ଭୁବନେଶ୍ୱର,୯ା୯: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏସ୍ବିଆଇ ଟ୍ରାଞ୍ଜିଟ୍ କାର୍ଡର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ-୨୦୨୩ ଅବସରରେ ଦେଶର ପ୍ରଥମ ଟ୍ରାଞ୍ଜିଟ୍ କାର୍ଡର ଉନ୍ମୋଚନ କରାଯାଇଥିଲା। ଏପରିକି ଏହି କାର୍ଡ ଏକ ରୂପେ ନ୍ୟାସନାଲ୍ କମନ ମୋବିଲିଟି କାର୍ଡ (ଏନ୍ସିଏମ୍ସି) ପ୍ରିପେଡ୍ କାର୍ଡ ଭଳି କାର୍ଯ୍ୟ କରିବ। ଯାହା ଗ୍ରାହକମାନଙ୍କ ଯାତାୟାତ ଅନୁଭୂତିକୁ ନିରବଚ୍ଛିନ୍ନ କରିବା ସହିତ ସେଥିରେ ଉନ୍ନତି ଆଣିବ ଏବଂ ଗୋଟିଏ କାର୍ଡ ଜରିଆରେ ମେଟ୍ରୋ, ବସ୍, ଜଳପଥରେ ଗମନାଗମନ, ପାର୍କିଂ ଆଦିରେ ସହଜ ଡିଜିଟାଲ୍ ପେମେଣ୍ଟକୁ ଏହା ସୁନିଶ୍ଚିତ କରିବ। ଏହି କାର୍ଡକୁ ରିଟେଲ୍ ଓ ଇ-କମର୍ସ ପେମେଣ୍ଟ ପାଇଁ ବ୍ୟବହାର କରାଯାଇପାରିବ। ଏ ସମ୍ପର୍କରେ ଏସ୍ବିଆଇର ଅଧ୍ୟକ୍ଷ ଦିନେଶ ଖାରା କହିଛନ୍ତି, ଗ୍ରାହକମାନଙ୍କ ଦୈନନ୍ଦିନ ଜୀବନ ଓ ବ୍ୟାଙ୍କିଙ୍ଗ୍କୁ ସହଜ କରିବା ଲାଗି ଆମେ ନିରନ୍ତର ଭାବେ ଉଦ୍ୟମ କରୁଛୁ। ଏପରିକି ରୂପେ ଓ ଏନ୍ସିଏମ୍ସି ପ୍ରଯୁକ୍ତି ସହିତ ଦେଶର ପ୍ରଥମ ଟ୍ରାଞ୍ଜିଟ୍ କାର୍ଡର ଯାତାୟାତ ଅନୁଭୂତିରେ ବିପ୍ଳବ ଆଣିବ ଏବଂ ଗୋଟିଏ ଦେଶ ଗୋଟିଏ କାର୍ଡ ଅନୁସାରେ ଏହାକୁ ପ୍ରସ୍ତୁତ କରାଯାଇଛି। ସେହିଭଳି ଆମେ ଗର୍ବର ସହିତ ଏକ କାର୍ଡ ଉପସ୍ଥାପନ କରୁଛୁ, ଯାହା ଆମ ଗ୍ରାହକମାନଙ୍କ ଜୀବନକୁ ସହଜ କରିବ ଏବଂ ଆମ ଦେଶର ଅଭିବୃଦ୍ଧିରେ ଯୋଗଦାନ ପ୍ରଦାନ କରିବ। ନବସୃଜନ ଓ ଗ୍ରାହକ କୈନ୍ଦ୍ରୀକତା ଉପରେ ନିରନ୍ତର ଓ ନିରବଚ୍ଛିନ୍ନ ଗୁରୁତ୍ୱ ପ୍ରଦାନ କରି ଏସ୍ବିଆଇ ୨୦୧୯ରେ ଯାତାୟାତ ଅପରେଟରମାନଙ୍କ ସହିତ ଏନ୍ସିଏମ୍ସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା।
ଏହି ଏନ୍ସିଏମ୍ସି କାର୍ଯ୍ୟକ୍ରମର ଅଂଶ ଭାବେ ଏସ୍ବିଆଇ ପକ୍ଷରୁ ସଫଳତାର ସହ ନାଗପୁର ମେଟ୍ରୋ, ନୋଏଡା ମେଟ୍ରୋ, ଏମ୍ଏମ୍ଆଡିଏ ମେଟ୍ରୋ ଲାଇନ୍ ୨ଏ ଓ ୭, କାନପୁର ମେଟ୍ରୋ ଓ ଚେନ୍ନାଇ ମେଟ୍ରୋରେ ସିଟି୧କାର୍ଡ, ନାଗପୁର ମେଟ୍ରୋ ମହାକାର୍ଡ, ମୁମ୍ବାଇ୧ କାର୍ଡ, ଗୋ-ସ୍ମାର୍ଟ କାର୍ଡ ଓ ସିଙ୍ଗାରା ଚେନ୍ନାଇ କାର୍ଡର ଶୁଭାରମ୍ଭ କରାଯାଇଥିଲା। ଏମ୍ଏମ୍ଆର୍ସି ମେଟ୍ରୋ ଲାଇନ୍-୩ ଓ ଆଗ୍ରା ମେଟ୍ରୋରେ ଏସବିଆଇ ପକ୍ଷରୁ ଏନ୍ସିଏମ୍ସିଭିତ୍ତିକ ଟିକେଟ୍ ସମାଧାନକୁ କାର୍ଯ୍ୟକାରୀ କରାଯାଉଛି, ଯାହା ସର୍ବସାଧାରଣଙ୍କ ପାଇଁ ଖୁବଶୀଘ୍ର ଉପଲବ୍ଧ ହେବ।
ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ
ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର୍)କୁ ୬…
ପାକିସ୍ତାନରେ ହେବ ଲକ୍ଡାଉନ୍
ଇସ୍ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍ ସରକାର ପ୍ରତି…
ଭିମ୍ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା
ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…
ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…
ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…
ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର
ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…
ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….
ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…
ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’
ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…
ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ
ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍ କୁମାର ରାଉତ(୧୫)।…
Archives

