍ଥୀ। ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ଭାଜପା। ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା।…

ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ଅଶୋଧିତ ତେଲର ମୂଲ୍ୟ ବୃଦ୍ଧି! ଭାରତରେ ମହଙ୍ଗା ହେବ ପେଟ୍ରୋଲ ଏବଂ ଡିଜେଲ?

ନୂଆଦିଲ୍ଲୀ,୩।୩: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ଏବେ ସିଧାସଳଖ ବିଶ୍ୱ ଶକ୍ତି ବଜାର ବା ଗ୍ଲୋବାଲ ଏନର୍ଜି ମାର୍କେଟକୁ ପ୍ରଭାବିତ କରୁଛି। Strait of Hormuz ବା…

ପାକିସ୍ତାନ ଖେଳାଳିଙ୍କ ପାଇଁ ବୋଲି ଲଗାଇବେ ଭାରତୀୟ ମାଲିକ? ଦି ହଣ୍ଡ୍ରେଡ ଅକ୍ସନରେ ୧୪ ପାକିସ୍ତାନୀ ଖେଳାଳି ସାମିଲ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୩।୩: ଇଂଲଣ୍ଡର ଲୋକପ୍ରିୟ ଟି-୨୦ ଲିଗ, ଦି ହଣ୍ଡ୍ରେଡ, ଆଗାମୀ ସିଜିନ ପାଇଁ ଖେଳାଳିଙ୍କ ଲମ୍ବା ତାଲିକା ପ୍ରକାଶ ପାଇଛି। ଏଥର ନିଲାମରେ ୨୪୭ ଜଣ ଖେଳାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri