ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନ ହିଁ ହେବ ବିଜୁଳି ବିଲ୍‌ ଛାଡ଼

ସୋର,୩୦ା୫: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ଜିଲାର ସୋରକୁ ନିର୍ବାଚନୀ ପ୍ରଚାରରେ ଆସିଛନ୍ତି ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି, ବାହାନଗାର ଯୁବକ ଓ ସ୍ଥାନୀୟ ଲୋକମାନେ ମାନବିକତା ଓ ମଣିଷପଣିଆର ନୂଆ ପରିଚୟ ଦେଇଛନ୍ତି। ସୋରରେ ଜଳସେଚନର ଉନ୍ନତି ପାଇଁ  ଦୁଇ ଶହ କୋଟି ଖର୍ଚ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଗକୁ ମଧ୍ୟ ସୋରର ବିକାଶ ପାଇଁ ଯାହା ଆବଶ୍ୟକ ତାହା କରାଯିବ। ନିର୍ବାଚନ ସମୟରେ ବିରୋଧୀ ଦଳ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ୨୦୧୪ରେ ମଧ୍ୟ ପେଟ୍ରୋଲ, ଡିଜେଲ ଦର ଓ ଦରଦାମ କମାଇବାକୁ ଘୋଷଣା କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ଦର୍‌ଦାମ ନିୟନ୍ତ୍ରଣ ହୋଇପାରିନାହିଁ। ନବୀନ ପଟ୍ଟନାୟକ ସାରା ରାଜ୍ୟର ବିକାଶ ପାଇଁ ଦିନରାତି କାମ କରୁଛନ୍ତି। ଜୁନ୍‌ ୯ରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି। ଶପଥ ନେବା ଦିନ ହିଁ ବିଦ୍ୟୁତ୍‌ ବିଲ୍‌ ଛାଡ଼ ହେବା ସହ ରାଜ୍ୟର ୯୫ ପ୍ରତିଶତ ଲୋକଙ୍କୁ ମିଳିବ ବିଏସ୍‌କେଓ୍ବାଇ କାର୍ଡ ଏବଂ ମିଶନ ଶକ୍ତି ମହିଳାଙ୍କୁ ପେନ୍‌ସନ୍‌ ମିଳିବ ବୋଲି ପାଣ୍ଡିଆନ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିର ଏକ ସେପଟି ଟାଙ୍କି ଗାଡି...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri