ବଇଣ୍ଡା ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ବଇଣ୍ଡା, ୬ା୪ (ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ତଥା ଆଖପାଖ ଅଞ୍ଚଳରେ କିଛି ମାସ ହେବ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବଇଣ୍ଡା ଫାଣ୍ଡି ପୋଲିସ ପକ୍ଷରୁ ଠିକ୍‌ ଭାବେ ରାତ୍ରି ପାଟ୍ରୋଲିଂ କରାଯାଉ ନ ଥିବା ବେଳେ ଅନେକ ସମୟରେ ଏତଲା ନ ରଖି ହଣ୍ଡପା ଥାନାକୁ ଅଭିଯୋଗକାରୀଙ୍କୁ ପଠାଇ ଦିଆଯାଉଛି। ଏ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଥିବା ସମ୍ପର୍କରେ ବଇଣ୍ଡା ଗ୍ରାମବାସୀ ମଙ୍ଗଳବାର ଅନୁଗୋଳ ଜିଲା ଏସ୍‌ପିଙ୍କୁ ଅଭିଯୋଗ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଏହାର ଏକ ନକଲ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ଗୃହ ବିଭାଗ ସଚିବଙ୍କ ନିକଟକୁ ପଠାଇ ଦିଆଯାଇଛି।
ଅଭିଯୋଗରେ ଗ୍ରାମବାସୀ ଦର୍ଶାଇଛନ୍ତି, ନୁନୁକାପଶି, ଗାଁ ବଇଣ୍ଡା, ଜାମୁନାଳୀର ୩୫ ଖଣ୍ଡ ଗ୍ରାମକୁ ସୁରକ୍ଷା ଦେବା ପାଇଁ ବଇଣ୍ଡାଠାରେ ୧୯୯୮ ମସିହାରେ ଫାଣ୍ଡି ସ୍ଥାପନ ହୋଇଥିଲା। ଏହି ଫାଣ୍ଡିରେ ବର୍ତ୍ତମାନ ଜଣେ ଅଧିକାରୀଙ୍କ ସହ ଜଣେ କନଷ୍ଟେବଲ ନିଯୁକ୍ତି ପାଇଛନ୍ତି। ଫାଣ୍ଡିକୁ ଏକ ପୋଲିସ ଭ୍ୟାନ୍‌ ମଧ୍ୟ ଯୋଗାଇ ଦିଆଯାଇଛି। ହେଲେ ୩ ମାସ ହେବ ଆଇନଶୃଙ୍ଖଳା ରକ୍ଷା ଦିଗରେ ଫାଣ୍ଡି ପକ୍ଷରୁ ଉପଯୁକ୍ତ ଧ୍ୟାନ ଦିଆଯାଉ ନାହିଁ। ହଣ୍ଡପା ଥାନାରେ କାର୍ଯ୍ୟଭାର ପଡୁଥିବା ଯୋଗୁ ଅନେକ ସମୟରେ ବଇଣ୍ଡା ଫାଣ୍ଡି ଅଧିକାରୀ ଫାଣ୍ଡିରେ ଅନୁପସ୍ଥିତ ରହୁଛନ୍ତି। ଫଳରେ ଅଭିଯୋଗ କରିବା ପାଇଁ ଫାଣ୍ଡିକୁ ଯାଉଥିବା ଲୋକଙ୍କୁ ହଣ୍ଡପା ଥାନାରେ ଏତଲା ଦେବାକୁ କୁହାଯାଉଥିବାରୁ ସେମାନେ ୭ କିଲୋମିଟର ଦୂର ହଣ୍ଡପା ଥାନାକୁ ଯାଇ ଅଯଥା ଖର୍ଚ୍ଚାନ୍ତ ଓ ହଇରାଣ ହେଉଛନ୍ତି। ଏଥିସହ ବଇଣ୍ଡା ତଥା ଆଖପାଖ ଅଞ୍ଚଳରେ ବ୍ୟାପକ ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି କରାଯାଉଥିବା ବେଳେ ପୋଲିସ ପକ୍ଷରୁ ଠିକ୍‌ ସମୟରେ ଚଢ଼ାଉ କରାଯାଉ ନାହିଁ। କେଉଁଠି କାଁ ଭାଁ ଚଢ଼ାଉ କରାଯାଇ ଜଣେ ୨ ଜଣଙ୍କୁ ଗିରଫ କରି ପୋଲିସ ବାହାବାଃ ନେଉଥିବା ବେଳେ ସା ହେଲେ ଅନେକ ସ୍ଥାନରେ ଚୋରା ମଦ ଯୋଗୁ ଗଣ୍ଡଗୋଳ ସୃଷ୍ଟି ହେଉଛି। ଚୋରା ଗଞ୍ଜେଇ ସହ ଅଫିମ ଚାଲାଣ ହେଉଥିଲେ ମଧ୍ୟ ପୋଲିସ ଚୋରା ବେପାରୀଙ୍କ ପତ୍ତା ପାଇପାରୁନାହିଁ। ସେହିପରି ବଇଣ୍ଡା ଫାଣ୍ଡି ଅଞ୍ଚଳରେ ୬ ମାସ ହେବ ଆମ ପୋଲିସ ସମିତି ବୈଠକ କରାଯାଉ ନ ଥିବାରୁ ପୋଲିସ-ଜନତାଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେଉ ନ ଥିବା ବଇଣ୍ଡା ବିକାଶ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି। ତୁରନ୍ତ ଏଥିପ୍ରତି ଅନୁଗୋଳ ଏସ୍‌ପି ଦୃଷ୍ଟିଦେଇ ଫାଣ୍ଡିରେ ଆବଶ୍ୟକ କର୍ମଚାରୀ ନିଯୁକ୍ତି ଦେବା ସହ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି କଡା ଚେତାବନୀ ଦିଆଯାଇଛି। ଏ ନେଇ ହଣ୍ଡପା ଆଇଆଇସି ନମିତା ନାୟକ କହିଛନ୍ତି, ପାଟ୍ରୋଲିଂ କଡ଼ାକଡ଼ି କରାଯାଉଛି। ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?