ଭାରତ ବନ୍ଦରେ ଆଗୁଆ ଶୋଭାଯାତ୍ରା

ଭୋଗରାଇ, ୮।୧୨(ଡି.ଏନ୍‌.ଏ): ତିନୋଟି କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ପକ୍ଷରୁ ଡାକରା ଦିଆଯାଇଥିବା ପାଞ୍ଚ ଘଣ୍ଟିଆ ଭାରତ ବନ୍ଦକୁ ସମର୍ଥନକରି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଥାନାଛକ ଠାରେ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ )ର କୃଷକ ଓ ଛାତ୍ର ସଂଗଠନ ପକ୍ଷରୁ ଆଗୁଆ ଶୋଭାଯାତ୍ରା କରାଯାଉଛି । ଆନ୍ଦୋଳନକାରୀ ମାନେ କେନ୍ଦ୍ରସରକାରଙ୍କ କୃଷିଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି ସହ ସରକାର ବିରୋଧୀ ସ୍ଲୋଗାନ ଦେଇ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପିକେଟିଂ କରୁଛନ୍ତି।