ଟାଟା ହିଟାଚି ପକ୍ଷରୁ ମାଇନିଂ ମେଶିନ ପ୍ରଦର୍ଶିତ

ନୂଆଦିଲ୍ଲୀ,୨୩।୧୧: ଦେଶର ପ୍ରମୁଖ ମେଶିନାରି ଉତ୍ପାଦକ କମ୍ପାନୀ ‘ଟାଟା ହିଟାଜି’ ନିକଟରେ ଆଇଏମ୍‌ଏମ୍‌ଇ-୨୦୨୨ ରେ ଅଂଶଗ୍ରହଣ କରି ତା’ର ଶକ୍ତିଶାଳୀ ମାଇନିଂ ମେଶିନଗୁଡ଼ିକୁ ପ୍ରଦର୍ଶିତ କରିଥିଲା। ଏପରିକି ହିଟାଚିର ଶକ୍ତିଶାଳୀ ମାଇନିଂ ଏକ୍ସାଭେଟର ମଡେଲ ଜେଡ୍‌ଏକ୍ସ ୮୭୦ଏଚ୍‌-୫ଜି ଓ ନୂଆକରି ଶୁଭାରମ୍ଭ ହୋଇଥିବା ଟାଟା ହିଟାଚିର ହ୍ବିଲ୍‌ ଲୋଡର, ଜେଡ୍‌ଡବ୍ଲ୍ୟୁ୨୨୫-୬କୁ ପ୍ରଦର୍ଶନ କରିଛି। ଏହାଛଡା କମ୍ପାନୀ ଡ୍ରମ୍‌ କଟର ମଡେଲ କେଡିସି୪୫, କ୍ୱିକ୍‌ କପ୍‌ଲର ମଡେଲ ରେଞ୍ଜ୍‌୧୧ ଭଳି ଆଟାଚ୍‌ମେଣ୍ଟ୍‌ ଓ ପାର୍ଟଗୁଡିକର ମଧ୍ୟ ପ୍ରଦର୍ଶନ କରିଛି, ଯାହାକୁ ମାଇନିଂ ମେଶିନାରିରେ ବ୍ୟବହାର କରାଯାଉଛି।
ଏ ସମ୍ପର୍କରେ ଟାଟା ହିଟାଚିର ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ ସିଂହ କହିଛନ୍ତି, ‘ଆଇଏମ୍‌ଏମ୍‌ଇରେ ଆମେ ଆମର ହାଇଡ୍ରାଉଲିକ୍‌ ଏକ୍ସାଭେଟର ଜେଡ୍‌ଏକ୍ସ ୮୭୦ଏଚ୍‌ ଓ ହ୍ବିଲ୍‌ ଲୋଡର୍‌ ଜେଡ୍‌ଡବ୍ଲ୍ୟୁ ୨୨୫କୁ ପ୍ରଦର୍ଶିତ କରି ଖଣି କ୍ଷେତ୍ରରେ ଆମର ଅତୁଳନୀୟ ଶକ୍ତିକୁ ପ୍ରଦର୍ଶନ କରିଛୁ। ଏହା ସହିତ ଆମେ ମାଇନିଂ ଆଟାଚ୍‌ମେଣ୍ଟ୍‌ ଓ ପାର୍ଟଗୁଡିକୁ ମଧ୍ୟ ପ୍ରଦର୍ଶନ କରିଛୁ। ଆଇଏମ୍‌ଏମ୍‌ଇ ୨୦୨୨ ଆମକୁ ସମସ୍ତ ଶିଳ୍ପ ହିତାଧିକାରୀଙ୍କ ସହ ନିୟୋଜିତ ଏବଂ ଖଣି କ୍ଷେତ୍ରରେ ଆମର ବିଶେଷଜ୍ଞତାକୁ ପ୍ରଦର୍ଶିତ କରିବା ପାଇଁ ଏକ ପ୍ଲାଟ୍‌ଫର୍ମ ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଢାଉଥିବା ବେଳେ ରୁମ୍‌ ଡାକି ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ ଗଲେ ଟ୍ୟୁଶନ ଶିକ୍ଷକ

ଭୋଗରାଇ, ୨୫ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସମ୍ପର୍କୀୟଙ୍କ…

ଶକ୍ତିଶାଳୀ ଭୂକମ୍ପ: ଭେନେଜୁଏଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ଝଟକା ସମଗ୍ର ବିଶ୍ୱକୁ ଆତଙ୍କିତ କରିଦେଇଛି। ମାତ୍ର ଗୋଟିଏ ମିନିଟ୍‌ ବ୍ୟବଧାନରେ ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ପ୍ରଳୟଙ୍କରୀ…

LED ଲାଇଟ୍‌ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଆରମ୍ଭ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌ର ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଆସିଥିବା ୨ଟି ଭିଜିଲାନ୍ସ ଟିମ୍‌ ପହଞ୍ଚି ପାଟଣା ବ୍ଲକର…

ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ…

ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ମିଳିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ, ବଢୁଛି ଉତ୍ତେଜନା

ଦେବଗଡ଼,୨୫ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ପୋଲିସ ୨୧ ତାରିଖ ରାତିରେ ଶ୍ରମିକ ଈନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ…

କ୍ୟାମେରାରେ କଏଦ ହେଲା ମହାପ୍ରଳୟ! ଭେନେଜୁଏଲାରେ ଭୂକମ୍ପର ତାଣ୍ଡବ, ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ଭେନେଜୁଏଲା,୨୫।୬: ଲାଟିନ ଆମେରିକୀୟ ଦେଶ ଭେନେଜୁଏଲାରେ ପାଖାପାଖି ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଆସିବା ଯୋଗୁ ବ୍ୟାପକ ଧ୍ୱଂସଲୀଳା ଘଟିଛି। ଅଧିକାରୀ ଏବଂ ପର୍ଯ୍ୟବେକ୍ଷଣ ସଂସ୍ଥାଗୁଡ଼ିକ ଅନୁଯାୟୀ,…

ମହାକାଳପଡ଼ାର ଏହି ସ୍ଥାନରେ ହେବ ଜାହାଜ କାରଖାନା, ଆରମ୍ଭ ହେଲା ସର୍ଭେ

ମହାକାଳପଡ଼ା, ୨୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତ ବଡ଼ଟୁବି, ସାନଟୁବି ଓ ନିପାଣିଆ ଗ୍ରାମରେ ଜାହାଜ କାରଖାନା ପ୍ରତିଷ୍ଠା ପାଇଁ…

‘ଇ୨୦’ ପେଟ୍ରୋଲ ବ୍ୟବହାର କଲେ ବୀମା ବାତିଲ ହେବନାହିଁ: କେନ୍ଦ୍ର

ନୂଆଦିଲ୍ଲୀ, ୨୫ା୬ : ୨୦ ପ୍ରତିଶତ ଇଥାନଲ୍‌ ମିଶ୍ରିତ ପେଟ୍ରୋଲ୍‌ ବା ‘ଇ୨୦’ ଇନ୍ଧନ ବ୍ୟବହାର କଲେ ଗାଡ଼ିର ବୀମା ଅବଧି ବା ବୈଧତା ବାତିଲ ହୋଇଯିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri