ଖରାଦିନେ କିପରି ରହିବେ ସୁସ୍ଥ ଜାଣନ୍ତୁ…

ଋତୁରାଜ ବସନ୍ତରେ ଆଉ ନାହିଁ ସେ ଥଣ୍ଡା ଥଣ୍ଡା ସୁଲୁସୁଲିଆ ମଳୟ ପବନର ସୁନ୍ଦର ଅନୁଭବ, ଏବେ ଝାଞ୍ଜି ପବନରେ ହନ୍ତସନ୍ତ ସଭିଏଁ। ଏବେଠୁ ତାପମାତ୍ରା ବୃଦ୍ଧି ଯୋଗୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସାଜିଲାଣି ଚିନ୍ତାର କାରଣ। ଆଗକୁ ଖରାଦିନେ ଗରମ ଆହୁରି ବଢି ବଢି ଚାଲିବ। ତେଣୁ ଏମିତିରେ ଶରୀରକୁ ସୁସ୍ଥ ରଖିବା ଲାଗି ଏବେଠୁ ସଜାଗ ରହିବା ସହ ଶରୀରର ବିଶେଷ ଯତ୍ନ ନେବା ଆବଶ୍ୟକ…

ଋତୁରାଜ ବସନ୍ତରେ ନା ଥାଏ ଅଧିକ ଶୀତ ନା ଗରମ। ଚାରିଆଡ଼େ ସୁଲୁସୁଲିଆ ପବନ ସାଙ୍ଗକୁ କୋଇଲିର ସ୍ବର ଓ ଭଳିକି ଭଳି ଫୁଲର ସମ୍ଭାର। ଯେଉଁଥିପାଇଁ ବର୍ଷର ଅନ୍ୟ ଦିନଗୁଡ଼ିକ ତୁଳନାରେ ଏହି ସମୟରେ ପ୍ରକୃତି ଲାଗେ ଖୁବ୍‌ ସୁନ୍ଦର। ହେଲେ ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି, ଜଙ୍ଗଲ କ୍ଷୟ, କଳକାରଖାନା ଏବଂ ଯାନବାହନରୁ ନିର୍ଗତ ଧୂଆଁ ଇତ୍ୟାଦି ପୃଥିବୀକୁ ଏତେମାତ୍ରାରେ ଉତ୍ତପ୍ତ କରିଦେଇଛି ଯେ, ବସନ୍ତରରେ ଆଉ ସେ ଅନନ୍ଦ ନାହିଁ ବରଂ ଅସମୟରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି, ଜଳର ଅଭାବ ସହ ଶରୀରର ତାପମାତ୍ରା ବଢ଼ିବା ହେତୁ ଅଧିକାଂଶଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ବିଶେଷକରି କଲେଜ, କୋଚିଂ, ଜବ୍‌ ହେଉ ଅବା ଅନ୍ୟ କାରଣ ଲାଗି ବାହାରକୁ ଯାଉଥିବା ଯୁବପିଢ଼ିଙ୍କ ଲାଗି ପ୍ରକୃତିର ଏଭଳି ଅସ୍ବାଭାବିକ ପରିବର୍ତ୍ତନ ଅସୁବିଧା ସୃଷ୍ଟି କରୁଛି। ତେଣୁ ଏଦିନେ କିପରି ଶରୀର ପ୍ରତି ସଜାଗ ରହିବେ, ଏବଂ ଏ ଦିଗରେ ବିଶେଷ ସଜାଗ ରହିବା ଦରକାର।
ଏହି ଋତୁରେ ସାଧାରଣତଃ ପାଗ ଥଣ୍ଡା ରହିଥାଏ। ହେଲେ ବର୍ତ୍ତମାନ ଅଧିକ ଗରମ ହେବା ଯୋଗୁ ଅଧିକାଂଶ ଯୁବତୀଯୁବକ କିଛି ଥଣ୍ଡା ଖାଦ୍ୟପେୟ ଯେପରି ଥଣ୍ଡା ପାଣି, ଆଇସ୍‌କ୍ରିମ୍‌, ଚୁସ୍କିି, କୋଲ୍ଡ ଡ୍ରିଙ୍କ୍ସ ଆଦିକୁ ସର୍ବପ୍ରଥମେ ବାଛୁଛନ୍ତି। ହେଲେ ଯେହେତୁ ଏ ସମୟରେ ବାୟୁମଣ୍ଡଳର ତାପମାତ୍ରା ଅନୁଯାୟୀ ଶରୀରର ତାପମାତ୍ରା ଅଧିକ ରହୁଛି, ତେଣୁ ହଠାତ୍‌ ଏଭଳି ଥଣ୍ଡା ଖାଦ୍ୟ ଖାଇବା ଦ୍ବାରା ଶରୀରର ତାପମାତ୍ରା ଅସନ୍ତୁଳିତ ହୋଇପଡୁଛି। ଫଳରେ ଥଣ୍ଡା, କାଶ, ଥ୍ରୋଟ୍‌ ବା ଗଳା ଇନ୍‌ଫେକ୍ସନ୍‌ ଭଳି ସମସ୍ୟା ଦେଖାଦେଉଛି। ଏଦିନେ ଅସ୍ବାଭାବିକ ଖରା ବଢ଼ିବା ଯୋଗୁ ଅନେକଙ୍କ ଠାରେ ବାନ୍ତି, ମୁଣ୍ଡବିନ୍ଧା, ଝାଡା, ନିମ୍ନ ରକ୍ତଚାପ ଭଳି ସମସ୍ୟା ବି ଦେଖାଦେଇଥାଏ। ଏମିତିକି କେହି କେହି ଅଚେତ ମଧ୍ୟ ହୋଇ ପଡନ୍ତି। ଏଦିନେ ଅଧିକାଂଶ ଯୁବତୀଯୁବକଙ୍କର ପରୀକ୍ଷା ଚାଲିଥାଏ। ତେଣୁ ପାଠ ପଢିବା ଆଳରେ ଖାଦ୍ୟ ଏବଂ ବିଶେଷକରି ପ୍ରଚୁର ପରିମାଣରେ ପାଣି ପିଇବାରେ ଆଦୌ ଅବହେଳା କରନ୍ତୁ ନାହିଁ। ଏଦିନେ ପାଣି ଅଧିକ ପିଇବା ସହ ଫାଷ୍ଟଫୁଡ୍‌, ତେଲମସଲାଯୁକ୍ତ ଖାଦ୍ୟ ଏବଂ ଅନ୍ୟ ଗରିଷ୍ଠ ଖାଦ୍ୟଠାରୁ ଦୂରେଇ ରହିବା ଭଲ।
ଡିହାଇଡ୍ରେଶନ୍‌ ସମସ୍ୟା
ହୋଇପାରେ କ୍ଷତିକାରକ
ଶୀତ ପରେ ହଠାତ୍‌ ଖରାର ପ୍ରକୋପ ବଢିଯିବାରୁ ଅଧିକାଂଶଙ୍କ ଠାରେ ଝାଳ ଆକାରରେ ଶରୀରରୁ ସ୍ନେହସାର, ଖଣିଜ ଲବଣ ଓ ଜଳୀୟ ଅଂଶ କ୍ଷୟ ହୋଇ ଶରୀରରେ ଜଳ ଶୁଷ୍କତା ଦେଖାଦିଏ। ଫଳରେ ଖାଦ୍ୟ ହଜମ ହେବାରେ କଷ୍ଟ ହୁଏ, ଏସିଡିଟି ବା ଅମ୍ଳ ହେବା ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ବି ଦେଖାଦିଏ। ତେଣୁ ଏଦିନେ ଶରୀରକୁ ହାଇଡ୍ରେଟ୍‌ ରଖିବା ସହ ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନଶୀଳ ହେବା ଆବଶ୍ୟକ…
ଜଳୀୟାଂଶ କମିଗଲେ ଜଳଶୁଷ୍କତା(ଡିହାଇଡ୍ରେଶନ) ହୋଇଥାଏ ଓ ଏହା ଗୁରୁତର ହେଲେ ବ୍ରୁକକ୍‌ ଅକାମୀ(ରେନାଲ୍‌ ଫେଲ୍ୟୁୟର) ହୋଇ ମୃତ୍ୟୁ ହେବାର ଆଶଙ୍କା ଥାଏ।
ଉତ୍ତାପ ବୃଦ୍ଧି ପାଇଲେ ଅର୍ଥାତ୍‌ ମାତ୍ର ୪୦ଡିଗ୍ରୀ ସେଲ୍‌ସିୟସ୍‌ରୁ ଉର୍ଦ୍ଧ୍ୱ ହେଲେ ଶରୀର ସହ୍ୟ କରିପାରେନାହିଁ ଏବଂ ଅଂଶୁଘାତ ହୋଇଥାଏ।
କମିବା ସହିତ ଗୁରୁତ୍ୱପୂର୍ଣ୍ଣ ଲବଣ ସୋଡିୟମ ଓ ପଟାସିୟମ କମିବା ସହିତ ବାଇକାବ୍ରୋନେଟ୍‌, କ୍ୟାଲ୍‌ସିୟମ ଇତ୍ୟାଦି ମଧ୍ୟ କମିଥାଏ। ସୋଡିୟମ କମିଲେ ଜୀବକୋଷଗୁଡିକ କାର୍ଯ୍ୟକ୍ଷମତା ହରାଇଥାନ୍ତି। ମଣିଷ ବାଉଳିଲା ଭଳି ହେବା ସହିତ ଅଚେତ ହୋଇଯାଏ, ପଟାସିୟମ କମିଲେ ହୃଦ୍‌ଯନ୍ତ୍ର କାର୍ଯ୍ୟ କରିପାରେ ନାହିଁ।
ମୃଦୁ ଥଣ୍ଡାପାନୀୟ, ବିୟର, କାର୍ବୋନେଟେଡ୍‌ ଜଳ ଅପେକ୍ଷା ସାଧା ପରିସ୍କାର ପାଣି ଅଧିକ ଉପଯୋଗୀ। ଫଳରସ, ତୋରାଣୀ, ଦହି ପାଣି ବା ଚହ୍ଲା, ପଖାଳ, ତରଭୁଜ ଇତ୍ୟାଦି ସହିତ ଓଆର୍‌ଏସ୍‌ ଦ୍ରବଣ ସବୁଠାରୁ ଉପକାରୀ। ଓଆର୍‌ଏସ୍‌ ଦ୍ରବଣ ସାଲାଇନ୍‌ ପରି କାମ କରିଥାଏ। ଏହା ସଠିକମାତ୍ରାରେ ର୍ଥାତ୍‌ ଏକ ଲିଟର ପରିସ୍କାର ପାଣିରେ ଏକ ପ୍ୟାକେଟ୍‌ ଗୋଳାଇ ପିଇବା ଉଚିତ୍‌।
ପାଣି ପିଇବାରେ ତୃପ୍ତି ଆଣୁ ଥିଲେ ହେଁ ଏହା କୋଷମାନଙ୍କୁ ସଂକୁଚିତ କରିଥାଏ। ପାକସ୍ଥଳୀ ଓ ଅନ୍ୟାନ୍ୟ ରସକ୍ଷରଣ କମାଇଥାଏ, ହୃଦ୍‌ସ୍ପନ୍ଦନ କମାଇଥାଏ। ମାତ୍ର ଥଣ୍ଡା ପାଣିରେ ମୁହଁ, ମୁଣ୍ଡ, ହାତ, ଗୋଡ ଓ ଶରୀର ଧୋଇଲେ ବାହ୍ୟ ଉତ୍ତାପ କମିଥାଏ। ଗରମ କିମ୍ବା ଥଣ୍ଡା ତରଳ ପଦାର୍ଥ ପାକସ୍ଥଳୀ ମଧ୍ୟକୁ ଗଲେ ତାହାର ତାପମାତ୍ରା ଶରୀରର ସାମାନ୍ୟ ତାପମାତ୍ରାକୁ ଆସିଥାଏ।
ଖରାଦିନେ ସଦାସର୍ବଦା କେବଳ ପାଣି ନ ପିଇ, ଓଆର୍‌ଏସ୍‌ ଦ୍ରବଣଯୁକ୍ତ ପାଣି, ତୋରାଣୀ, ଘୋଳଦହି, ତରଭୁଜ, କାକୁଡି, ଲେମ୍ବୁପାଣି ଇତ୍ୟାଦି ପଇବା ସ୍ବାସ୍ଥ୍ୟପ୍ରତି ଲାଭଦାୟକ।

– ଡା. ରାମଚନ୍ଦ୍ର ରାଉତ
ବରିଷ୍ଠ ଚିକିତ୍ସକ


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

ମସ୍କଙ୍କ ବଡ଼ ବିଜୟ! ୭ ବର୍ଷର ଲଢ଼େଇ ଶେଷ, କୋର୍ଟ ଫେରାଇଲେ…..

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସାତ ବର୍ଷର ଆଇନଗତ ଲଢ଼େଇ ପରେ, ଡେଲାୱେର୍...

ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…

ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...

ନୋଟ୍‌ ଛାପା କାରଖାନାରେ କିପରି ପାଇବେ ଚାକିରି, ଜାଣନ୍ତୁ କେତେ ମିଳିବ ଦରମା, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୨୦ା୧୨: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ନୋଟ୍‌ ଛାପା କାରଖାନାରେ କାମ କରିବାର ସ୍ବପ୍ନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମଧ୍ୟ...

୨୦୨୬ରେ ଏହି ୫ଟି ଚାକିରିର ବଢିଯିବ ଡିମାଣ୍ଡ, ମିଳିବ ମୋଟା ଅଙ୍କର ଦରମା!

ନୂଆଦିଲ୍ଲୀ,୨୦।୧୨: ଯଦି ଆପଣ ଆଗାମୀ ବର୍ଷରେ ଆପଣଙ୍କ କ୍ୟାରିଅରକୁ ନୂତନ ଶିଖରରେ ପହଞ୍ଚାଇବାକୁ ଚାହାଁନ୍ତି, ତେବେ 2026 ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଦେବ।...

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri