ଖରାଦିନେ କିପରି ରହିବେ ସୁସ୍ଥ ଜାଣନ୍ତୁ…

ଋତୁରାଜ ବସନ୍ତରେ ଆଉ ନାହିଁ ସେ ଥଣ୍ଡା ଥଣ୍ଡା ସୁଲୁସୁଲିଆ ମଳୟ ପବନର ସୁନ୍ଦର ଅନୁଭବ, ଏବେ ଝାଞ୍ଜି ପବନରେ ହନ୍ତସନ୍ତ ସଭିଏଁ। ଏବେଠୁ ତାପମାତ୍ରା ବୃଦ୍ଧି ଯୋଗୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସାଜିଲାଣି ଚିନ୍ତାର କାରଣ। ଆଗକୁ ଖରାଦିନେ ଗରମ ଆହୁରି ବଢି ବଢି ଚାଲିବ। ତେଣୁ ଏମିତିରେ ଶରୀରକୁ ସୁସ୍ଥ ରଖିବା ଲାଗି ଏବେଠୁ ସଜାଗ ରହିବା ସହ ଶରୀରର ବିଶେଷ ଯତ୍ନ ନେବା ଆବଶ୍ୟକ…

ଋତୁରାଜ ବସନ୍ତରେ ନା ଥାଏ ଅଧିକ ଶୀତ ନା ଗରମ। ଚାରିଆଡ଼େ ସୁଲୁସୁଲିଆ ପବନ ସାଙ୍ଗକୁ କୋଇଲିର ସ୍ବର ଓ ଭଳିକି ଭଳି ଫୁଲର ସମ୍ଭାର। ଯେଉଁଥିପାଇଁ ବର୍ଷର ଅନ୍ୟ ଦିନଗୁଡ଼ିକ ତୁଳନାରେ ଏହି ସମୟରେ ପ୍ରକୃତି ଲାଗେ ଖୁବ୍‌ ସୁନ୍ଦର। ହେଲେ ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି, ଜଙ୍ଗଲ କ୍ଷୟ, କଳକାରଖାନା ଏବଂ ଯାନବାହନରୁ ନିର୍ଗତ ଧୂଆଁ ଇତ୍ୟାଦି ପୃଥିବୀକୁ ଏତେମାତ୍ରାରେ ଉତ୍ତପ୍ତ କରିଦେଇଛି ଯେ, ବସନ୍ତରରେ ଆଉ ସେ ଅନନ୍ଦ ନାହିଁ ବରଂ ଅସମୟରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି, ଜଳର ଅଭାବ ସହ ଶରୀରର ତାପମାତ୍ରା ବଢ଼ିବା ହେତୁ ଅଧିକାଂଶଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ବିଶେଷକରି କଲେଜ, କୋଚିଂ, ଜବ୍‌ ହେଉ ଅବା ଅନ୍ୟ କାରଣ ଲାଗି ବାହାରକୁ ଯାଉଥିବା ଯୁବପିଢ଼ିଙ୍କ ଲାଗି ପ୍ରକୃତିର ଏଭଳି ଅସ୍ବାଭାବିକ ପରିବର୍ତ୍ତନ ଅସୁବିଧା ସୃଷ୍ଟି କରୁଛି। ତେଣୁ ଏଦିନେ କିପରି ଶରୀର ପ୍ରତି ସଜାଗ ରହିବେ, ଏବଂ ଏ ଦିଗରେ ବିଶେଷ ସଜାଗ ରହିବା ଦରକାର।
ଏହି ଋତୁରେ ସାଧାରଣତଃ ପାଗ ଥଣ୍ଡା ରହିଥାଏ। ହେଲେ ବର୍ତ୍ତମାନ ଅଧିକ ଗରମ ହେବା ଯୋଗୁ ଅଧିକାଂଶ ଯୁବତୀଯୁବକ କିଛି ଥଣ୍ଡା ଖାଦ୍ୟପେୟ ଯେପରି ଥଣ୍ଡା ପାଣି, ଆଇସ୍‌କ୍ରିମ୍‌, ଚୁସ୍କିି, କୋଲ୍ଡ ଡ୍ରିଙ୍କ୍ସ ଆଦିକୁ ସର୍ବପ୍ରଥମେ ବାଛୁଛନ୍ତି। ହେଲେ ଯେହେତୁ ଏ ସମୟରେ ବାୟୁମଣ୍ଡଳର ତାପମାତ୍ରା ଅନୁଯାୟୀ ଶରୀରର ତାପମାତ୍ରା ଅଧିକ ରହୁଛି, ତେଣୁ ହଠାତ୍‌ ଏଭଳି ଥଣ୍ଡା ଖାଦ୍ୟ ଖାଇବା ଦ୍ବାରା ଶରୀରର ତାପମାତ୍ରା ଅସନ୍ତୁଳିତ ହୋଇପଡୁଛି। ଫଳରେ ଥଣ୍ଡା, କାଶ, ଥ୍ରୋଟ୍‌ ବା ଗଳା ଇନ୍‌ଫେକ୍ସନ୍‌ ଭଳି ସମସ୍ୟା ଦେଖାଦେଉଛି। ଏଦିନେ ଅସ୍ବାଭାବିକ ଖରା ବଢ଼ିବା ଯୋଗୁ ଅନେକଙ୍କ ଠାରେ ବାନ୍ତି, ମୁଣ୍ଡବିନ୍ଧା, ଝାଡା, ନିମ୍ନ ରକ୍ତଚାପ ଭଳି ସମସ୍ୟା ବି ଦେଖାଦେଇଥାଏ। ଏମିତିକି କେହି କେହି ଅଚେତ ମଧ୍ୟ ହୋଇ ପଡନ୍ତି। ଏଦିନେ ଅଧିକାଂଶ ଯୁବତୀଯୁବକଙ୍କର ପରୀକ୍ଷା ଚାଲିଥାଏ। ତେଣୁ ପାଠ ପଢିବା ଆଳରେ ଖାଦ୍ୟ ଏବଂ ବିଶେଷକରି ପ୍ରଚୁର ପରିମାଣରେ ପାଣି ପିଇବାରେ ଆଦୌ ଅବହେଳା କରନ୍ତୁ ନାହିଁ। ଏଦିନେ ପାଣି ଅଧିକ ପିଇବା ସହ ଫାଷ୍ଟଫୁଡ୍‌, ତେଲମସଲାଯୁକ୍ତ ଖାଦ୍ୟ ଏବଂ ଅନ୍ୟ ଗରିଷ୍ଠ ଖାଦ୍ୟଠାରୁ ଦୂରେଇ ରହିବା ଭଲ।
ଡିହାଇଡ୍ରେଶନ୍‌ ସମସ୍ୟା
ହୋଇପାରେ କ୍ଷତିକାରକ
ଶୀତ ପରେ ହଠାତ୍‌ ଖରାର ପ୍ରକୋପ ବଢିଯିବାରୁ ଅଧିକାଂଶଙ୍କ ଠାରେ ଝାଳ ଆକାରରେ ଶରୀରରୁ ସ୍ନେହସାର, ଖଣିଜ ଲବଣ ଓ ଜଳୀୟ ଅଂଶ କ୍ଷୟ ହୋଇ ଶରୀରରେ ଜଳ ଶୁଷ୍କତା ଦେଖାଦିଏ। ଫଳରେ ଖାଦ୍ୟ ହଜମ ହେବାରେ କଷ୍ଟ ହୁଏ, ଏସିଡିଟି ବା ଅମ୍ଳ ହେବା ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ବି ଦେଖାଦିଏ। ତେଣୁ ଏଦିନେ ଶରୀରକୁ ହାଇଡ୍ରେଟ୍‌ ରଖିବା ସହ ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନଶୀଳ ହେବା ଆବଶ୍ୟକ…
ଜଳୀୟାଂଶ କମିଗଲେ ଜଳଶୁଷ୍କତା(ଡିହାଇଡ୍ରେଶନ) ହୋଇଥାଏ ଓ ଏହା ଗୁରୁତର ହେଲେ ବ୍ରୁକକ୍‌ ଅକାମୀ(ରେନାଲ୍‌ ଫେଲ୍ୟୁୟର) ହୋଇ ମୃତ୍ୟୁ ହେବାର ଆଶଙ୍କା ଥାଏ।
ଉତ୍ତାପ ବୃଦ୍ଧି ପାଇଲେ ଅର୍ଥାତ୍‌ ମାତ୍ର ୪୦ଡିଗ୍ରୀ ସେଲ୍‌ସିୟସ୍‌ରୁ ଉର୍ଦ୍ଧ୍ୱ ହେଲେ ଶରୀର ସହ୍ୟ କରିପାରେନାହିଁ ଏବଂ ଅଂଶୁଘାତ ହୋଇଥାଏ।
କମିବା ସହିତ ଗୁରୁତ୍ୱପୂର୍ଣ୍ଣ ଲବଣ ସୋଡିୟମ ଓ ପଟାସିୟମ କମିବା ସହିତ ବାଇକାବ୍ରୋନେଟ୍‌, କ୍ୟାଲ୍‌ସିୟମ ଇତ୍ୟାଦି ମଧ୍ୟ କମିଥାଏ। ସୋଡିୟମ କମିଲେ ଜୀବକୋଷଗୁଡିକ କାର୍ଯ୍ୟକ୍ଷମତା ହରାଇଥାନ୍ତି। ମଣିଷ ବାଉଳିଲା ଭଳି ହେବା ସହିତ ଅଚେତ ହୋଇଯାଏ, ପଟାସିୟମ କମିଲେ ହୃଦ୍‌ଯନ୍ତ୍ର କାର୍ଯ୍ୟ କରିପାରେ ନାହିଁ।
ମୃଦୁ ଥଣ୍ଡାପାନୀୟ, ବିୟର, କାର୍ବୋନେଟେଡ୍‌ ଜଳ ଅପେକ୍ଷା ସାଧା ପରିସ୍କାର ପାଣି ଅଧିକ ଉପଯୋଗୀ। ଫଳରସ, ତୋରାଣୀ, ଦହି ପାଣି ବା ଚହ୍ଲା, ପଖାଳ, ତରଭୁଜ ଇତ୍ୟାଦି ସହିତ ଓଆର୍‌ଏସ୍‌ ଦ୍ରବଣ ସବୁଠାରୁ ଉପକାରୀ। ଓଆର୍‌ଏସ୍‌ ଦ୍ରବଣ ସାଲାଇନ୍‌ ପରି କାମ କରିଥାଏ। ଏହା ସଠିକମାତ୍ରାରେ ର୍ଥାତ୍‌ ଏକ ଲିଟର ପରିସ୍କାର ପାଣିରେ ଏକ ପ୍ୟାକେଟ୍‌ ଗୋଳାଇ ପିଇବା ଉଚିତ୍‌।
ପାଣି ପିଇବାରେ ତୃପ୍ତି ଆଣୁ ଥିଲେ ହେଁ ଏହା କୋଷମାନଙ୍କୁ ସଂକୁଚିତ କରିଥାଏ। ପାକସ୍ଥଳୀ ଓ ଅନ୍ୟାନ୍ୟ ରସକ୍ଷରଣ କମାଇଥାଏ, ହୃଦ୍‌ସ୍ପନ୍ଦନ କମାଇଥାଏ। ମାତ୍ର ଥଣ୍ଡା ପାଣିରେ ମୁହଁ, ମୁଣ୍ଡ, ହାତ, ଗୋଡ ଓ ଶରୀର ଧୋଇଲେ ବାହ୍ୟ ଉତ୍ତାପ କମିଥାଏ। ଗରମ କିମ୍ବା ଥଣ୍ଡା ତରଳ ପଦାର୍ଥ ପାକସ୍ଥଳୀ ମଧ୍ୟକୁ ଗଲେ ତାହାର ତାପମାତ୍ରା ଶରୀରର ସାମାନ୍ୟ ତାପମାତ୍ରାକୁ ଆସିଥାଏ।
ଖରାଦିନେ ସଦାସର୍ବଦା କେବଳ ପାଣି ନ ପିଇ, ଓଆର୍‌ଏସ୍‌ ଦ୍ରବଣଯୁକ୍ତ ପାଣି, ତୋରାଣୀ, ଘୋଳଦହି, ତରଭୁଜ, କାକୁଡି, ଲେମ୍ବୁପାଣି ଇତ୍ୟାଦି ପଇବା ସ୍ବାସ୍ଥ୍ୟପ୍ରତି ଲାଭଦାୟକ।

– ଡା. ରାମଚନ୍ଦ୍ର ରାଉତ
ବରିଷ୍ଠ ଚିକିତ୍ସକ


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri