ପଳାଶୁଣୀରେ ଲକ୍ଷ୍ମୀନାରାୟଣ ମନ୍ଦିର ତୋରଣ

ଭୁବନେଶ୍ୱର,୧୬।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମା’ ଦୁର୍ଗା। ରବିବାରଠାରୁ ନବରାତ୍ର ପୂଜା ଆରମ୍ଭ ହୋଇଥିବାବେଳେ ଦୁର୍ଗାପୂଜା ପାଇଁ ଆୟୋଜକମାନେ ସେମାନଙ୍କ ପ୍ରସ୍ତୁତିକୁ ଜୋର୍‌ଦାର କରିଛନ୍ତି। ରାଜଧାନୀର ଅନ୍ୟତମ ମଣ୍ଡପ ପଳାଶୁଣୀରେ ଏଥର ମଧ୍ୟପ୍ରଦେଶର ଲକ୍ଷ୍ମୀନାରାୟଣ ମନ୍ଦିର ଆକୃତିର ତୋରଣରେ ପୂଜା ପାଇବେ ମା’। ଏହାର ଉଚ୍ଚତା ଏବଂ ଓସାର ୫୦ଫୁଟ ରହିଛି। ମା’ଙ୍କ ମୂର୍ତ୍ତି ଓ ମେଢ଼ର ଉଚ୍ଚତା ୨୦ଫୁଟ ରହିବ। ଏଥିସହ ପାର୍ଶ୍ୱରେ ମଧ୍ୟ ଦେବଦେବୀଙ୍କ ମୂର୍ତ୍ତି ସ୍ଥାନ ପାଇବ। ଅଭିମନ୍ୟୁ ବେହେରା ଓ ୫ ସାଥୀ କାରିଗର ମୂର୍ତ୍ତି କାମରେ ଲାଗିପଡିଛନ୍ତି। ସେହିପରି କୋଲକାତାରୁ ୧୫ଜଣ କାରିଗର ତୋରଣ କାର୍ଯ୍ୟରେ ଲାଗିଛନ୍ତି। ଚଳିତ ବର୍ଷ ୨୫ ଲକ୍ଷର ବଜେଟ୍‌ ରହିଛି।
ଚିଲିକାର ମା’ ନାରାୟଣୀଙ୍କ ଆଜ୍ଞାମାଳ ଆଣି ଷଷ୍ଠୀ ପୂଜା ଆରମ୍ଭ ହୁଏ। ବିଲ୍ବବରଣ, କଳସ ପୂଜା, ସପ୍ତମୀରେ ଚକ୍ଷୁଦାନ, ପୂଜା, ଅଷ୍ଟମୀରେ ମା’ଙ୍କ ପାଖେ ଖେଚୁଡ଼ି ଭୋଗ କରି ୪ହଜାର ଭକ୍ତଙ୍କୁ ବଣ୍ଟାଯିବ। ବରିଷ୍ଠ ନାଗରିକ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା ହେବ। ୧୦ଟି ସିସି କ୍ୟାମେରା ଲଗାଯିବ। ସେହିପରି ପୋଲିସ ମିତ୍ର ୩୦ଜଣ ଓ ସ୍ବେଚ୍ଛାସେବୀ ୧୦୦ଜଣ ନିୟୋଜିତ ରହିବେ। ମାଛ ମାର୍କେଟ୍‌ ପାଖେ ପାର୍କିଂର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ସାରେ ଭଜନ ସମାରୋହ ଓ ମେଲୋଡି କାର୍ଯ୍ୟକ୍ରମ ହେବ। ଦଶମୀରେ ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କରେ ରାବଣପୋଡ଼ି ହେବ। ଶୃଙ୍ଖଳିତ ଭାବେ ପାରମ୍ପରିକ ବାଦ୍ୟ ସହ ରୂପାଲି ଛକ ପର୍ଯ୍ୟନ୍ତ ଭସାଣି ଯାତ୍ରା ହେବ। ସେଠାରୁ ଫେରି କୁଆଖାଇ ନଦୀସ୍ଥିତ ଅସ୍ଥାୟୀ ପୁଷ୍କରିଣୀରେ ମା’ଙ୍କୁ ବିସର୍ଜନ କରାଯିବ।

ରାଜଧାନୀର ଆବାହନ ମଣ୍ଡପ
୧୯୮୫ରୁ ପଳାଶୁଣୀ ହାଟରେ ୧୪ହଜାର ଟଙ୍କା ଖର୍ଚ୍ଚ କରାଯାଇ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ଇତିମଧ୍ୟରେ ପଳାଶୁଣୀ ଦୁର୍ଗାପୂଜା ୩୯ ବର୍ଷରେ ପାଦ ଥାପିଛି। ରାଜଧାନୀରେ ଏହା ହେଉଛି ଆବାହନ ମଣ୍ଡପ। ଏଠାରୁ ଦର୍ଶନ ସାରି ଭକ୍ତମାନେ ଅନ୍ୟସବୁ ସ୍ଥାନକୁ ଯାଆନ୍ତି। ସବୁଥର ପରି ଏବର୍ଷ ମଧ୍ୟ ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
– ପ୍ରଭାତ କୁମାର ପରିଡ଼ା, ସଭାପତି
ରାବଣ ପୋଡ଼ି ମୁଖ୍ୟ ଆକର୍ଷଣ
ରାବଣପୋଡ଼ି ଏଥର ମୁଖ୍ୟ ଆକର୍ଷଣ ରହିବ। ପାଖାପାଖି ୪୦ ଫୁଟ୍‌ ଉଚ୍ଚର ରାବଣ ପ୍ରସ୍ତୁତ କରାଯିବ। ଏହି ସମୟରେ କିଭଳି କିଛି ଅସୁବିଧା ନ ହେବ ସେ ନେଇ ଧ୍ୟାନ ଦିଆଯାଇଛି। ଶୃଙ୍ଖଳାର ସହ ଏହି କାର୍ଯ୍ୟ ସମାପନ ହେବା ନେଇ କମିଟି ପକ୍ଷରୁ ପ୍ରୟାସ କରାଯାଉଛି।
-ରମେଶ ସାହୁ, ଉପସଭାପତି
ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ
ସୁରକ୍ଷା ବ୍ୟବସ୍ଥା ନେଇ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏବେ ଖରା ମଧ୍ୟ ରହୁଛି। ତେଣୁ ଲୋକମାନେ କିଭଳି ସୁରୁଖୁରୁରେ ଦର୍ଶନ କରିବେ ତାହାକୁ ଆମେ ପ୍ରାଧାନ୍ୟ ଦେଉଛୁ। ଧାଡ଼ିରେ ଆସି ଲୋକମାନେ ମା’ଙ୍କ ପୂଜା କରିବେ। ବରିଷ୍ଠ ନାଗରିକ, ମହିଳା, ଦିବ୍ୟାଙ୍ଗଙ୍କ ପାଇଁ ବିଶେଷ ଦୃଷ୍ଟି ରହିବ।
-ଅଶୋକ କୁମାର ସାହୁ, ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri