ଆଇସ୍‌ଲାଣ୍ଡର ରେକ୍‌ଜାଭିକ୍‌ରେ ଲାଭା ଉଦ୍‌ଗିରଣ

ରେକ୍‌ଜାଭିକ, ୧୨।୭: ସାଧାରଣ ଭାବେ ଆଗ୍ନେୟଗିରି ଉଦ୍‌ଗିରଣ ବେଳେ ସୁରକ୍ଷା ଦୃଷ୍ଟିରୁ ଆଖପାଖ ଅଞ୍ଚଳକୁ ଖାଲି କରାଯାଏ। କିନ୍ତୁ ଆଇସ୍‌ଲାଣ୍ଡସର ରେକ୍‌ଜାଭିକ୍‌ର ଲିଟ୍‌ଲି ହୃଟୁରରେ ଲାଭା ଉଦ୍‌ଗିରଣ ଦେଖିବା ଲାଗି ଲୋକଙ୍କ ଭିଡ଼ ଲାଗିଛି। ଅନ୍ୟ ଉଦ୍‌ଗିରଣ ତୁଳନାରେ ଏହା ଭିନ୍ନ ରହିଥିବା ସେଠାକୁ ଆସୁଥିବା ଲୋକେ କହିଛନ୍ତି। ଲାଭା ବାହାରୁଥିବା ସ୍ଥାନଟି ଅତ୍ୟଧିକ ଉଜ୍ଜ୍ୱଳ ଦେଖାଯାଉଥିବାବେଳେ ଏହାର ମଧ୍ୟଭାଗ ସୂର୍ଯ୍ୟଙ୍କ ଭଳି କମଳା ରଙ୍ଗ ଦେଖାଯାଉଛି। ଉଦ୍‌ଗିରଣ ସ୍ଥାନରୁ ସଲଫର ଡାଇଅକ୍ସାଇଡ୍‌ ଭଳି ମାରାତ୍ମକ ଗ୍ୟାସ ପ୍ରଚୁର ପରିମାଣରେ ନିର୍ଗତ ହେଉଛି।
ସମୟରେ କମ୍‌ ପରିମାଣରେ ଓ ମନ୍ଥର ଗତିରେ ଲାଭା ବାହାରୁଥିବାବେଳେ ଆଗକୁ ଏହାର ବେଗ ବଢ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ୨୦୨୧ ଏବଂ ୨୦୨୨ରେ ରେକଜାନେସ ପେନିନସୁଲାରେ ଦେଖିବାକୁ ମିଳିଥିବା ଉଦ୍‌ଗିରଣ ତୁଳନାରେ ଏବେର ସ୍ଥିତି ଅଧିକ ଜଟିଳ ହେବାକୁ ଯାଉଥିବା କୁହାଯାଉଛି। ଆଗାମୀ ଦିନରେ ଏହା ଭୟଙ୍କର ରୂପ ନେବ। ଉଦ୍‌ଗିରଣ ସ୍ଥାନରୁ ଆସୁଥିବା ପବନ ଅପେକ୍ଷାକୃତ କମ୍‌ ଗରମ ବୋଲି ସ୍ଥାନୀୟ ଗାଇଡ୍‌ କହିଛନ୍ତି। କିନ୍ତୁ ଲାଭା ବାହାରୁଥିବା ସ୍ଥାନର ବିପରୀତ ପାର୍ଶ୍ୱରେ ଅସହ୍ୟ ତାତି ଅନୁଭୂତ ହେଉଥିବାବେଳେ ସେହି ସ୍ଥାନର ତାପମାତ୍ରା ୧୦୦୦ ଡିଗ୍ରୀ ସେଲସିୟସ୍‌ ରହିଛି। ସ୍ଥାନୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ସନ୍ଧ୍ୟାରେ ଉକ୍ତ ସ୍ଥାନକୁ ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

କେବଳ ୭ ମିନିଟ୍‌….ତେଜିଲା ଚାଷୀ ସମସ୍ୟା

ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା…

ଡାଇନିଂ ଟେବୁଲରେ ହେଲା ଝଗଡ଼ା, ଭାଉଜ-ଭାଇଙ୍କୁ ହତ୍ୟା କଲା ଭାଇ

ଲକ୍ଷ୍ନୌ,୧୯।୨ ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଏକ ସାମାନ୍ୟ ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ଜଣେ ଯୁବକ ତାଙ୍କ ଭାଉଜ ଏବଂ ଭାଇଙ୍କୁ ଧାରୁଆ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଆଜିଠୁ ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ୯୭୯ଜଣ ପରୀକ୍ଷାର୍ଥୀ

କଟକ,୧୯।୨(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହେବ।…

ବିକଶିତ ବରଗଡ଼ରେ ଆଇନଶୃଙ୍ଖଳା ବ୍ୟବସ୍ଥା ହୁଗୁଳା

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକାଶପଥକୁ ମୁହଁାଉଛି। ରାସ୍ତା ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଭାବେ ଡ୍ରେନ ନିର୍ମାଣ ହେଉଛି। ସେହିପରି ରାସ୍ତା ପ୍ରଶସ୍ତୀକରଣ ସମୟରେ ଉଚ୍ଛେଦ ଉଠାଦୋକାନୀଙ୍କୁ…

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri