ସନ୍ଦେହରେ ନେତାଙ୍କ ନୀରବତା

ତାଳଚେର,୨୫ା୩ (ନି.ପ୍ର.)  ପୁରୁଣା ପ୍ଲାଣ୍ଟ ହେଲେ ମଧ୍ୟ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌) ଲାଭରେ ଚାଲୁଥିଲା। ଶତ ପ୍ରତିଶତ ବିଦ୍ୟୁତ୍‌ ଉତ୍ପାଦନ କରି ବିଭିନ୍ନ ସମୟରେ ରେକର୍ଡ କରୁଥିଲା। ଟିଟିପିଏସ୍‌ ସଫଳତାର ଶ୍ରେୟ ଏନ୍‌ଟିପିସି ନେବା ସହ ଏଥିପାଇଁ ଏକାଧିକ ପୁରସ୍କାର ହାତେଇଥିଲା। କିନ୍ତୁ ପ୍ଲାଣ୍ଟର ପୁରୁଣା ୟୁନିଟ୍‌ଗୁଡ଼ିକ ସ୍ଥାନରେ ଷ୍ଟେଜ-୩ର ୧୩୨୦ ମେଗାୱାଟ୍‌ ବିଶିଷ୍ଟ ୨ (୬୬୦x୨) ଗୋଟି ନୂତନ ୟୁନିଟ୍‌ ସ୍ଥାପନ ଦିଗରେ ସମୟ ଥାଉ ଥାଉ ପଦକ୍ଷେପ ନିଆଗଲା ନାହିଁ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରିବେଶଗତ ନିର୍ଦ୍ଦେଶକୁ ମଧ୍ୟ ପାଳନ କରାଗଲା ନାହିଁ। ବହୁ ସଂଖ୍ୟକ ଶ୍ରମିକଙ୍କ ପେଟ ପାଟଣା କଥା ଚିନ୍ତା ନ କରି ଗତ ୨୨ ତାରିଖ ରାତିରୁ ହଠାତ୍‌ ପ୍ଲାଣ୍ଟର ସମସ୍ତ ୟୁନିଟ୍‌କୁ ବନ୍ଦ କରିଦିଆଗଲା। ଏଥିରୁ ଟିଟିପିଏସ୍‌ରେ ତାଲା ପକାଇବା ଯେ ଏନ୍‌ଟିପିସିର ଏକମାତ୍ର ଲକ୍ଷ୍ୟ ଥିଲା ତାହା ବେଶ୍‌ ବାରିହୋଇପଡ଼ୁଥିବା ଶ୍ରମିକ ମହଲରେ ଆଲୋଚନା ହେଉଛି। ୨ ଦିନ ହେଲା ପ୍ଲାଣ୍ଟ ବନ୍ଦ ରହିଥିବାରୁ ସହସ୍ରାଧିକ ଶ୍ରମିକଙ୍କ ପରିବାରରେ ଭାଳେଣି ପଡ଼ିଯାଇଛି। ହେଲେ ଏ ନେଇ ରାଜନେତାଙ୍କ ନୀରବତା ଶ୍ରମିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି।
ଶ୍ରମିକମାନଙ୍କ କହିବା ଅନୁଯାୟୀ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ ପାଳନ କରି ନ ଥିବାରୁ ମାର୍ଚ୍ଚ ୩୧ ପରେ ଟିଟିପିଏସ୍‌ ବନ୍ଦ ହେବ ବୋଲି ବହୁ ପୂର୍ବରୁ ଚର୍ଚ୍ଚା ହେଉଥିଲା। ଏନ୍‌ଟିପିସି କର୍ତ୍ତୃପକ୍ଷ ଏ ନେଇ ମୁହଁ ଖୋଲୁ ନ ଥିଲେ ମଧ୍ୟ ଭିତିରିଆ ଟିଟିପିଏସ୍‌ ବନ୍ଦ ଯୋଜନା କେବେଠାରୁ ପଦାରେ ପଡ଼ିଯାଇଥିଲା। ଠିକାଦାରଙ୍କଠାରୁ କାମ ବନ୍ଦ ନୋଟିସ ପାଇଥିବା ବହୁ ସଂଖ୍ୟକ ଶ୍ରମିକ ପ୍ରତିବାଦରେ ପ୍ଲାଣ୍ଟ ସମ୍ମୁଖରେ ଗଣଧାରଣ ଦେବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଥିଲା। ଶାସକ ବିଜେଡି ଦଳର ବହୁ ନେତାଙ୍କଠାରୁ ଆରମ୍ଭ କରି ଭାଜପା ଓ କଂଗ୍ରେସ ଦଳର ଏକାଧିକ ନେତା ସମର୍ଥନ, ସହାନୁଭୂତି ଜଣାଇବାକୁ ଧାଇଁ ଆସୁଥିଲେ। ଟିଟିପିଏସ୍‌ ବନ୍ଦ ହେଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଉଥିଲେ। ତାଳଚେର ଅର୍ଥନୀତି ବାଧାପ୍ରାପ୍ତ ହେବାକୁ ଦିଆଯିବ ନାହିଁ କି ଶ୍ରମିକଙ୍କ ସହ ଅନ୍ୟାୟ ସହ୍ୟ କରାଯିବ ନାହିଁ ବୋଲି କହୁଥିଲେ। କିନ୍ତୁ ୨ ଦିନ ହେଲା ପ୍ଲାଣ୍ଟରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ରହିଛି। ଶ୍ରମିକମାନେ କାମ ନ ପାଇ ବସି ବସି ଫେରୁଛନ୍ତି। ତଥାପି ସମ୍ପୃକ୍ତ ରାଜନେତାମାନଙ୍କ ଦେଖାଦର୍ଶନ ମିଳୁନାହିଁ। ଏପରି କି ପ୍ରତିବାଦର ସ୍ବର ମଧ୍ୟ ଶୁଭୁ ନାହିଁ। ସେମାନଙ୍କ ଏହି ନୀରବତା ପଛରେ କି ରହସ୍ୟ ରହିଛି ବୋଲି ଶ୍ରମିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବୁଢ଼ା ବୟସରେ ତଡ଼ି ଦେଲେ
ଲାଭ କରୁଥିବା ପ୍ଲାଣ୍ଟ ବନ୍ଦ ହେବ ବୋଲି ଯାହା ଶୁଶୁଥିଲୁ, ତାହାକୁ ବିଶ୍ୱାସ କରୁ ନ ଥିଲୁ। କିନ୍ତୁ ଦୁଇଦିନ ହେଲା ଭିତରକୁ ପ୍ରବେଶ କରିପାରୁନୁ। ଏନ୍‌ଟିପିସି କର୍ତ୍ତୃପକ୍ଷ କାହିଁକି ପ୍ଲାଣ୍ଟ ବନ୍ଦ କଲେ ଓ ବୁଢ଼ା ବୟସରେ ଆମକୁ ତଡ଼ି ଦେଲେ ତାହା ବୁଝିପାରୁନୁ।
-ଦୁଃଶାସନ ଦାସ, ଟିଟିପିଏସ୍‌ ଶ୍ରମିକ

ଶ୍ରମିକଙ୍କୁ ମାରିବାକୁ ପ୍ରୟାସ
ଫେଜ-୩ ୟୁନିଟ୍‌ ସ୍ଥାପନ ପାଇଁ ୨୦୨୦ରୁ ରାଜ୍ୟ ସରକାର ଏଚ୍‌ଏଲ୍‌ସି ମଞ୍ଜୁରୀ ଦେଇସାରିଲେଣି। କିନ୍ତୁ ଏନ୍‌ଟିପିସି କର୍ତ୍ତୃପକ୍ଷ ଟିଟିପିଏସ୍‌ର ନବୀକରଣ ନେଇ ପଦକ୍ଷେପ ନେଲେ ନାହିଁ। ଏବେ ପ୍ଲାଣ୍ଟ ବନ୍ଦ କରି ଶ୍ରମିକମାନଙ୍କୁ ମାରିବାକୁ ପ୍ରୟାସ କରାଯାଉଛି।
-ପ୍ରଦିପ କୁମାର ରଥ, ଟିଟିପିଏସ୍‌ ଶ୍ରମିକ

ଏନ୍‌ଟିପିସି ମନମୁଖି କାମ କରୁଛି
ଏନ୍‌ଟିପିସି ମନମୁଖି ଶାସନ ଚଲାଇଛି। ନୋଟିସ୍‌ ନ ଦେଇ ଜବରଦସ୍ତି ୨ ଦିନ ହେଲା ଉତ୍ପାଦନ ବନ୍ଦ କରିଛି। ଅଫିସରମାନଙ୍କୁ ବଦଳି କରାଯିବା ସହ ଶ୍ରମିକମାନଙ୍କୁ ପ୍ଲାଣ୍ଟରେ କାମ କରିବାକୁ ଦିଆଯାଉ ନାହିଁ। ଫଳରେ ଦୁଇଦିନ ହେଲା ବସି ବସି ଫେରୁଛୁ।
-ବାବୁଲା ସାମଲ, ଟିଟିପିଏସ୍‌ ଶ୍ରମିକ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା
ଟିଟିପିଏସ୍‌ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କୁ ଚିଠି ଲେଖି ସାରିଲେଣି। ଏହା ଉପରେ କୌଣସି ମତାମତ ଦେବା ଆଉ ଠିକ୍‌ ହେବ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିବ, ପ୍ରଶାସନ ତାହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅନୁଗୋଳ ଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri