ଡେଙ୍ଗୁ କବଳରେ ଲକ୍ଷ୍ମୀପୁର, ୩ ଦିନରେ ୧୫ ଚିହ୍ନଟ

କୋରାପୁଟ,୧୯ା୬(ସ୍ବ.ପ୍ର.): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଏବେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଡାକ୍ତରଖାନାରେ ସବୁବେଳେ ରୋଗୀଙ୍କ ଭିଡ଼ ଜମୁଛି। କିଛିଦିନ ତଳେ କେତେକ ଲୋକ ଜ୍ୱରରେ ଆକ୍ରାନ୍ତ ଥିଲା ସମୟରେ ଜଣେ ଯୁବତୀ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଫଳରେ ସାହି ବାସିନ୍ଦାଙ୍କ ମନରେ ଭୟ ଜାତ ହୋଇଥିଲା। ଡେଙ୍ଗୁ ରୋଗ ମାଡୁଛି ବୋଲି ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଖବର ପରେ ଜିଲାସ୍ତରୀୟ ଏକ ଡାକ୍ତରୀ ଦଳ ସହ ଭ୍ରାମ୍ୟମାଣ ଟିମ୍‌ ସାହି ବସ୍ତିର ଘର ଘର ବୁଲି ପିଇବା ପାଣି ରକ୍ତ ନମୁନା ସଂଗ୍ରହ କରି ନେବା ସହ ଭୂତାଣୁ ଜନିତ ଜ୍ୱର ବୋଲି କହିଥିଲେ। ତଥାପି ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ଗତ ୩ ଦିନ ମଧ୍ୟରେ ସରକାରୀସ୍ତରରେ ୧୫ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ବ୍ଲକ ସଦରର ପ୍ରତ୍ୟେକ ସାହିର ଘରେ ଘରେ ଏବେ ଅନେକ ଛୋଟରୁ ବଡ଼ ସଭିଏଁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ପଇସାଥିଲା ବାଲା ବାହାରକୁ ଚିକିତ୍ସା କରି ଫେରି ଆସୁଥିବା ବେଳେ ନ ଥିଲା ବାଲା ଲକ୍ଷ୍ମୀପୁର ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ଅନ୍ୟ ପଟେ ବର୍ଷା ହେଲେ ଅଧା ଲକ୍ଷ୍ମୀପୁର ବେହାଲ ହୋଇ ପଡୁଛି। ନୂଆ ବସ୍‌ଷ୍ଟାଣ୍ଡଠାରୁ ଆରମ୍ଭ କରି ପୁରୁଣା ବସ୍‌ଷ୍ଟାଣ୍ଡ, ଶିବ ମନ୍ଦିର ରାସ୍ତା, ଆଦିବାସୀ ସାହି,୩ ହରିଜନ ସାହି, ଉପର ଦୋରା ସାହି ଓ ତଳ ଦୋରା ସାହି, ପୋଷ୍ଟ ଅଫିସ୍‌ ରାସ୍ତା ପୂରା ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇପଡ଼ିଛି। ଫଳରେ ସାହି ରାସ୍ତା ଉପରେ ବର୍ଷା ପାଣି ପ୍ରବାହିତ ହୋଇ ଅଳିଆ ଆବର୍ଜନା ଛାଡ଼ି ଚାଲିଯାଉଛି। ଏପରିକି ପଞ୍ଚାୟତ ପକ୍ଷରୁ ସଫେଇ କରାଯିବା କଥା କିନ୍ତୁ ସଫେଇ ଦିଗରେ ଦୃଷ୍ଟି ଦିଆ ଯାଉ ନ ଥିବାରୁ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ଜ୍ୱର ହୋଇଥିବା ବେଳେ ତାହା କେଉଁ ଜ୍ୱରରେ ମୃତ୍ୟୁ ଘଟିଛି ସ୍ବାସ୍ଥ୍ୟ ବିଭାଗ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନି। ତେଣୁ ଆଗକୁ ପରିସ୍ଥିତି ଭୟଙ୍କର ହୋଇ ଡେଙ୍ଗୁର କବଳରେ ସମଗ୍ର ବ୍ଲକ ଫସିବା ପୂର୍ବରୁ ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସବୁ ମହଲରେ ଦାବି ହୋଇଛି। ଏ ନେଇ ଲକ୍ଷ୍ମୀପୁର ଡାକ୍ତର ଏସ୍‌ ପ୍ରଧାନଙ୍କୁ ପଚାରିବାରୁ ରବିବାର ସୁଦ୍ଧା ଲକ୍ଷ୍ମୀପୁର ସ୍ବାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ୧୫ ଜଣ ରୋଗୀ ଡେଙ୍ଗୁରେ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri