ପୁରୀ ସାହିଯାତରେ ପ୍ରଚାରକଲେ ନେତା

ପୁରୀ,୨୮ା୪(ଅଜିତ୍‌ ମହାନ୍ତି)ଶ୍ରୀକ୍ଷେତ୍ରରେ ସାହିଯାତକୁ ନେଇ ପୁରୀ ସହର ଏବେ ଉତ୍ସବମୁଖର। ସାହି ଯାତରେ ଶ୍ରୀକ୍ଷେତ୍ରର ପାରମ୍ପରିକ ସମରକଳା ନୃତ୍ୟ ଦେଖିବାକୁ ମଳୁଛି। ଶୁକ୍ରବାର ବାଲିସାହି ପକ୍ଷରୁ ରାବଣ ବଧ ନୀତି ଆଗତ କରାଯାଇଥିଲା। ସେହିପରି ବାଲି ସାହିରୁ ବାଦଯାତ ବାହାରି ବାଦିସାହି ହରଚଣ୍ଡୀ ସାହିକୁ ଯାଇଥିଲା। ତେବେ ଯାତରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳ ପକ୍ଷରୁ ପୁରୀ ବିଧାନସଭା ଓ ପୁରୀ ଲୋକ ସଭା ସଂସଦୀୟ କ୍ଷେତ୍ର ନିମନ୍ତେ ପ୍ରାର୍ଥୀ ହୋଇଥିବା ପ୍ରାର୍ଥୀମାନେ ସାହି ଯାତରେ ସାମିଲ୍‌ ହୋଇ ନିଜ ସପକ୍ଷରେ ଭୋଟରମାନଙ୍କୁ ଆକୃଷ୍ଟ କରୁଥିବା ଦେଖିବାକୁ ମିଳିଥିଲା, ଯାହାକି ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ସାହିଯାତ ସହ ପୁରୀବାସୀଙ୍କ ଭାବନା ଜଡ଼ିତ ଅଟେ। ତେଣୁ ସାହି ଯାତରେ ପୁରୀର ଆଠସାହିର ଲୋକ ସାମିଲ ହୋଇଥାନ୍ତି। ଏପରିକି ସହରର ଆଖପାଖ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ସାହି ଯାତ ଦେଖିବାକୁ ଆସିଥାନ୍ତି। ତେଣୁ ପୁରୀବାସୀଙ୍କ ମନ କିଣିବାର ମଉକାକୁ ନେତାମାନେ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି।
ଏହି ଅବସରରେ ବିଜେଡିର ପୁରୀ ଲୋକ ସଭା ପ୍ରାର୍ଥୀ ହୋଇଥିବା ଅରୂପ ପଟ୍ଟନାୟକ ଓ ରାଜ୍ୟ ସଭା ସାସଂଦ ଶୁଭାଶିଷ ଖୁଣ୍ଟିଆ ସାହି ଯାତ ବୁଲି ଦେଖିବା ସହ ଆଗାମୀ ନିର୍ବାଚନ ପାଇଁ ଲୋକଙ୍କଠାରୁ ଭୋଟ ଭିକ୍ଷା କରିଛନ୍ତି। ସେହିପରି ଭାଜପା ପ୍ରାର୍ଥୀ ତଥା ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ରାତି ତମାମ ବୁଲି ବୁଲି ସାହିଯାତ ଦେଖିଥିଲେ। ଜୟନ୍ତଙ୍କ ସହ ଭାଜପା ସାଂସଦ ପ୍ରାର୍ଥୀ ସମ୍ବିତ୍‌ ପାତ୍ର ମଧ୍ୟ ବୁଲି ସାହି ଯାତ ଦେଖିବା ସହ ଲୋକମାନଙ୍କୁ ତାଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଛି। ସେହିପରି କଂଗ୍ରେସ ମଧ୍ୟ ସାହିଯାତ ମଉକାକୁ ହାତଛଡ଼ା କରିବାକୁ ଚାହିଁ ନ ଥିଲା। ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ସୁଜିତ ମହାପାତ୍ର ତାଙ୍କର କିଛି ସମର୍ଥକଙ୍କ ସହ ସାହି ଯାତ ବୁଲି ଦେଖିବା ସହ ବୟସ୍କ ଲୋକଙ୍କଠାରୁ ଆର୍ଶୀବାଦ ନେଉଥିବା ଦେଖିବାକୁ ମିଳିଥିଲା। ଭାଜପା ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ସାହିଯାତ କାହିଁ କେଉଁ କାଳରୁ ଚାଲି ଆସୁଛି। ଏହା ଶ୍ରୀକ୍ଷେତ୍ରର ପରମ୍ପରା ଅଟେ। କଳା ସଂସ୍କୃତିର ସହର ହେଉଛି ପୁରୀ। ଶ୍ରୀକ୍ଷେତ୍ର ସାହିଯାତ ଏକ ଅନନ୍ୟ ପରମ୍ପରା। ଏଥିରେ ସମସ୍ତେ ଭେଟ ହୋଇଥାନ୍ତି। ଏଣୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଏକ ଆନନ୍ଦର ବିଷୟ। ଆଗାମୀ ନିର୍ବାଚନରେ ସେ ପୁରୀ ବାସୀଙ୍କ ସମର୍ଥନ ପାଇ ବିପୁଳ ବିଜୟ ହାସଲ କରିବେ ବୋଲି ଜୟନ୍ତ କହିଛନ୍ତି। ସେହିପରି ଅରୁପ ପଟ୍ଟନାୟକ କହିଛନ୍ତି ପୁରୀର ସାହିଯାତ ଏକ ଅନନ୍ୟ ପରମ୍ପରା। ଏହାକୁ ଦେଖିବା ବେଶ୍‌ ଖୁସି ପ୍ରଦାନ କରୁଛି। ଲୋକମାନେ ତାଙ୍କୁ ବିପୁଳ ସ୍ନେହ, ଶ୍ରଦ୍ଧା ଦେଉଛନ୍ତି, ଯାହାର ଋଣ ସେ ସୁଝି ପାରିବେନି। ତେବେ ପୁରୀବାସୀଙ୍କ ଅକୁଣ୍ଠ ସହଯୋଗ ଓ ସମର୍ଥନ ରହିଛି। ତେଣୁ ଆଗାମୀ ନିର୍ବାଚନ ରେ ସେ ନିଶ୍ଚିତ ଜିତିବେ ବୋଲି କହିଛନ୍ତି। ସେହିପରୀ ରାଜ୍ୟ ସଭା ସାଂସଦ ଖୁଣ୍ଟିଆ କହିଥିଲେ, ପୁରୀକୁ ମୁଖ୍ୟମନ୍ତ୍ରୀ ସାରା ବିଶ୍ୱରେ ଏକ ନମ୍ବର୍‌ ସହର କରିବା ପାଇଁ ଅନେକ କାର୍ଯ୍ୟ କରୁଛନ୍ତି। ଏଣୁ ପୁରୀ ଭୋଟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠା ଟାଣ କରିବା ସହ ଅରୂପ ପଟ୍ଟନାୟକଙ୍କୁ ବିଜୟୀ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri