ଡେଙ୍ଗୁ କବଳରେ ଲକ୍ଷ୍ମୀପୁର, ୩ ଦିନରେ ୧୫ ଚିହ୍ନଟ

କୋରାପୁଟ,୧୯ା୬(ସ୍ବ.ପ୍ର.): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଏବେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଡାକ୍ତରଖାନାରେ ସବୁବେଳେ ରୋଗୀଙ୍କ ଭିଡ଼ ଜମୁଛି। କିଛିଦିନ ତଳେ କେତେକ ଲୋକ ଜ୍ୱରରେ ଆକ୍ରାନ୍ତ ଥିଲା ସମୟରେ ଜଣେ ଯୁବତୀ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଫଳରେ ସାହି ବାସିନ୍ଦାଙ୍କ ମନରେ ଭୟ ଜାତ ହୋଇଥିଲା। ଡେଙ୍ଗୁ ରୋଗ ମାଡୁଛି ବୋଲି ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଖବର ପରେ ଜିଲାସ୍ତରୀୟ ଏକ ଡାକ୍ତରୀ ଦଳ ସହ ଭ୍ରାମ୍ୟମାଣ ଟିମ୍‌ ସାହି ବସ୍ତିର ଘର ଘର ବୁଲି ପିଇବା ପାଣି ରକ୍ତ ନମୁନା ସଂଗ୍ରହ କରି ନେବା ସହ ଭୂତାଣୁ ଜନିତ ଜ୍ୱର ବୋଲି କହିଥିଲେ। ତଥାପି ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ଗତ ୩ ଦିନ ମଧ୍ୟରେ ସରକାରୀସ୍ତରରେ ୧୫ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ବ୍ଲକ ସଦରର ପ୍ରତ୍ୟେକ ସାହିର ଘରେ ଘରେ ଏବେ ଅନେକ ଛୋଟରୁ ବଡ଼ ସଭିଏଁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ପଇସାଥିଲା ବାଲା ବାହାରକୁ ଚିକିତ୍ସା କରି ଫେରି ଆସୁଥିବା ବେଳେ ନ ଥିଲା ବାଲା ଲକ୍ଷ୍ମୀପୁର ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ଅନ୍ୟ ପଟେ ବର୍ଷା ହେଲେ ଅଧା ଲକ୍ଷ୍ମୀପୁର ବେହାଲ ହୋଇ ପଡୁଛି। ନୂଆ ବସ୍‌ଷ୍ଟାଣ୍ଡଠାରୁ ଆରମ୍ଭ କରି ପୁରୁଣା ବସ୍‌ଷ୍ଟାଣ୍ଡ, ଶିବ ମନ୍ଦିର ରାସ୍ତା, ଆଦିବାସୀ ସାହି,୩ ହରିଜନ ସାହି, ଉପର ଦୋରା ସାହି ଓ ତଳ ଦୋରା ସାହି, ପୋଷ୍ଟ ଅଫିସ୍‌ ରାସ୍ତା ପୂରା ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇପଡ଼ିଛି। ଫଳରେ ସାହି ରାସ୍ତା ଉପରେ ବର୍ଷା ପାଣି ପ୍ରବାହିତ ହୋଇ ଅଳିଆ ଆବର୍ଜନା ଛାଡ଼ି ଚାଲିଯାଉଛି। ଏପରିକି ପଞ୍ଚାୟତ ପକ୍ଷରୁ ସଫେଇ କରାଯିବା କଥା କିନ୍ତୁ ସଫେଇ ଦିଗରେ ଦୃଷ୍ଟି ଦିଆ ଯାଉ ନ ଥିବାରୁ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ଜ୍ୱର ହୋଇଥିବା ବେଳେ ତାହା କେଉଁ ଜ୍ୱରରେ ମୃତ୍ୟୁ ଘଟିଛି ସ୍ବାସ୍ଥ୍ୟ ବିଭାଗ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନି। ତେଣୁ ଆଗକୁ ପରିସ୍ଥିତି ଭୟଙ୍କର ହୋଇ ଡେଙ୍ଗୁର କବଳରେ ସମଗ୍ର ବ୍ଲକ ଫସିବା ପୂର୍ବରୁ ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସବୁ ମହଲରେ ଦାବି ହୋଇଛି। ଏ ନେଇ ଲକ୍ଷ୍ମୀପୁର ଡାକ୍ତର ଏସ୍‌ ପ୍ରଧାନଙ୍କୁ ପଚାରିବାରୁ ରବିବାର ସୁଦ୍ଧା ଲକ୍ଷ୍ମୀପୁର ସ୍ବାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ୧୫ ଜଣ ରୋଗୀ ଡେଙ୍ଗୁରେ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri