ୟୁଟ୍ୟୁବରୁ ଶିଖି ୫ ଏକର ଜମି କଲେ ଚାଷ: ଦୁଇମାସରେ…

ଭବାନୀପାଟଣା,୯ା୧୨(ଉତ୍ତମ କୁମାର ଦାଶ):ନେପିଆର୍‌ ଘାସ ଚାଷ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସିକେରଗୁଡା ଗାଁର ଅଜିତ ପ୍ରଧାନଙ୍କୁ ସ୍ବାବଲମ୍ବୀ କରିଛି। ଏଥିରେ ସେ ଆତ୍ମ ନିଯୁକ୍ତି ହେବା ସହ ଅନ୍ୟକୁ ରୋଜଗାର ଦେଉଛନ୍ତି। ଘାସ ଚାଷ ଯୋଗୁ ଅଜିତଙ୍କୁ ଗୋ ପାଳନର ନୂଆ ଦିଶା ମିଳିଛି। ପାରମ୍ପରିକ ଧାନ, ଆଖୁ, ମକା ଚାଷ କରୁଥିବା ଅଜିତ ଜଙ୍ଗଲି ଜନ୍ତୁ ଓ ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତି ଯୋଗୁ ୟୁଟ୍ୟୁବରୁ ଘାସ ଚାଷ ଦେଖି ଏହାକୁ ପ୍ରମୁଖ ଚାଷ ଭାବେ ଆପଣାଇଥିଲେ। ଭବାନୀପାଟଣା ସହର ସହ ଆଖପାଖ ଅଞ୍ଚଳରେ ଗୋରୁ ରଖିଥିବା ଓ କ୍ଷୀର ବେପାର କରୁଥିବା ଲୋକଙ୍କ ସମେତ ସ୍ଥାନୀୟ ଗୋଶାଳାଗୁଡ଼ିକରୁ ଲୋକେ ପ୍ରତିଦିନ ସକାଳୁ ତାଙ୍କଠାରୁ ଘାସ ନେଇଥାନ୍ତି। ସେହିପରି ଚାରା ପାଇଁ ମଧ୍ୟ ବିଭିନ୍ନ ଅଞ୍ଚଳରୁ ଲୋକେ ଆସିଥାନ୍ତି। ପରିବାର ପ୍ରତିପୋଷଣ ସାଙ୍ଗକୁ ଗାଁର ୧୦ଜଣ ଲୋକ ଦୈନିକ ନିୟୋଜିତ ହୋଇଥିବା ବେଳେ ପ୍ରତି ଦୁଇମାସରେ ଘାସ କାଟିବାରେ ପ୍ରାୟ ଶହେ ଜଣ ରୋଜଗାର ପାଇଥାନ୍ତି।
ଅଜିତ ସୁପର ଭେରାଇଟି ଘାସ ନେପିଆର ଘାସ ଚାଷ କରୁଛନ୍ତି। ନେପିଆର ଘାସ ସାଧାରଣତଃ ୯ ଡିଗ୍ରୀ ତାପମାତ୍ରାରେ ଚାଷ କରାଯାଇପାରିବ। ଏହା ଉଭୟ ଢିପ ଓ ଗହୀର କିସମ ଜମିରେ ହୋଇପାରିବ। ଏକ ଏକର ଜମିରୁ ୩ରୁ ୪ଶହ କୁଇଣ୍ଟାଲ ପର୍ଯ୍ୟନ୍ତ ଘାସ ଅମଳ ହୋଇପାରିବ। ସବୁଜ ଓ ଲାଲ ରଙ୍ଗର ନେପିଆର ଘାସ ୫ ଏକର ଜମିରେ ଲଗାଇଛନ୍ତି। ଅଜିତ କୁହନ୍ତି, ଆଖୁ ଚାଷ ଭଳି ଘାସ ଚାଷ ମଧ୍ୟ ଥରେ ଚାରା ରୋପଣ କଲେ ୭ବର୍ଷ ପର୍ଯ୍ୟନ୍ତ ରୋଜଗାର ଦେବ। ଘାସ କାଟିବା ପରେ ମେଶିନରେ ଛୋଟ ଛୋଟ କରି ଓଜନ କରି କୁଇଣ୍ଟାଲ ହିସାବରେ ଭବାନୀପାଟଣା ସହରର ଗାଈ ମାଲିକ ଓ ଗୋଶାଳା ଥିବା ବ୍ୟକ୍ତି ଆସି କିଣି ନେଇଥାନ୍ତି। ଏହାର ଯତ୍ନ ନେଲେ ପ୍ରତି ଦୁଇମାସରେ ଏକର ପ୍ରତି ୨୦-୨୫ ହଜାର ଟଙ୍କା ଆୟ ହେଉଛି। ଏହାଛଡା ବର୍ଷସାରା ଘାସ ଆଉ ଚାରା ବିକ୍ରି ହୋଇଥାଏ। ପ୍ରତି ଦୁଇ ମାସରେ ୫ ଏକର ଚାଷ ହୋଇଥିବା କାରଣରୁ ୧ଲକ୍ଷ ଟଙ୍କା ଘାସ ଚାଷରେ ରୋଜଗାର ହୋଇଥାଏ। ନେପିଆର ଘାସ ଗାଈ ଖାଇବା ଦ୍ବାରା ଭଲ ଦୁଗ୍ଧ ଦେଇଥାଏ। ସେହିଭଳି ଅଜିତ କଳା ବିରି ୧୪ ଏକର ଜମି, କଦଳୀ ୧ ଏକର, ମାଛ ଚାଷ ୧ ଏକର ସହ ଆଖୁ ଚାଷ ମଧ୍ୟ କରିଛନ୍ତି। ବର୍ଷର ସବୁ ସମୟରେ ନେପିଆର ଘାସ ଚାଷ କରାଯାଉଥିଲେ ବି ମୁଖ୍ୟତଃ ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଅଧିକ ପରିମାଣରେ ଚାଷ ହୋଇଥାଏ। ଚାଷର ୪୫ ଦିନ ପରେ ଅମଳ ଆରମ୍ଭ ହୁଏ। ପ୍ରାୟ ୮ରୁ ୧୦ ବର୍ଷ ପର୍ଯ୍ୟନ୍ତ ଏହା ଅମଳ ହୋଇଚାଲେ। ସାଧାରଣ ଘାସରୁ ୪ରୁ ୫ ପ୍ରତିଶତ ପ୍ରୋଟିନ ମିଳୁଥିବା ବେଳେ ନେପିଆର ଘାସରୁ ୧୬ରୁ ୧୮ ପ୍ରତିଶତ ପ୍ରୋଟିନ ମିଳିଥାଏ। ଏହି ଘାସ ଖାଇ ଗୋଟିଏ ଗାଈର କ୍ଷୀର ଦେବା ପରିମାଣ ୨ରୁ ୩ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ଏହି ଘାସକୁ ଉପଯୋଗ କରି ବୈଜ୍ଞାନିକ ପଦ୍ଧତିରେ ବାୟୁ ଅଏଲ, ବାୟୁ ସିଏନ୍‌ଜି ଗ୍ୟାସ୍‌ ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ସରକାର ସହାୟତା ଦେବା ସହିତ ବିକ୍ରିବଟାର ସୁବିଧା କଲେ ଚାଷୀମାନେ ଅଧିକ ଉତ୍ସାହିତ ହୁଅନ୍ତେ ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଚାଷୀଙ୍କ ଦୁଃଖ: ଅମଳ ବେଳେ କଲରା କିଆରୀ ଉଜାଡ଼ିଲେ ଦୁର୍ବୃତ୍ତ, ଜମୁର୍ଡା ଗ୍ରାମରେ ଉତ୍ତେଜନା!

ବରଗଡ଼, ୧୪/୦୩ (ପ୍ରେମାନନ୍ଦ ଖମାରୀ): ଜଣେ ଚାଷୀ ରକ୍ତକୁ ପାଣି କରି ଫସଲ ଉଜେଇଥିବା ବେଳେ, ଅମଳ ସମୟରେ ଦୁର୍ବୃତ୍ତଙ୍କ କଳା ପାହାର ଚାଷୀର ମେରୁଦଣ୍ଡ ଭାଙ୍ଗି…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri