ବଜାଜ୍‌ ଅଲ୍‌ ନ୍ୟୁ ପଲ୍‌ସର ପି ୧୫୦ର ଶୁଭାରମ୍ଭ

ଭୁବନେଶ୍ୱର,୨୩।୧୧: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାତା ‘ବଜାଜ୍‌ ଅଟୋ’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପଲ୍‌ସର ସିରିଜ୍‌ର ନୂଆ ବାଇକ୍‌ ବଜାଜ୍‌ ଅଲ୍‌ ନ୍ୟୁ ପଲ୍‌ସର ପି୧୫୦ର ଶୁଭାରମ୍ଭ (ବଜାର ପ୍ରବେଶ) ସମ୍ପର୍କରେ ଘୋଷଣା କରାଯାଇଛି। ଏହି ନୂଆ ପଲ୍‌ସରରେ କମ୍ପାନୀ ଅନେକ କିଛି ବିଶେଷ ପରିବର୍ତ୍ତନ କରିଛି, ଆକର୍ଷଣୀୟ ଡିଜାଇନ ଏବଂ ଦମ୍‌ଦାର ଇଞ୍ଜିନ୍‌ କ୍ଷମତା ସହ ଏହି ବାଇକ୍‌ ୨ଟି ଭାରିଆଣ୍ଟର ବଜାର ପ୍ରବେଶ କରାଇଛି। ସେହିଭଳି କମ୍ପାନୀ ଏହି ବାଇକକୁ ସ୍ପୋର୍ଟି ଲୁକ୍‌ ତଥା ଡିଜାଇନ୍‌ ଦେବା ସହ ଏହାର ଓଜନକୁ ମଧ୍ୟ କମ୍‌ କରାଇଛି। ପଲ୍‌ସର ପି୧୫୦ ରେ କମ୍ପାନୀ ନୂଆ ୧୪୯.୬୮ ସିସି କ୍ଷମତାର ଇଞ୍ଜିନ୍‌ ବ୍ୟବହାର କରିଥିବା ବେଳେ ୧୪.୫ ପିଏସ୍‌ ପାଓ୍ବାର ଏବଂ ୧୩.୫ ଏନ୍‌ଏମ୍‌ର ଟର୍କ ଉତ୍ପନ୍ନ କରିଥାଏ। ଏ ସମ୍ପର୍କରେ ବଜାଜ୍‌ ଅଟୋ ଲିମିଟେଡ୍‌ର କାର୍ଯ୍ୟନିର୍ବହୀ ନିର୍ଦ୍ଦେଶକ ରାକେଶ ଶର୍ମା କହିଛନ୍ତି, ଉଭୟ ବାଇକର ଓଜନ ପୂର୍ବ ମଡେଲ ତୁଳନାରେ ହ୍ରାସ କରାଯାଇଛି। ସେହିଭଳି ପାଓ୍ବାର ଟୁ ରେସିଓ ପ୍ରାୟ ୧୧% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଫଳରେ ବାଇକରେ ୭୯୦ଏମ୍‌ଏମ୍‌ର ସିଟ୍‌ ହାଇଟ୍‌ ଏବଂ ମୋନୋଶକ୍‌ ସସ୍ପେନ୍ସନ ସହ ବାଇକର ରାଇଡିଂ ଏକ୍ସପେରିଏନ୍ସକୁ ଆହୁରି ଭଲ କରିଥାଏ। ଉକ୍ତ ବାଇକକୁ ରେସିଙ୍ଗ ରେଡ୍‌, କାରିବିଆନ ବ୍ଲୁ, ଏଭୋନି ବ୍ଳାକ୍‌ ରେଡ୍‌ ଏବଂ ଏଭୋନି ବ୍ଲାକ୍‌ ହ୍ବାଇଟ୍‌ ଭଳି ୫ଟି ରଙ୍ଗରେ ଉପଲବ୍ଧ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri