ଅରଣ୍ୟରୁ ଶିକ୍ଷା

ଅରଣ୍ୟର ଗୁରୁତ୍ୱ ଓ ଗ୍ରହଣୀୟତା ସବୁ ଯୁଗରେ, ଶାସ୍ତ୍ରରେ ରହିଆସିଛି। ମୁଖ୍ୟତଃ ହିନ୍ଦୁ ଦର୍ଶନରେ ଅରଣ୍ୟ ଓ ସେଥିରେ ଥିବା ସ୍ଥାୟୀ ଗ୍ରାମ ବା ସମାଜ ମଧ୍ୟରେ ନିରନ୍ତର ଏକ ତୁଳନାତ୍ମକ ମୂଲ୍ୟାଙ୍କନ କରାଯାଇଛି, ଯାହାକୁ ସ୍ବୀକାର ନ କଲେ ଉକ୍ତ ଦର୍ଶନର କୌଣସି ମାନେ ରହେନାହିଁ। ଏଭଳି ମୂଲ୍ୟାଙ୍କନର ଅଧ୍ୟାୟ ସାମ ବେଦ ସମୟରୁ ଆରମ୍ଭ ହୋଇଛି। ରାମାୟଣ ଓ ମହାଭାରତ ଭଳି ମହାକାବ୍ୟ ବେଦିକ୍‌ ମୂଲ୍ୟବୋଧ ପ୍ରଚାରପ୍ରସାର କରିବା ଲାଗି ଉଦ୍ଦିଷ୍ଟ ହୋଇଥିବାରୁ ସେହି ଉଭୟ ମହାକାବ୍ୟରେ ଅରଣ୍ୟ ଏକ ମୁଖ୍ୟ ଭୂମିକା ନେବା କିଛି ଆଶ୍ଚର୍ଯ୍ୟକର ବିଷୟ ନୁହେଁ। ଅରଣ୍ୟ ହେଉଛି ଏମିତି ଏକ ସ୍ଥାନ ଯେଉଁଠିକୁ ରାଜକୁମାରମାନେ ନିର୍ବାସନରେ ଯାଇଥାଆନ୍ତି। ଏହା ହେଉଛି ସେହି ସ୍ଥାନ ଯେଉଁଠି ସେମାନେ ସନ୍ଥ, ରାକ୍ଷସ, ପ୍ରାଣୀ ଏବଂ ଅନ୍ୟ ସବୁ ପ୍ରକାର ଅଦ୍ଭୁତ ଜୀବମାନଙ୍କୁ ଆକସ୍ମିକ ଭାବେ ସାମ୍ନା କରନ୍ତି ବୋଲି ମହାଭାରତ ଅଧ୍ୟୟନରୁ ଅତ୍ୟନ୍ତ ସ୍ପଷ୍ଟ ହୋଇଛି।
ଏକଦା ପଣ୍ଡୁଙ୍କ ମୃତ୍ୟୁ ହୋଇଯିବାରୁ ତାଙ୍କ ୫ ଅନାଥ ପୁଅ ମା’କୁନ୍ତୀଙ୍କ ସହ ଏକ ଅରଣ୍ୟରେ ରହୁଥିଲେ। କୁନ୍ତୀ ସେହି ୫ ପୁଅ ବା ପାଣ୍ଡବଙ୍କ ଯନତ୍ ନେଉଥିଲେ। ଦିନେ ମା’ସେମାନଙ୍କୁ କହିଲେ, ସେମାନେ ବାସ୍ତବରେ ସମସ୍ତେ ରାଜକୁମାର। ସେମାନେ ମଧ୍ୟ ସମସ୍ତେ ଗୋଟିଏ ରାଜ ପରିବାର ସନ୍ତାନ ବୋଲି ମା’ ସେମାନଙ୍କୁ କହିଥିଲେ। ପରେ ୫ ପୁଅଙ୍କୁ ପାଳିପୋଷି ବଡ କରିବା ପାଇଁ ଚିନ୍ତା କରିଥିଲେ କୁନ୍ତୀ। ଏଣୁ ପିଲାମାନଙ୍କୁ ନେଇ ଜଙ୍ଗଲ ବାହାରକୁ ଆସି ସେମାନଙ୍କ ପୈତୃକ ଘର ହସ୍ତିନାପୁରକୁ ନେଇଗଲେ। ଧ୍ରୁତରାଷ୍ଟ୍ର ଓ ଗାନ୍ଧାରୀଙ୍କ ୧୦୦ ପୁତ୍ର ଥିଲେ ପାଣ୍ଡବଙ୍କ ସମ୍ପର୍କୀୟ ଭାଇ। ସେମାନଙ୍କୁ କୌରବ କୁହାଯାଉଥିଲା। ପାଣ୍ଡବମାନେ ଜ୍ଞାନୀଗୁଣୀ ଥିଲେ। ଏହି କାରଣରୁ ସେମାନଙ୍କୁ କୌରବମାନେ ଭଲ ପାଉ ନ ଥିଲେ, ଈର୍ଷା କରୁଥିଲେ। କୌରବମାନେ ସେମାନଙ୍କ କ୍ଷମତା ବଳରେ ପାଣ୍ଡବଙ୍କୁ ଅସୁବିଧାରେ ପକାଇବା ସହ ନିମ୍ନ ଦୃଷ୍ଟିରେ ଦେଖୁଥିଲେ। କୌରବମାନେ ପାଣ୍ଡବଙ୍କୁ ସହଜରେ ଗ୍ରହଣ କରିପାରୁ ନ ଥିଲେ ଓ ସବୁବେଳେ ସେମାନଙ୍କ ଅନିଷ୍ଟ ଚିନ୍ତା କରୁଥିଲେ। ଏପରି କି ସେମାନେ ପାଣ୍ଡବଙ୍କ ଖାଦ୍ୟରେ ବିଷ ମିଶାଇଥିଲେ ଏବଂ ଶେଷରେ ସେମାନଙ୍କ ଘରେ ନିଆଁ ଲଗାଇଦେଲେ। ଏହାଯୋଗୁ ୫ ଭାଇ ରାଜବାଟି ଛାଡ଼ି ଅରଣ୍ୟକୁ ଫେରିଯିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ଏଥର ସେମାନେ ଶରଣାର୍ଥୀ ଭାବେ ଜଙ୍ଗଲକୁ ଗଲେ। ରାଜନଅର ଛାଡ଼ି ଅରଣ୍ୟରେ ରହିବା ସମୟରେ ସେମାନଙ୍କୁ ବିଭିନ୍ନ ସ୍ଥିତିକୁ ସାମ୍ନା କରିବାକୁ ହେଲା। ପାଣ୍ଡବମାନେ ରାକ୍ଷସମାନଙ୍କ ସହ ଲଢ଼ିଲେ। ବକା, ହିଡ଼ିମ୍ବ ଏବଂ ଜଟାସୁର ଭଳି ଭୟଙ୍କର କୁରୂପୀ ତଥା ଛଦ୍ମବେଶୀ ଜୀବ(ରାକ୍ଷସ)ଙ୍କ ସହ ସେମାନଙ୍କୁ ଯୁଦ୍ଧ କରିବାକୁ ପଡ଼ିଲା। ପାଣ୍ଡବଙ୍କ ମଧ୍ୟରୁ ଜଣେ ରାକ୍ଷସ ରାଜକୁମାରୀ ହିଡ଼ିମ୍ବାକୁ ବିବାହ କରିଥିଲେ। କିନ୍ତୁ ଶେଷରେ ଧନୁ ପ୍ରତିଯୋଗିତାରେ ବିଜୟୀ ହୋଇ ୫ ଜଣ ଯାକ ଭାଇ ରାଜକୁମାରୀ ଦ୍ରୌପଦୀଙ୍କୁ ବିବାହ କଲେ। ଦ୍ରୋପଦୀଙ୍କୁ ବାହାହେବା ପରେ ୫ ଭାଇ ସେମାନଙ୍କ ପୈତୃକ ଘରକୁ ଫେରିବା ଲାଗି ସଶକ୍ତ ବୋଲି ଅନୁଭବ କଲେ। କେବଳ ଏତିକି ନୁହେଁ, ସେମାନଙ୍କ ପୈତୃକ ସମ୍ପତ୍ତିର ଭାଗ ମଧ୍ୟ ଦାବି କଲେ। କୌରବ ଶହେ ଭାଇ ବାଧ୍ୟ ହୋଇ ଖାଣ୍ଡବ ଅରଣ୍ୟ ପାଣ୍ଡବଙ୍କୁ ଫେରାଇ ଦେଲେ। ଜଙ୍ଗଲର ମାଲିକାନା ପାଇବା ପରେ ପଣ୍ଡୁପୁତ୍ରଗଣ ପୁନର୍ବାର ଜଙ୍ଗଲକୁ ଫେରିଗଲେ।
ପାଣ୍ଡବମାନେ ଖାଣ୍ଡବ ବନକୁ ପୋଡି ସେଠାରେ ଇନ୍ଦ୍ରପ୍ରସ୍ତ ସହର ନିର୍ମାଣ କଲେ। କିନ୍ତୁ ଜଙ୍ଗଲ ପୋଡ଼ି ସହର କରାଯାଇଥିବାରୁ ସେଥିରେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲେ ବହୁ ଜୀବଜନ୍ତୁ। ଦଗ୍ଧ ହୋଇଯାଇଥିବା ଏହିସବୁ ପ୍ରାଣୀ ପାଣ୍ଡବଙ୍କୁ ଅଭିଶାପ ଦେଇଥିଲେ। ପାଣ୍ଡବମାନେ ଇନ୍ଦ୍ରପ୍ରସ୍ତ ନିର୍ମାଣ କରିବାରେ ସଫଳ ହେଲେ ସତ , କିନ୍ତୁ ଦଗ୍ଧ ଜୀବଜନ୍ତୁଙ୍କ ଅଭିଶାପରେ ସେମାନେ ଅହଂକାରୀ ହୋଇଗଲେ ଏବଂ ଅତି ଆମତ୍ବିଶ୍ୱାସୀ ହୋଇଗଲେ। ସେମାନେ ଅଜ୍ଞାନ ବା ବୋକା ଭାବେ କୌରବଙ୍କ ପଶାଖେଳ ଆମନ୍ତ୍ରଣକୁ ଗ୍ରହଣ କଲେ। ଏହି ଜୁଆ ଖେଳରେ ହାରି ପାଣ୍ଡବମାନଙ୍କୁ ପୂରା ରାଜ୍ୟ ହରାଇବାକୁ ପଡ଼ିଲା। ସେମାନେ ରାଜ୍ୟରୁ ୧୩ ବର୍ଷ ଲାଗି ସେମାନଙ୍କ ଅଧିକାର ହରାଇଲେ ଓ ପୁନର୍ବାର ଅରଣ୍ୟକୁ ନିର୍ବାସିତ ଭାବେ ଫେରିବାକୁ ବାଧ୍ୟ ହେଲେ। ତେବେ ଏହି ନିର୍ବାସନ ସମୟରେ ଅରଣ୍ୟ ପାଣ୍ଡବମାନଙ୍କୁ ମାନବିକତାର ଶିକ୍ଷା ଦେଇଥିଲା ଏବଂ ସେମାନଙ୍କ ରାଜକୀୟ ଅହଂକାର ଦୂର କରିପାରିଲା। ସେମାନେ ମଧ୍ୟ ଶିକ୍ଷା ଲାଭ କଲେ ଯେ, ଏହି ପ୍ରକୃତିରେ କେହି ଜଣେ ହେଲେ ବି ନିଜକୁ ରାଜକୀୟ ଭାବେ ଦେଖିବା ଉଚିତ ନୁହେଁ। ଜଙ୍ଗଲରେ କେବଳ ଶିକାରୀମାନେ ଓ ଶିକାର ହିଁ ଅଛନ୍ତି ବୋଲି ସେମାନଙ୍କ ଜ୍ଞାନ ହେଲା। ଜଙ୍ଗଲରେ ୧୩ ବର୍ଷ ଅତିକ୍ରାନ୍ତ ହୁଅନ୍ତେ, ପାଣ୍ଡବମାନେ ସେମାନଙ୍କ ରାଜ୍ୟକୁ ପୁନର୍ବାର ଫେରାଇବାକୁ ଦାବିକଲେ। କିନ୍ତୁ କୌରବମାନେ ତାହା ଫେରାଇ ଦେବାକୁ ରୋକ୍‌ଠୋକ୍‌ ମନା କରିଦେଲେ। ଏହି କାରଣରୁ ସେମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା, ଯାହାକୁ ଆମେ ମହାଭାରତ ଯୁଦ୍ଧ ଭାବେ ଜାଣୁ। ଏହି ଯୁଦ୍ଧରେ କୌରବ ଶହେ ଭାଇଙ୍କର ମୃତ୍ୟୁ ହେଲା। ପରେ ପାଣ୍ଡବମାନେ କେବଳ ସେମାନଙ୍କ ରାଜ୍ୟ ପାଇଁ ଦାବି କଲେନି, ବରଂ ତାଙ୍କ ପିତାଙ୍କ ରାଜ୍ୟର ଭାଗ ମଧ୍ୟ ଦାବିକଲେ। ଏହା ଲାଭ କରିବା ପରେ ସେମାନେ ଚତୁରତାର ସହ ଏହାକୁ ୩୦ ବର୍ଷ ଶାସନ କଲେ। ଶେଷରେ ସେମାନେ ରାଜ୍ୟକୁ ପରପିଢ଼ିକୁ ଦେଇ ପୁନର୍ବାର ଜଙ୍ଗଲକୁ ଫେରିଆସିଲେ। ଏଥର କିନ୍ତୁ ଫେରିଲେ ତପସ୍ବୀ ଭାବେ। ଅରଣ୍ୟରେ ତପସ୍ବୀ ଜୀବନ ବିତାଇ ସେଠାରେ ଦେହ ତ୍ୟାଗ କରିବାକୁ ଚାହିଁଲେ।
ଦେହ ତ୍ୟାଗ କରିବା ପରେ ପାଣ୍ଡବମାନେ ସ୍ବର୍ଗରେ ପ୍ରବେଶ କଲେ। ସେଠାରେ ଦେବଗଣ କୌରବ ଶହେ ଭାଇଙ୍କୁ ଆଶ୍ରୟ ଦେଇଥିବା ମଧ୍ୟ ଦେଖିବାକୁ ପାଇଲେ। ଏହା ଦେଖି ପାଣ୍ଡବମାନେ ରାଗିଗଲେ। ପରେ ଦେବଗଣ ସେମାନଙ୍କୁ ମନେପକାଇ ଦେଲେ ଯେ, ପୃଥିବୀରେ କୌରବମାନେ ସେମାନଙ୍କ ରାଜ୍ୟ ଭାଗ କରିବାକୁ ମନା କରିଦେଇଥିଲେ। ଏହା ନିଶ୍ଚିତ ଯେ, ମୃତ୍ୟୁପରେ ସେମାନଙ୍କ ସହ ପାଣ୍ଡବମାନେ ପୁନର୍ଜୀବନକୁ ଭାଗ କରିବା ଲାଗି ଚାହିଁବେ ବୋଲି ସେମାନେ ହଠାତ୍‌ କହିଥିଲେ। ଅନ୍ୟଥା ଦୁହିଁଙ୍କ ମଧ୍ୟରେ କ’ଣ ବା ପ୍ରଭେଦ ଥିଲା? ସ୍ବର୍ଗ, ଅରଣ୍ୟଠୁ ଭିନ୍ନ, ଏହା ସମସ୍ତଙ୍କୁ ସମର୍ଥନ କରେ। ସ୍ବର୍ଗର ଅରଣ୍ୟ ଭଳି କେହି ପ୍ରିୟ ବି ନାହାନ୍ତି।
ଏହିପରି ଦେଖିବାକୁ ଗଲେ, ପାଣ୍ଡବମାନଙ୍କ ଜୀବନ ଅରଣ୍ୟରେ ଅନାଥ ରୂପେ ଆରମ୍ଭ ହୋଇଥିତ୍ଲା। ଶରଣାର୍ଥୀ ଭାବେ ଅରଣ୍ୟକୁ ଫେରିବା ପରେ ଅରଣ୍ୟର ମାଲିକ ହେଲେ ଓ ସେଠାରୁ ମାନବିକତା ଶିକ୍ଷା ପାଇଲେ। ରାଜ୍ୟ ଶାସନ ପରେ ଶେଷରେ ପୁଣି ତପସ୍ବୀ ରୂପରେ ଅରଣ୍ୟକୁ ଫେରିଗଲେ ଓ ଅରଣ୍ୟ କିଭଳି ସମାନ ଭାବେ ଦେଖେ ତାହା ସେମାନେ ଦେଖିଲେ। ଏସବୁକୁୁ ବିଚାର କଲେ, ମହାଭାରତ ଏକ ବେଦିକ୍‌ ସତ୍ୟକୁ ଉଦ୍‌ଘାଟନ କରିଛି ବୋଲି ଜଣା ପଡ଼େ। ଜଙ୍ଗଲରେ, ଜୋର୍‌ ଯାର ମୂଲକ ତା’ର। ସେଠି ଶକ୍ତିଶାଳୀର ଅଧିକାର। କେହି ସେଠାରେ ସାହାଯ୍ୟ ପାଆନ୍ତି ନାହିଁ। କିନ୍ତୁ ସ୍ଥାୟୀ ସମାଜଗୁଡ଼ିକରେ ଆମ ସହ ରହୁଥିବା ମଣିଷମାନଙ୍କୁ ଆମେ କେତେ ସାହାଯ୍ୟ କରୁ ତାହା ହିଁ ବାସ୍ତବତଃ ସଭ୍ୟତା ବା ସଂସ୍କୃତିର ମାପକାଠି।

 

ଦେବଦତ୍ତ ପଟ୍ଟନାୟକ
devdutt.pattanaik@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri