ସରିଆସୁଛି ଶହେ ଦିନିଆ ଶ୍ରେଣୀଶିକ୍ଷା

ଅନୁଗୋଳ ଅଫିସ, ୨୫।୩:  କରୋନା କଟକଣା ମଧ୍ୟରେ ଆସନ୍ତା ମେ ୩ରେ ହେକବ ମାଟ୍ରିକ ପରୀକ୍ଷା। ଚଳିତବର୍ଷ ଅନୁଗୋଳ ଜିଲାର ୧୮ ହଜାର ୯୯୬ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ତେବେ ୯ ମାସ ଧରି ଅନ୍‌ଲାଇନ୍‌ରେ ପଢ଼ିଥିବା ଏହି ଛାତ୍ରୀଛାତ୍ରମାନେ ଏବେ ଶ୍ରେଣୀଗୃହରେ ଶିକ୍ଷାଲାଭ କରୁଛନ୍ତି। ସରକାରଙ୍କ ପକ୍ଷରୁ ରଖାଯାଇଥିବା ଶହେ ଦିନିଆ କ୍ଲାସ୍‌ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରାୟ ୯୫ ପ୍ରତିଶତ ପାଠପଢ଼ା ହୋଇସାରିଥିବାରୁ ଏବେ ରିଭିଜନ ଉପରେ ଗୁରୁତ୍ୱ ଦିଆଯାଉଛି। ଚଳିତମାସର ବାକି ଦିନଗୁଡ଼ିକରେ ପୁରୁଣା ପାଠର ଆଲୋଚନା କରାଯିବ। ଏହାପରେ ଏପ୍ରିଲ୍‌ ୫ରୁ ୧୦ ଯାଏ ପ୍ରି-ବୋର୍ଡ ପରୀକ୍ଷା କରାଯାଇ ମାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରୀଛାତ୍ରଙ୍କ ମନରୁ ଭୟ ଦୂର କରାଯିବ।
କରୋନା କାରଣରୁ ଗତ ଏକବର୍ଷ ହେଲା ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ଏଥର ମାଟ୍ରିକ ପରୀକ୍ଷାକୁ ନେଇ ସରକାରଙ୍କ ପକ୍ଷରୁ କେତେକ ପରିବର୍ତ୍ତନ କରାଯାଇଛି। ୧୦୦ ମାର୍କ ପରିବର୍ତ୍ତେ ୮୦ ମାର୍କର ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ଦୀର୍ଘ ୯ ମାସ ପରେ ଗତ ଜାନୁୟାରୀ ୮ରୁ ସ୍କୁଲ ଖୋଲାଯାଇ ପିଲାଙ୍କୁ ମାତ୍ର ଶହେ ଦିନିଆ ଶ୍ରେଣୀଶିକ୍ଷା ଦିଆଯାଉଛି। ପାଠ୍ୟକ୍ରମ ଶେଷ କରିବାକୁ ରବିବାରିଆ କ୍ଲାସ ମଧ୍ୟ କରାଯାଉଛି। ସ୍ବଳ୍ପ ସମୟ ମଧ୍ୟରେ ପିଲା ଯେପରି ଭଲଭାବେ ପ୍ରସ୍ତୁତି କରିପାରିବେ ସେଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଶିକ୍ଷା ଦର୍ପଣ’ ଯୋଗାଇ ଦିଆଯାଇଛି। ଦୋଳ, ହୋଲି ଓ ଏପ୍ରିଲ ୧ରେ ସ୍କୁଲ ଛୁଟି ଥିବାରୁ ଏହା ପୂର୍ବରୁ ପୁରୁଣା ପାଠର ଆଲୋଚନାକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ପ୍ରି-ବୋର୍ଡ ପରୀକ୍ଷାକୁ ନେଇ ଛାତ୍ରୀଛାତ୍ରମାନେ ବେଶ୍‌ ଉତ୍ସାହିତ ରହିଛନ୍ତି। କାରଣ ସମ୍ପୂର୍ଣ୍ଣ ମାଟ୍ରିକ ପରୀକ୍ଷା ଶୈଳୀରେ ଏହା କରାଯିବାକୁ ଥିବାରୁ ପିଲାମାନଙ୍କୁ ଆଗାମୀ ମାଟ୍ରିକ ପରୀକ୍ଷାରେ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଏହାଦ୍ୱାରା ସେମାନଙ୍କ ମନରେ ଥିବା ପରୀକ୍ଷା ଭୟ ମଧ୍ୟ ଦୂର ହୋଇଯିବ। ରହିଯାଇଥିବା ଦ୍ୱନ୍ଦ୍ୱ ଦୂର କରିବା ସହ କେଉଁ ବିଷୟରେ ଅଧିକ ପ୍ରସ୍ତୁତି ଆବଶ୍ୟକ, ତାହା ମଧ୍ୟ ପିଲାଙ୍କୁ ଜଣାପଡ଼ିଯିବ। ଏହି ପରୀକ୍ଷା ପରେ ମଧ୍ୟ ୧୫ ଦିନ ଛାତ୍ରୀଛାତ୍ରଙ୍କ ଦ୍ୱନ୍ଦ୍ୱ ଦୂର କରାଯିବା ପାଇଁ କ୍ଲାସ ସହ ରିଭିଜନ୍‌ ହେବ। ସେହିପରି ଲୋ ଆଚିଭର କ୍ଲାସ ମଧ୍ୟ ପୂର୍ବଭଳି ଜାରି ରହିବ ବୋଲି ଜିଲା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ପରୀକ୍ଷା ସୁରୁଖୁରୁରେ ଆୟୋଜନ ହେବ
ଚଳିତବର୍ଷ ବିଭିନ୍ନ ଅସୁବିଧା ମଧ୍ୟରେ ଶିକ୍ଷାଦାନ କରାଯାଇଛି। ପାଠପଢ଼ା ପ୍ରାୟତଃ ଶେଷ ହୋଇଆସିଲାଣି। ରିଭିଜନ ଓ ପ୍ରି-ବୋର୍ଡ ପରୀକ୍ଷା ଛାତ୍ରୀଛାତ୍ରଙ୍କ ପ୍ରସ୍ତୁତିକୁ ପୂର୍ଣ୍ଣ କରିପାରିବ। ମାଟ୍ରିକ୍‌ ପରୀକ୍ଷା କିଭଳି ସୁରୁଖୁରୁରେ ଆୟୋଜନ କରାଯିବ, ସେ ନେଇ ବ୍ୟବସ୍ଥା ହେଉଛି।
-କଳ୍ପନା ବେହେରା, ଜିଲା ଶିକ୍ଷା ଅଧିକାରୀ

ଶିକ୍ଷା ଦର୍ପଣ ଚିନ୍ତା ଦୂର କରିଛି
ଦୀର୍ଘଦିନ ଧରି ଅନ୍‌ଲାଇନ୍‌ ପଢ଼ା ଯୋଗୁ ମାଟ୍ରିକ ପରୀକ୍ଷାକୁ ନେଇ ଚିନ୍ତା ବଢ଼ିଯାଇଥିଲା। କିପରି ପ୍ରସ୍ତୁତି ଶେଷ କରିବୁ ତାହା ଜାଣିପାରୁ ନ ଥିଲୁ। କିନ୍ତୁ ଶହେ ଦିନିଆ ଶ୍ରେଣୀଶିକ୍ଷା ସହ ଶିକ୍ଷା ଦର୍ପଣ ଆମ ଚିନ୍ତା ଦୂରକରି ପାରିଛି। ଶିକ୍ଷକମାନେ ମଧ୍ୟ ସହଯୋଗ କରୁଛନ୍ତି।
-ସ୍ବାତୀ ସାଗରିକା ଆଚାର୍ଯ୍ୟ, ଛାତ୍ରୀ

ପ୍ରି-ବୋର୍ଡ ଭୟ ଛଡ଼ାଇବ
ଏବେ ରିଭିଜନ୍‌ କ୍ଲାସ୍‌ ଚାଲିବ। ଆସନ୍ତା ମାସରେ ଏକ ପ୍ରି-ବୋର୍ଡ ପରୀକ୍ଷା ମଧ୍ୟ ଆୟୋଜନ କରାଯିବ। ମାଟ୍ରିକ ପରୀକ୍ଷା ପରି ଏହାର ଆୟୋଜନ ହେଉଥିବାରୁ ଏହାଦ୍ୱାରା ପରୀକ୍ଷା ଭୟ ଛାଡ଼ିଯିବ। କେଉଁ ବିଷୟରେ ଦୁର୍ବଳ ରହିଛୁ ତାହା ଜାଣିପାରିବୁ।
-ଆଲୋକ ପ୍ରଧାନ, ଛାତ୍ର

ଭଲଭାବେ ପ୍ରସ୍ତୁତ ହୋଇଗଲୁଣି
ସ୍କୁଲ ଖୋଲାଯିବା ପରେ ପାଠପଢ଼ାକୁ ନେଇ ଥିବା ଚିନ୍ତା ଦୂର ହୋଇପାରିଥିଲା। ଏବେ ଶ୍ରେଣୀଗୃହରେ ଆଗ୍ରହର ସହ ପଢ଼ି ନିଜକୁ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଛୁ। ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ଶିକ୍ଷାଦାନ ସରିଛି। ତେଣୁ ପରୀକ୍ଷା ପାଇଁ ଆଉ ଭୟ ନାହିଁ।
-ସରସ୍ବତୀ ସାହୁ, ଛାତ୍ରୀ

ଏବେ ପରୀକ୍ଷାର ସମୟ
ଆସନ୍ତା ଏପ୍ରିଲ ୫ରୁ ପ୍ରି-ବୋର୍ଡ । ଏହା ହିଁ ଆମ ପ୍ରସ୍ତୁତିର ସୂଚନା ଦେବ। ଏହା ପୂର୍ବରୁ ଭଲଭାବେ ପ୍ରସ୍ତୁତ ହେବାକୁ ପଡ଼ିବ। ଏଥିରେ ଭଲ କରିପାରିଲେ ମାଟ୍ରିକ ପରୀକ୍ଷା ପାଇଁ ଅଧିକ ଚିନ୍ତା କରିବାକୁ ପଡ଼ିବ ନାହିଁ। ତେଣୁ ସବୁ ବିଷୟରେ ଭଲଭାବେ ପ୍ରସ୍ତୁତ ହେବାକୁ ପଡ଼ିବ।
-ତନୁଶ୍ରୀ ସରକାର, ଛାତ୍ରୀ

ଶିକ୍ଷକମାନେ ନିଷ୍ଠାର ସହ କାର୍ଯ୍ୟ ତୁଲାଉଛନ୍ତି
ଶହେ ଦିନିଆ ପାଠ୍ୟ ଖସଡ଼ାକୁ ଶିକ୍ଷକମାନେ ଶେଷ କରିବା ସ୍ଥିତିରେ ପହଞ୍ଚତ୍ଛନ୍ତି। ବିନା ଛୁଟିରେ ନିଜ କାର୍ଯ୍ୟ ନିଷ୍ଠାର ସହ ସମାପନ କରିଛନ୍ତି। ମାଟ୍ରିକ ପରୀକ୍ଷା ପୂର୍ବରୁ ପ୍ରି-ବୋର୍ଡ ଏକ ଭଲ ପ୍ଲାଟଫର୍ମ। ଏହାଦ୍ୱାରା ପିଲାମାନେ ଭଲ ଫଳ କରିବେ।
-ସରୋଜ ପାଣିଗ୍ରାହୀ, ଓଷ୍ଟାର ରାଜ୍ୟ ଉପସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ପାର୍ଶ୍ୱରେ ପୁଣି ଖୋଲିଲା ଆମିଷ ବଜାର

ଭୁବନେଶ୍ୱର, ୧୮।୩ (ବ୍ୟୁରୋ): ଉଠାଦୋକାନୀ ଏବଂ ବିଏମ୍‌ସି, ବିଡିଏ ମଧ୍ୟରେ ଚାଲିଥିବା ଛକାପଞ୍ଝାର ସ୍ଥାୟୀ ସମାଧାନ ବାହାରି ପାରୁନାହିଁ। ଉଠାଦୋକାନୀମାନେ ଯେଉଁଠି ପାରୁଛନ୍ତି ସେଠି ବେପାର...

ଚିଟଫଣ୍ଡ୍‌ ଅଭିଯୁକ୍ତଙ୍କ ସୂଚନା ଦେଲେ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧।୪(ବ୍ୟୁରୋ): ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଫେରାର ଥିବା ଏମ୍‌/ଏସ୍‌ ୱାୟାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଓ ଏମ୍‌/ଏସ୍‌ ଓ୍ବାୟାର୍ଡ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍ସ କର୍ପୋରେଶନ ଲିମିଟେଡ୍‌ର ୩ଜଣ ନିର୍ଦ୍ଦେଶକଙ୍କୁ ଓ୍ବାଣ୍ଟେଡ୍‌...

ଛାତରୁ ପଡ଼ି ଆଇଆଇଟି ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ଭୁବନେଶ୍ୱର ଆଇଆଇଟି ପରିସରରେ ମଙ୍ଗଳବାର ଛାତରୁ ପଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ସେ ହେଲେ ମହାରାଷ୍ଟ୍ରର ଚିରାଗ ଜୈନ୍‌। ଚିରାଗଙ୍କୁ ଏକ ଘରୋଇ...

ସୁସ୍ଥ ହେଲେ ୫୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨।୩ : ଓଡ଼ିଶାରେ ମଙ୍ଗଳବାର ୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୭୦୩ରେ...

ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ନେଇ ବୈଠକ: ସମସ୍ତ ଜିଲାପାଳ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୬ା୪(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୁଧବାର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବମାନଙ୍କ ସହିତ...

ବସ୍ତିରୁ ଆରମ୍ଭ ହେବ ଉଚ୍ଛେଦ

ଅନୁଗୋଳଅଫିସ, ୭।୬ ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳରେ ସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଅଟ୍ଟାଳିକାକୁ ପ୍ରଶାସନ ମାଟିରେ ମିଶାଇ ଦେଲା। ଏପରି କି ଦୁଇ...

ରାଜ୍ୟରେ ପୁଣି ବଢିଲା ସଂକ୍ରମଣ

ଭୁବନେଶ୍ୱର,୧୪।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୨୦୭୪ କରୋନା ଆକ୍ରାନ୍ତ...

ପଞ୍ଚାୟତ ନିର୍ବାଚନ ଲାଗି ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର,୬।୧୧(ବ୍ୟୁରୋ): ରାଜ୍ୟ ନିର୍ବାଚନ ଆୟୋଗଙ୍କ ସର୍ବଦଳୀୟ ବୈଠକ ଶନିବାର ଦିନ ୧୧ ଟାରେ ବସିବ। ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର ଆରମ୍ଭ କରିଛନ୍ତି ରାଜ୍ୟ...

Advertisement
Archives

Model This Week