ପ୍ରଭାବ ବିସ୍ତାର ପାଇଁ ନେତାଙ୍କ ପ୍ରତିଯୋଗିତା

ଯୋଡ଼ା,୧୪ା୨(ଡି.ଏନ.ଏ.): ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲା ଯୋଡ଼ା ବ୍ଲକରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର ଧରିଛି। ଭୋଟରମାନେ ପ୍ରାର୍ଥୀଙ୍କ ଦକ୍ଷତାକୁ ପରଖୁଛନ୍ତି। ଖଣି ଅଞ୍ଚଳ ହୋଇଥିବାରୁ ଅଞ୍ଚଳର ବିକାଶ ଓ ଖଣିରେ ନିଯୁକ୍ତି ସମସ୍ୟା ସମ୍ପର୍କରେ କେଉଁ ପ୍ରାର୍ଥୀ ସ୍ବର ଉଠାଇବାରେ ସମର୍ଥ ହେବେ ତାହାଙ୍କ ଉପରେ ଭୋଟରଙ୍କର ନଜର ରହିଛି। ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କ ଅତୀତର କାର୍ଯ୍ୟ ଦକ୍ଷତାକୁ ମଧ୍ୟ ଭୋଟର ତଉଲୁଛନ୍ତି। ଏହି ବ୍ଲକ ଅଧୀନ ୩ଟି ଜିଲା ପରିଷଦ ଜୋନ୍‌ରେ ୧୯ ଗ୍ରାମ ପଞ୍ଚାୟତ ରହିଛି। କୃଷି ଅପେକ୍ଷା ଖଣି ଉପରେ ଏଠାକାର ଲୋକେ ଅଧିକ ନିର୍ଭରଶୀଳ। ୨୦୨୦ରେ ଖଣି ନିଲାମ ପ୍ରକ୍ରିୟା ଆରମ୍ଭ ହେବା ପରେ ନୂତନ ଭାବେ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଅଞ୍ଚଳର ବିଭିନ୍ନ ଖଣିକୁ ହାତେଇଛନ୍ତି। ଆଗାମୀ ଏକବର୍ଷ ମଧ୍ୟରେ ଯୋଡ଼ା ବ୍ଲକରେ ଥିବା ବହୁ ଖଣିରେ ଗ୍ରାମସଭା ଓ ଜନଶୁଣାଣି ଅନୁଷ୍ଠିତ ହେବ। ତେବେ ଖଣି ଚଳାଇବା ପାଇଁ ରାଜନୈତିକ ସମର୍ଥନର ଆବଶ୍ୟକତା ରହୁଥିବାରୁ ପ୍ରଭାବ ବିସ୍ତାର କରିବା ପାଇଁ ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ। ଯାହାର ପ୍ରଭାବ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳୁଛି ା
ଚଳିତ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ବିଜେଡି ଏହି ବ୍ଲକର ୨୬,୨୭ ଓ ୨୮ନଂ. ଜୋନରେ ଜିଲା ପରିଷଦ ପ୍ରାର୍ଥୀ ଦେଇଥିବା ବେଳେ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ଭାବେ ୧୯ଟି ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେଡି ସରକାରଙ୍କ ୨୨ ବର୍ଷ ଶାସନ କାଳରେ ଓଡ଼ିଶାର ପ୍ରଗତି ଏବଂ ସରକାରଙ୍କର ବିଭିନ୍ନ ଯୋଜନାରେ ଖଣି ଅଞ୍ଚଳର ଉନ୍ନତିକୁ ନେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ନିର୍ବାଚନ ପ୍ରଚାରରେ ବିଜେଡିର ଷ୍ଟାର ପ୍ରଚାରକ ସାଜିଛନ୍ତି। କେବଳ ଯୋଡ଼ା ବ୍ଲକ ନୁହଁ ସମଗ୍ର ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି। ସେହିପରି ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଓ ଜିଲା ବିଜେଡି ଉପସଭାପତି କୁଶ ଆପଟ୍ଟ ମଧ୍ୟ ବିଜେଡି ସପକ୍ଷରେ ମଇଦାନକୁ ଓହ୍ଲାଇଛନ୍ତି। ଏହି ହେଭିୱେଟ ନେତାମାନଙ୍କୁ ମୁକାବିଲା କରିବା ପାଇଁ ବିରୋଧୀ ଭାଜପା,କଂଗ୍ରେସ,ଜେଏମ୍‌ଏମ୍‌,ବାମଦଳ ଅପ୍ରସ୍ତୁତ ହୋଇ ପଡ଼ିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଭାଜପା ମଧ୍ୟ ୩ଟି ଜୋନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ଗୋଟିଏ ଜୋନରେ ପ୍ରାର୍ଥୀ ଦେବାରେ ସମର୍ଥ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

ହାତୀ ପାଇଁ ଅଟକିଲା ମାଲବାହୀ ଟ୍ରେନ୍‌: ଲୋକୋପାଇଲଟ….

କେନ୍ଦୁଝର/ଯୋଡ଼ା,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ/ମାନସ ମହାନ୍ତି):କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ବାମେବାରି ନିକଟ ନମିରା ଗ୍ରାମ ନିକଟ ବନ୍ଧୁଆବେଡ଼ାରେ ଗୁରୁବାର ସକାଳ ସମୟରେ ହାତୀ ପାଇଁ…

କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ଜୋରଦାର

କେନ୍ଦୁଝର,୧୩।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲା ଗ୍ରସ୍ତରେ ଆସିବେ। ସଦର ବ୍ଲକ ବଳଭଦ୍ରପୁର ଗ୍ରାମରେ ଆୟୋଜିତ ହେବାକୁ ଥିବା…

କେନ୍ଦୁଝରରେ ଧର୍ମଘଟ: ଏଆଇଟିୟୁସି କର୍ମୀ ବାଇକ୍‌ରେ ବୁଲି ବୁଲି ଦୋକାନ ବଜାର ବନ୍ଦ ପାଇଁ କଲେ ଅନୁରୋଧ

କେନ୍ଦୁଝର,୧୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଫେବୃଆରୀ ୧୨ ତାରିଖ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଡାକରାରେ କେନ୍ଦୁଝର ଜିଲାର ସଦର ମହକୁମା ସମେତ ଖଣି ଅଞ୍ଚଳ ଯୋଡ଼ା, ବଡ଼ବିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri