କେସିଙ୍ଗା, ୧୩।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ନୂତନ UPMP ପୋର୍ଟାଲର ଶୁଭାରମ୍ଭ କାର୍ଯ୍ୟକ୍ରମ ଶୁକ୍ରବାର ଆୟୋଜିତ ହୋଇଯାଇଛି। ଏହି ଅବସରରେ ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ବଣ୍ଟି ଜୈନଙ୍କ ସମେତ କେସିଙ୍ଗା ଏନ୍ଏସିର ସମସ୍ତ କାଉନସିଲର ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ମଞ୍ଜୁର ହୋଇଥିବା ୮୫ ଜଣ ପେନସନ୍ ହିତାଧିକାରୀଙ୍କ ମଧ୍ୟରୁ ୬୧ ଜଣଙ୍କୁ ପେନସନ୍ ପ୍ରଦାନ କରାଯାଇଥିଲା। ଏହାଦ୍ୱାରା ନୂତନ ହିତାଧିକାରୀମାନେ ସରକାରୀ ପେନସନ୍ ଯୋଜନାର ସୁବିଧା ପାଇପାରିବେ।
ଏଥିସହ ନୂତନ UPMP ପୋର୍ଟାଲ ମାଧ୍ୟମରେ ପେନସନ୍ ପାଇଁ ଆବେଦନ କରିବାର ପ୍ରକ୍ରିୟା ଓ ସୁବିଧା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ଯୋଗ୍ୟ ହିତାଧିକାରୀମାନେ ଏହି ପୋର୍ଟାଲ ମାଧ୍ୟମରେ ପେନସନ୍ ପାଇଁ ଆବେଦନ କରିବାକୁ ଅନୁରୋଧ କରାଯାଇଥିଲା।
ସରକାରୀ ପେନସନ୍ ଯୋଜନାର ସୁବିଧା ଯୋଗ୍ୟ ଓ ଆବଶ୍ୟକତା ଥିବା ଲୋକଙ୍କ ନିକଟରେ ପହଞ୍ଚାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମକୁ ନୃସିଂହ ବେହେରା ଓ କେଶରୀ ନାଏକ ପରିଚାଳନା କରିଥିଲେ।