ପ୍ରଭାରୀ ବୁଝିଲେ, ତଥାପି ଦିଲ୍ଲୀରେ ଛାମୁଆ ନେତାଙ୍କ ମେଳି

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ କଂଗ୍ରେସର ସାଙ୍ଗଠନିକ ପୁନର୍ବିନ୍ୟାସ ଖୁବ୍‌ଶୀଘ୍ର ହେବ। ପିସିସି ସଭାପତିଠାରୁ ଆରମ୍ଭକରି କାର୍ଯ୍ୟକାରୀ ସଭାପତି, ଛାମୁଆ ସଙ୍ଗଠନର ରୂପରେଖ ବଦଳିବାର ସମ୍ଭାବନା ଅଧିକ ରହିଛି। କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର ୨ଦିନ ଧରି ଓଡ଼ିଶାରେ ରହି ନେତାମାନଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିବା ସତ୍ତ୍ୱେ ତାଙ୍କ ଉପରେ ସବୁ ନେତା ଭରସା କରିପାରିନାହାନ୍ତି। ଏଥିପାଇଁ ଦିଲ୍ଲୀରେ ହାଇକମାଣ୍ଡଙ୍କ ପାଖରେ ଲବି କରିବାକୁ କେତେଜଣ ନେତା ଡେରା ପକାଇଛନ୍ତି। ଚେଲ୍ଲାକୁମାର ଦୁଇଦିନ ଧରି ନେତାମାନଙ୍କ ସହ ମାରାଥନ୍‌ ଆଲୋଚନା କରି ଯିବା ପରେ କେତେଜଣ ନେତା ହାଇକମାଣ୍ଡଙ୍କ ପାଖରେ ସିଧାସଳଖ ମତାମତ ରଖିବାକୁ ଦିଲ୍ଲୀରେ ପହଞ୍ଚିବା ଘଟଣା ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱକୁ ଅଧିକ ଆଲୋଚନା ଭିତରକୁ ଆଣିଛି। ପ୍ରଥମ ଦିନରେ ବରିଷ୍ଠ ନେତା ଓ ବିଧାୟକଙ୍କ ସହ ପ୍ରଭାରୀ ଆଲୋଚନା କରିଥିବା ବେଳେ ୨ୟ ଦିନରେ ଜିଲା ସଭାପତିଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା କରିଥିଲେ। ସମସ୍ତଙ୍କ ମତାମତ ନେବା ପରେ କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ ହେବ ବୋଲି ପ୍ରଭାରୀ କହିଥିଲେ। ତେବେ ପ୍ରଭାରୀଙ୍କ ଉପରେ କେତେଜଣ ନେତା ଭରସା ଜୁଟାଇ ନ ପାରି କିଛି ଗୋଷ୍ଠୀ ହାଇକମାଣ୍ଡଙ୍କ ପାଖରେ ଲବି ଆରମ୍ଭ କରିଦେଇଛନ୍ତି। ପିସିସି ସଭାପତି ରେସ୍‌ରେ ୩ ଜଣଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏପର୍ଯ୍ୟନ୍ତ ଅଙ୍କ ଛିଡ଼ି ନ ଥିବା କୁହାଯାଉଛି। ଏହାରି ଭିତରେ ବିଭିନ୍ନ ଛାମୁଆ ସଂଗଠନ ଯଥା-ଛାତ୍ର, ଯୁବ ଓ ମହିଳା କଂଗ୍ରେସର ମୁଖିଆ ପଦ ହାତେଇବା ଲାଗି ହାଇକମାଣ୍ଡଙ୍କ ପାଖରେ ନିଜ ନିଜ ଦାବି ରଖିବେ। ଅନ୍ୟପକ୍ଷରେ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଏବଂ ମୁଖ୍ୟ ସଚେତକ ପଦରୁ ତାରାପ୍ରସାଦ ବାହିନୀପତି ଇସ୍ତଫା ଦେଉଥିବା ଚର୍ଚ୍ଚା ହେଉଥିବାବେଳେ ଏ ନେଇ କେହି କିଛି ସ୍ପଷ୍ଟ କରୁନାହାନ୍ତି। ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ବିଷୟରେ ଜାଣି ନ ଥିବା କହିଛନ୍ତି। କେବଳ ଯାହା ବିଷୟରେ ଆଲୋଚନା ଚାଲିଛି ସେମାନେ ହି ଁକହିପାରିବେ ବୋଲି ନିରଞ୍ଜନ କହିଛନ୍ତି। ସେ ଆହୁରି କହିଛନ୍ତି, ବ୍ୟକ୍ତିଗତ ଭାବେ ସେ ତାରା ଓ ନରସିଂହଙ୍କ ସହ ଆଲୋଚନା କରିନାହାନ୍ତି। ଦଳ ପାଇଁ ସେମାନେ ଯେଭଳି କାମ କରୁଛନ୍ତି ସେମିତି କାମ କରନ୍ତୁ। ଦଳର ନୀତି, ଆଦର୍ଶ ଯେମିତି ଥିଲା ସେମିତି ରହିଛି, ସେଥିରେ କିଛି ପରିବର୍ତ୍ତନ ହୋଇନାହିଁ। ଦଳ ଭିତରେ ଶୃଙ୍ଖଳା ଓ କଠିନ ପରିଶ୍ରମ ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri