Posted inଜାତୀୟ

ଏନ୍‌ଆଇଏର ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ଲରେନ୍ସଙ୍କ ଭାଇ ଅନମୋଲ, ଧରାଇ ଦେଲେ ମିଳିବ ୧୦ ଲକ୍ଷ

ମୁମ୍ବାଇ,୨୫।୧୦: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ତାଙ୍କ ପରିବାରର ସମସ୍ୟା ବଢିବାରେ ଲାଗିଛି। ଏନଆଇଏ ଲରେନ୍ସଙ୍କ ଭାଇ ଅନମୋଲ ବିଷ୍ଣୋଇଙ୍କ ଉପରେ ୧୦ଲକ୍ଷ ଟଙ୍କା ପୁରସ୍କାର ରଖିଛି। ଅନମୋଲ ବିଷ୍ଣୋଇଙ୍କୁ ଏନଆଇଏର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ସୂଚନାନୁସାରେ, ଅନମୋଲ କାନାଡା ଏବଂ ଆମେରିକାରୁ ଏହି ଗ୍ୟାଙ୍ଗ ଚଳାଉଛନ୍ତି। ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଅନମୋଲ ବିଷ୍ଣୋଇଙ୍କ ନାମ ସାମ୍ନାକୁ ଆସିଛି। କୁହାଯାଉଛି ଯେ ବାବା ସିଦ୍ଦିକୀଙ୍କୁ ହତ୍ୟା କରିଥିବା ସୁଟରଙ୍କ ସହ ଅନମୋଲଙ୍କର ଲିଙ୍କ ରହିଛି।

ସୂଚନାଯୋଗ୍ୟ, ସଲମାନ ଖାନଙ୍କ ଘରେ ହୋଇଥିବା ଗୁଳିମାଡ ପାଇଁ ଅନମୋଲ ବିଷ୍ଣୋଇ ନିଜକୁ ଦାୟୀ କରିସାରିଛନ୍ତି। ଏନଡିଟିଭିର ରିପୋର୍ଟ ଅନୁଯାୟୀ, ଅନମୋଲ ବିଷ୍ଣୋଇଙ୍କ ସମ୍ମୁଖରେ ସୁଟର ଏକ ଭାଷଣ ଦେଇଥିଲେ ଏବଂ ତାଙ୍କୁ ଗୁଳି ଚଳାଇବାକୁ ପ୍ରବର୍ତ୍ତାଇଥିଲେ। ମୁମ୍ବାଇ ପୋଲିସ କ୍ରାଇମ ବ୍ରାଞ୍ଚ ଦାଖଲ କରିଥିବା ଆବେଦନରେ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଅନମୋଲ ତାଙ୍କର ଦୁଇ ସୁଟର ବିକି ଗୁପ୍ତା ଏବଂ ସାଗର ପାଲଙ୍କୁ କହିଥିଲେ ଯେ ଯଦି ଅଭିନେତା ସଲମାନ ଖାନଙ୍କ ଘରେ ଗୁଳି ଚଳାନ୍ତି ତେବେ ଜାଣଇ ରଖନ୍ତୁ ଯେ ସେ ଇତିହାସ ସୃଷ୍ଟି କରୁଛନ୍ତି।
ସୁଟରମାନଙ୍କୁ ସମ୍ବୋଧିତ କରି ଅନମୋଲ କହିଥିଲେ ଯେ ତୁମେମାନେ ତୁମର ଜୀବନର ସର୍ବୋତ୍ତମ କାର୍ଯ୍ୟ କରିବାକୁ ଯାଉଛ। ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତରେ ଦାଖଲ ହୋଇଥିବା ୧,୭୩୫ ପୃଷ୍ଠାର ଚାର୍ଜସିଟ ଅନୁଯାୟୀ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇ କହିଛନ୍ତି, ଏହି କାମକୁ ଭଲ ଭାବରେ ସଂପୂର୍ଣ୍ଣ କର। କାମ ସରିବା ମାତ୍ରେ ତୁମେମାନେ ଇତିହାସ ସୃଷ୍ଟି କରିବ।
ସୂଚନାଯୋଗ୍ୟ, ଏପ୍ରିଲ ମାସରେ ସଲମାନ ଖାନଙ୍କ ଘର ନିକଟରେ ଗୁଳି ବିନିମୟ ହୋଇଥିଲା। ଘଟଣାଟି ୧୪ ଏପ୍ରିଲର। ଏହି ଘଟଣାରେ ମୋଟରସାଇକେଲରେ ଯାଉଥିବା ଦୁଇଜଣ ବ୍ୟକ୍ତି ବାନ୍ଦ୍ରା ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳି ଚଳାଇଥିଲେ। ଗୁଳି ଚଳାଇବା ପରେ ଉଭୟ ଅଭିଯୁକ୍ତ ଫେରାର ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri