ହିଞ୍ଜିଳିରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ଥାନା ସମ୍ମୁଖରୁ ଓ ପୋଲିସ ଘରୁ ସିରିଜ ଚୋରି; ସୁନାଗହଣା, ଟଙ୍କା…

ହିଞ୍ଜିଳିକାଟୁ, ୧୭।୬(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୋପାଳପୁର ବେଳାଭୂମିରେ ବଳାତ୍କାର ଘଟଣାରେ ଅଭିଯୁକ୍ତ ମାନେ ହିଞ୍ଜିଳି ଥାନା ଅଞ୍ଚଳର ଜଣା ପଡ଼ିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ଘଟଣା ପରେ ଏବେ ଥାନା ସାମ୍ନାରେ ଥିବା ଜଣେ ଭାଜପା ନେତା ଓ ତାଙ୍କ ଭାଇଙ୍କ ଘରେ ସୋମବାର ରାତିରେ ଏକ ବଡ଼ ଧରଣର ଚୋରି ଘଟିଛି। କେବଳ ସେତିକି ନୁହେଁ ହିଞ୍ଜିଳିକାଟୁ ନିକଟ ସୋମପୁରଠାରେ ପୋଲିସ ବିଭାଗରେ କାର୍ଯ୍ୟରୁ ଅବସର ନେଇଥିବା ଜଣେ ବ୍ୟକ୍ତି ଓ ତାଙ୍କ ପଡ଼ୋଶୀ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରମାନେ ଘରେ ପଶି ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି। ଅସାମାଜିକ କାର୍ଯ୍ୟକଳାପ ସହ ଆଇନଶୃଙ୍ଖଳା ପରିସ୍ଥିତିରେ ଚରମ ଅବନତି ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ପ୍ରକାଶ ଯେ, ସୋମବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ସମ୍ମୁଖ ଭାଜପା ନଗର ଉପସଭାପତି ଇ ଅନ୍ତର୍ଯ୍ୟାମୀ ପାତ୍ର ଓ ତାଙ୍କ ସାନ ଭାଇ ଇ ନାରାୟଣ ପାତ୍ର ଘର ବାରିପଟରୁ ଚୋର ଘର ଭିତରେ ପଶିଥିଲେ। ନାରାୟଣଙ୍କ ଘରର ଆଲମିରା ଖୋଲି ପ୍ରାୟ ୧୬ ଭରି ଓଜନର ସୁନା ଅଳଙ୍କାର, ରୁପା ଅଳଙ୍କାର, କ୍ୟାମେରା, ମୋବାଇଲ ଫୋନ ଲୁଟି ନେଇଥିଲେ । ଅନ୍ୟ ପକ୍ଷରେ ଭାଜପା ନେତା ଅନ୍ତର୍ଯ୍ୟାମୀଙ୍କ ଘରୁ ମଧ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ କରିଥିବା ଥାନାରେ ଅଭିଯୋଗ ହୋଇଛି। ପୂର୍ବରୁ ଚୋରି ଘରର ପଛରେ ଥିବା ପାର୍କ ଓ ମନ୍ଦିର ମଧ୍ୟରେ ରାତିରେ ଅସାମାଜିକ ଯୁବକଙ୍କ ଆଡ୍ଡା ଜମୁଥିବା ଓ ଅଘଟଣ ଘଟିବା ସମ୍ଭାବନା ଥିବା ନେଇ ପୋଲିସକୁ ବଡ ଭାଇ ଇ ରାମ ପ୍ରସାଦ ପାତ୍ର ଜଣାଇଥିଲେ। ତେବେ ଏହାର ପ୍ରତିକାର ପାଇଁ ହିଞ୍ଜିଳି ପୋଲିସ କୌଣସି ଆନ୍ତରିକତା ଦେଖାଇ ନାହାନ୍ତି ବୋଲି ଘଟଣା ପରେ ରାମ ପ୍ରସାଦ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ସୋମବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ସୋମପୁର ଗ୍ରାମର ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଓ ତାଙ୍କ ପଡୋଶୀ ଘରୁ ଲୁଟେରା ଗ୍ୟାଙ୍ଗ ୫୮ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ କରିଥିବା ଅଭିଯୋଗ ହୋଇଛି। ଅନ୍ୟ ୨ ଘରୁ ଚୋରି ପାଇଁ ମଧ୍ୟ ଲୁଟେରା ମାନେ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନାହାନ୍ତି।
ସକାଳୁ ଘଟଣା ନେଇ ଜାଣିବା ପରେ ହିଞ୍ଜିଳି ପୋଲିସ ଘଟଣାସ୍ଥଳ ଗୁଡିକରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି, ରାହାଜାନୀ, ଗୁଣ୍ଡାଗର୍ଦ୍ଦି ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ଅଞ୍ଚଳରେ ବୃଦ୍ଧି ପାଉଥିଲେ ମଧ୍ୟ ନା ସ୍ଥାନୀୟ ପୋଲିସ ନା ଉପରିସ୍ଥ ଅଧିକାରୀଙ୍କ ଏଥିପାଇଁ ନିଘା ନାହିଁ। ଏହାକୁ ନେଇ ହିଞ୍ଜିଳିଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଜଳସ୍ତର ନିମ୍ନଗାମୀ: ବଢ଼ିଲାଣି ତାତି,ସଙ୍କଟ ହେଲାଣି ପାନୀୟ ଜଳ

ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ…

ଏହି ଦିନଠୁ ଆରମ୍ଭ ଐତିହାସିକ ଚନ୍ଦନ ଯାତ୍ରା: ଉଠିଲା ଶୁଭଖୁଣ୍ଟ

ଗଞ୍ଜାମ,୨୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ…

କାର ଉପରେ ପଡ଼ିଲା ଗଛ: ଆଉ ତା’ପରେ ଘଟିଲା…

ପାଟଣା,୨୮।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର କ୍ଷେତ୍ରବାସୀ ବାରିକଙ୍କ ଘର ବାହାରେ ଥିବା ଏକ କୋଳି ଗଛ କାର…

ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର

ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri