ମହିଳା ଆଇନଜୀବୀ ଦୀପାଳି ମୃତ୍ୟୁ ମାମଲା: ହାଇକୋର୍ଟରେ ପ୍ରେମିକଙ୍କ ଜାମିନ ଖାରଜ

ଭୁବନେଶ୍ୱର,୧୮।୯ (ବ୍ୟୁରୋ): ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ବିଜୟବିହାରରେ ରହୁଥିବା ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନା ମୃତ୍ୟୁ ମାମଲାରେ ପ୍ରେମିକ ବିକ୍ରମ କେଶରୀ ମିଶ୍ରଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ଭୁବନେଶ୍ୱର ଜିଲା ଦୌରାଜଜ୍‌ କୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଗତ ଫେବୃୟାରୀରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟର ଏକ ଖଣ୍ଡପୀଠ ମାମଲାର ଶୁଣାଣି କରି ଜାମିନ ଦେବାକୁ ମନା କରିଛନ୍ତି। ମାମଲାର ଟ୍ରାଏଲ ଚାଲିଥିବାରୁ ବିକ୍ରମଙ୍କୁ ଜାମିନ ଦେଲେ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ସହ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିପାରନ୍ତି। ଏହାସହ ଜଣେ ଆଇନିଜୀବୀଙ୍କ କ୍ଷେତ୍ରରେ ଏଭଳି ଘଟିଥିବାରୁ ଦୋଷୀଙ୍କୁ ଜାମିନ ନ ଦିଆଯାଉ ବୋଲି ମୃତ ଦୀପାଳିଙ୍କ ଭଉଣୀ ଇତିଶ୍ରୀ ଜେନାଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ କୁମାର ସାହୁ ଓ ଲକ୍ଷ୍ମୀନାରାୟଣ ପଟେଲ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ।
ସୂଚନାଯୋଗ୍ୟ, ଦୀପାଳି ବିଜୟବିହାରରେ ଘର ଭଡା ନେଇ ମା’ ଓ ସାନ ଭଉଣୀଙ୍କ ସହ ରହୁଥିଲେ। ସେ ଭୁବନେଶ୍ୱର ବାର୍‌ରେ ଓକିଲ ଭାବେ କାର୍ଯ୍ୟ କରୁଥିଲେ। ପ୍ରେମିକ ବିକ୍ରମଙ୍କ ସହ ତାଙ୍କର ବିବାହ ମଧ୍ୟ ଠିକ୍‌ ହୋଇଥିଲା। ଅକ୍ଟୋବର ୧୯ରେ ଦୀପାଳିଙ୍କ ମା’ ଗଁାକୁ ଚାଲିଯାଇଥିବାବେଳେ ସନ୍ଧ୍ୟାରେ ବିକ୍ରମ ହଠାତ୍‌ ତାଙ୍କ ଘରେ ପହଞ୍ଚତ୍ବାରୁ ସାନଭଉଣୀ ସାଙ୍ଗଙ୍କ ଘରକୁ ପଳାଇଥିଲେ। ରାତି ୧୨ଟା ପରେ ଦୀପାଳି ଘର ଭିତରୁ କବାଟ ବନ୍ଦ କରି ଦେଇଛନ୍ତି ବୋଲି ସାନ ଭଉଣୀକୁ ଜଣାଇ ଫେରାର ହୋଇଯାଇଥିଲେ। ପରେ ପୋଲିସ ପହଞ୍ଚତ୍ କବାଟ ଲକ୍‌ ତାଡ଼ି ଝୁଲନ୍ତା ଅବସ୍ଥାରେ ଦୀପାଳିଙ୍କ ମୃତଦେହ ଉଦ୍ଧାର କରିଥିଲା। ବିକ୍ରମଙ୍କ ପାଇଁ ଦୀପାଳି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ଧଉଳି ପୋଲିସ କେସ୍‌ ନଂ-୧୭୧/୧୯ ରୁଜୁ କରି ତଦନ୍ତ କରିଥିଲା। ୨୦୨୦ ଜାନୁୟାରୀ ୨୮ରେ ବିକ୍ରମ ଭୁବନେଶ୍ୱର କୋର୍ଟରେ ଆତ୍ମସର୍ମପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri