ସରିଆସୁଛି ଶହେ ଦିନିଆ ଶ୍ରେଣୀଶିକ୍ଷା

ଅନୁଗୋଳ ଅଫିସ, ୨୫।୩:  କରୋନା କଟକଣା ମଧ୍ୟରେ ଆସନ୍ତା ମେ ୩ରେ ହେକବ ମାଟ୍ରିକ ପରୀକ୍ଷା। ଚଳିତବର୍ଷ ଅନୁଗୋଳ ଜିଲାର ୧୮ ହଜାର ୯୯୬ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ତେବେ ୯ ମାସ ଧରି ଅନ୍‌ଲାଇନ୍‌ରେ ପଢ଼ିଥିବା ଏହି ଛାତ୍ରୀଛାତ୍ରମାନେ ଏବେ ଶ୍ରେଣୀଗୃହରେ ଶିକ୍ଷାଲାଭ କରୁଛନ୍ତି। ସରକାରଙ୍କ ପକ୍ଷରୁ ରଖାଯାଇଥିବା ଶହେ ଦିନିଆ କ୍ଲାସ୍‌ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରାୟ ୯୫ ପ୍ରତିଶତ ପାଠପଢ଼ା ହୋଇସାରିଥିବାରୁ ଏବେ ରିଭିଜନ ଉପରେ ଗୁରୁତ୍ୱ ଦିଆଯାଉଛି। ଚଳିତମାସର ବାକି ଦିନଗୁଡ଼ିକରେ ପୁରୁଣା ପାଠର ଆଲୋଚନା କରାଯିବ। ଏହାପରେ ଏପ୍ରିଲ୍‌ ୫ରୁ ୧୦ ଯାଏ ପ୍ରି-ବୋର୍ଡ ପରୀକ୍ଷା କରାଯାଇ ମାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରୀଛାତ୍ରଙ୍କ ମନରୁ ଭୟ ଦୂର କରାଯିବ।
କରୋନା କାରଣରୁ ଗତ ଏକବର୍ଷ ହେଲା ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ଏଥର ମାଟ୍ରିକ ପରୀକ୍ଷାକୁ ନେଇ ସରକାରଙ୍କ ପକ୍ଷରୁ କେତେକ ପରିବର୍ତ୍ତନ କରାଯାଇଛି। ୧୦୦ ମାର୍କ ପରିବର୍ତ୍ତେ ୮୦ ମାର୍କର ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ଦୀର୍ଘ ୯ ମାସ ପରେ ଗତ ଜାନୁୟାରୀ ୮ରୁ ସ୍କୁଲ ଖୋଲାଯାଇ ପିଲାଙ୍କୁ ମାତ୍ର ଶହେ ଦିନିଆ ଶ୍ରେଣୀଶିକ୍ଷା ଦିଆଯାଉଛି। ପାଠ୍ୟକ୍ରମ ଶେଷ କରିବାକୁ ରବିବାରିଆ କ୍ଲାସ ମଧ୍ୟ କରାଯାଉଛି। ସ୍ବଳ୍ପ ସମୟ ମଧ୍ୟରେ ପିଲା ଯେପରି ଭଲଭାବେ ପ୍ରସ୍ତୁତି କରିପାରିବେ ସେଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଶିକ୍ଷା ଦର୍ପଣ’ ଯୋଗାଇ ଦିଆଯାଇଛି। ଦୋଳ, ହୋଲି ଓ ଏପ୍ରିଲ ୧ରେ ସ୍କୁଲ ଛୁଟି ଥିବାରୁ ଏହା ପୂର୍ବରୁ ପୁରୁଣା ପାଠର ଆଲୋଚନାକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ପ୍ରି-ବୋର୍ଡ ପରୀକ୍ଷାକୁ ନେଇ ଛାତ୍ରୀଛାତ୍ରମାନେ ବେଶ୍‌ ଉତ୍ସାହିତ ରହିଛନ୍ତି। କାରଣ ସମ୍ପୂର୍ଣ୍ଣ ମାଟ୍ରିକ ପରୀକ୍ଷା ଶୈଳୀରେ ଏହା କରାଯିବାକୁ ଥିବାରୁ ପିଲାମାନଙ୍କୁ ଆଗାମୀ ମାଟ୍ରିକ ପରୀକ୍ଷାରେ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଏହାଦ୍ୱାରା ସେମାନଙ୍କ ମନରେ ଥିବା ପରୀକ୍ଷା ଭୟ ମଧ୍ୟ ଦୂର ହୋଇଯିବ। ରହିଯାଇଥିବା ଦ୍ୱନ୍ଦ୍ୱ ଦୂର କରିବା ସହ କେଉଁ ବିଷୟରେ ଅଧିକ ପ୍ରସ୍ତୁତି ଆବଶ୍ୟକ, ତାହା ମଧ୍ୟ ପିଲାଙ୍କୁ ଜଣାପଡ଼ିଯିବ। ଏହି ପରୀକ୍ଷା ପରେ ମଧ୍ୟ ୧୫ ଦିନ ଛାତ୍ରୀଛାତ୍ରଙ୍କ ଦ୍ୱନ୍ଦ୍ୱ ଦୂର କରାଯିବା ପାଇଁ କ୍ଲାସ ସହ ରିଭିଜନ୍‌ ହେବ। ସେହିପରି ଲୋ ଆଚିଭର କ୍ଲାସ ମଧ୍ୟ ପୂର୍ବଭଳି ଜାରି ରହିବ ବୋଲି ଜିଲା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ପରୀକ୍ଷା ସୁରୁଖୁରୁରେ ଆୟୋଜନ ହେବ
ଚଳିତବର୍ଷ ବିଭିନ୍ନ ଅସୁବିଧା ମଧ୍ୟରେ ଶିକ୍ଷାଦାନ କରାଯାଇଛି। ପାଠପଢ଼ା ପ୍ରାୟତଃ ଶେଷ ହୋଇଆସିଲାଣି। ରିଭିଜନ ଓ ପ୍ରି-ବୋର୍ଡ ପରୀକ୍ଷା ଛାତ୍ରୀଛାତ୍ରଙ୍କ ପ୍ରସ୍ତୁତିକୁ ପୂର୍ଣ୍ଣ କରିପାରିବ। ମାଟ୍ରିକ୍‌ ପରୀକ୍ଷା କିଭଳି ସୁରୁଖୁରୁରେ ଆୟୋଜନ କରାଯିବ, ସେ ନେଇ ବ୍ୟବସ୍ଥା ହେଉଛି।
-କଳ୍ପନା ବେହେରା, ଜିଲା ଶିକ୍ଷା ଅଧିକାରୀ

ଶିକ୍ଷା ଦର୍ପଣ ଚିନ୍ତା ଦୂର କରିଛି
ଦୀର୍ଘଦିନ ଧରି ଅନ୍‌ଲାଇନ୍‌ ପଢ଼ା ଯୋଗୁ ମାଟ୍ରିକ ପରୀକ୍ଷାକୁ ନେଇ ଚିନ୍ତା ବଢ଼ିଯାଇଥିଲା। କିପରି ପ୍ରସ୍ତୁତି ଶେଷ କରିବୁ ତାହା ଜାଣିପାରୁ ନ ଥିଲୁ। କିନ୍ତୁ ଶହେ ଦିନିଆ ଶ୍ରେଣୀଶିକ୍ଷା ସହ ଶିକ୍ଷା ଦର୍ପଣ ଆମ ଚିନ୍ତା ଦୂରକରି ପାରିଛି। ଶିକ୍ଷକମାନେ ମଧ୍ୟ ସହଯୋଗ କରୁଛନ୍ତି।
-ସ୍ବାତୀ ସାଗରିକା ଆଚାର୍ଯ୍ୟ, ଛାତ୍ରୀ

ପ୍ରି-ବୋର୍ଡ ଭୟ ଛଡ଼ାଇବ
ଏବେ ରିଭିଜନ୍‌ କ୍ଲାସ୍‌ ଚାଲିବ। ଆସନ୍ତା ମାସରେ ଏକ ପ୍ରି-ବୋର୍ଡ ପରୀକ୍ଷା ମଧ୍ୟ ଆୟୋଜନ କରାଯିବ। ମାଟ୍ରିକ ପରୀକ୍ଷା ପରି ଏହାର ଆୟୋଜନ ହେଉଥିବାରୁ ଏହାଦ୍ୱାରା ପରୀକ୍ଷା ଭୟ ଛାଡ଼ିଯିବ। କେଉଁ ବିଷୟରେ ଦୁର୍ବଳ ରହିଛୁ ତାହା ଜାଣିପାରିବୁ।
-ଆଲୋକ ପ୍ରଧାନ, ଛାତ୍ର

ଭଲଭାବେ ପ୍ରସ୍ତୁତ ହୋଇଗଲୁଣି
ସ୍କୁଲ ଖୋଲାଯିବା ପରେ ପାଠପଢ଼ାକୁ ନେଇ ଥିବା ଚିନ୍ତା ଦୂର ହୋଇପାରିଥିଲା। ଏବେ ଶ୍ରେଣୀଗୃହରେ ଆଗ୍ରହର ସହ ପଢ଼ି ନିଜକୁ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଛୁ। ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ଶିକ୍ଷାଦାନ ସରିଛି। ତେଣୁ ପରୀକ୍ଷା ପାଇଁ ଆଉ ଭୟ ନାହିଁ।
-ସରସ୍ବତୀ ସାହୁ, ଛାତ୍ରୀ

ଏବେ ପରୀକ୍ଷାର ସମୟ
ଆସନ୍ତା ଏପ୍ରିଲ ୫ରୁ ପ୍ରି-ବୋର୍ଡ । ଏହା ହିଁ ଆମ ପ୍ରସ୍ତୁତିର ସୂଚନା ଦେବ। ଏହା ପୂର୍ବରୁ ଭଲଭାବେ ପ୍ରସ୍ତୁତ ହେବାକୁ ପଡ଼ିବ। ଏଥିରେ ଭଲ କରିପାରିଲେ ମାଟ୍ରିକ ପରୀକ୍ଷା ପାଇଁ ଅଧିକ ଚିନ୍ତା କରିବାକୁ ପଡ଼ିବ ନାହିଁ। ତେଣୁ ସବୁ ବିଷୟରେ ଭଲଭାବେ ପ୍ରସ୍ତୁତ ହେବାକୁ ପଡ଼ିବ।
-ତନୁଶ୍ରୀ ସରକାର, ଛାତ୍ରୀ

ଶିକ୍ଷକମାନେ ନିଷ୍ଠାର ସହ କାର୍ଯ୍ୟ ତୁଲାଉଛନ୍ତି
ଶହେ ଦିନିଆ ପାଠ୍ୟ ଖସଡ଼ାକୁ ଶିକ୍ଷକମାନେ ଶେଷ କରିବା ସ୍ଥିତିରେ ପହଞ୍ଚତ୍ଛନ୍ତି। ବିନା ଛୁଟିରେ ନିଜ କାର୍ଯ୍ୟ ନିଷ୍ଠାର ସହ ସମାପନ କରିଛନ୍ତି। ମାଟ୍ରିକ ପରୀକ୍ଷା ପୂର୍ବରୁ ପ୍ରି-ବୋର୍ଡ ଏକ ଭଲ ପ୍ଲାଟଫର୍ମ। ଏହାଦ୍ୱାରା ପିଲାମାନେ ଭଲ ଫଳ କରିବେ।
-ସରୋଜ ପାଣିଗ୍ରାହୀ, ଓଷ୍ଟାର ରାଜ୍ୟ ଉପସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?