ନବୀନଙ୍କ ଚିଠି ଲେଖାକୁ ନେଇ କଟାକ୍ଷ କଲେ ଆଇନମନ୍ତ୍ରୀ, କହିଲେ ନବୀନ ହେଉଛନ୍ତି…

ଭୁବନେଶ୍ୱର,୨ା୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିବା ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଟାକ୍ଷ କରିଛନ୍ତି।

ଦାନ ମାଝୀ ଘଟଣା ସମୟରେ କ’ଣ ହୋଇଥିଲା ବୋଲି ପ୍ରଶ୍ନ କରିଛନ୍ତି ପୃଥ୍ବୀରାଜ। ସେତେବେଳେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ବୋଲି ସେ ଭୁଲି ଯାଇଛନ୍ତି ବୋଧେ। ଦାନ ମାଝୀ ଘଟଣାରେ ସମ୍ପୂର୍ଣ୍ଣ ରାଜ୍ୟ ସରକାରଙ୍କ ଭୁଲ ଥିଲା। ସେତେବେଳେ କିଏ କାହାକୁ ଚିଠି ଲେଖିଥିଲା। ପୃଥ୍ବୀରାଜ କହିଛନ୍ତି, ନବୀନ ହେଉଛନ୍ତି ଚିଠି ଲେଖା ନେତା, ସୋସିଆଲ ମିଡିଆରେ ଗାଳି ଛଡ଼ା ସେ ଅଧିକ କିଛି କରିପାରିବେନି।

Dharitri – Odisha’s No.1 Odia Daily

Share